ଏମାନେ ହେଉଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ । ଏମାନେ ଦେଖିବାକୁ ଉଭୟ ଯେମିତି ସୁନ୍ଦର ଏମାନଙ୍କ ପରିବାର ବି ଖୁବ ସୁନ୍ଦର । ଉଭୟଙ୍କର କେବଳ ଗୋଟିଏ ପୁଅ ଅଛି । ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି । ବିବାହ ପର ଠାରୁ ସ୍ତ୍ରୀର ଯାହା ବି ଇଛା ଗୋଟି ଗୋଟି କରି ସବୁ ପୂରଣ କରନ୍ତି ସ୍ୱାମୀ । କାରଣ ସେ ପରା ବେଦିରେ ସାତ ଜନ୍ମକୁ ସାକ୍ଷୀ ରଖି ତାଙ୍କ ସ୍ତ୍ରୀର ହାତ ଧରିଥିଲେ । କେମିତିବା ତାଙ୍କ ସ୍ତ୍ରୀର କଥାକୁ ମାନିବେ ନାହିଁ । ସ୍ୱାମୀ ଯାହା ଚାହାନ୍ତି ସ୍ତ୍ରୀ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । କାରଣ ଉଭୟଙ୍କର ଏତେ ଭଲ ପାଇବା ଥିଲା ଯେ ତାଙ୍କୁ ଜିଏବି ଦେଖିବ ନଜର ଲାଗିଯିବ ।
ଏ ଯୁବକଙ୍କର ନାମ ହେଉଛି ଲିଙ୍ଗରାଜ ଆଉ ତାଙ୍କ ସ୍ତ୍ରୀଙ୍କର ନାମ ହେଉଛି କାଭ୍ୟା । ଲିଙ୍ଗରାଜ ଏବଂ କାଭ୍ୟାଙ୍କ ମଧ୍ୟରେ ଆଉ ଜଣେ ଲୋକ ଏଣ୍ଟ୍ରି ମାରିଲା ଯାହାର ନାମ ହେଉଛି ବିରେଶ । ବିରେଶ କାଭ୍ୟାଙ୍କୁ ଦେଖିବା ପରେ ତା ମନ ସେଇଠି ଲାଖି ଯାଇଥିଲା । ଆଉ ଧିରେ ଧିରେ କାଭ୍ୟାକୁ ପସନ୍ଦ କରିବାକୁ ଲାଗିଲା । ଶେଷରେ ବିରେଶ ତାଙ୍କୁ ଭଲ ପାଇଲେ । ଆଉ ସ୍ତ୍ରୀ କାଭ୍ୟା ମଧ୍ୟ ତାକୁ ଭଲ ପାଇଲେ ।
ଏହି ଭଲପାଇବା ଏତେ ନିବିଡ଼ ହୋଇଥିଲା ଯେ ଶେଷରେ ସ୍ୱାମୀ ଲିଙ୍ଗରାଜଙ୍କୁ ଉଭୟ ମିଶି ମାରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଡାହାନଗାର ତାଲୁକର ହାଲୁବିଳାସ ଗାଁରେ । ତେବେ ଏହି ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯେତେବେଳେ ଲିଙ୍ଗରାଜଙ୍କୁ ଉଭୟ ପ୍ରେମୀକ ଏବଂ ପ୍ରେମିକା ମାରି ଦେଇଥିଲେ ସେତେବେଳେ ସ୍ତ୍ରୀ କାଭ୍ୟା କିଛି ନଜାଣିବାର ଅଭିନୟ କରିଥିଲା । ଯେତେବେଳେ ପୋଲିସ ନିଜ ତରିକାରେ ପଚରା ଉଚରା କରିଥିଲା ସେତେବେଳେ ସ୍ତ୍ରୀ କାଭ୍ୟା ଗୋଟି ଗୋଟି କରି ସବୁ ସତ କଥା କହି ଦେଇଥିଲା ।
ଦେଖନ୍ତୁ ଭିଡିଓ :-
ସ୍ତ୍ରୀ କାଭ୍ୟା ତାଙ୍କ ସ୍ୱାମୀକୁ ଛାତ ଉପରେ ମାରିଦେଇଛି । ଏଭଳି କିଛି ପୋଲିସ ଆଗରେ ବଖାଳି ଦେଇଛି ସ୍ତ୍ରୀ କାଭ୍ୟା । ତେବେ ପୋଲିସ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କୁ ଗିରଫ କରିଛନ୍ତି । କାଭ୍ୟା ବାହା ହୋଇଥିଲେ ମଧ୍ୟ ଜଣେ ଯୁବକ ପ୍ରେମରେ ପାଗଳ ହୋଇ ତାଙ୍କ ନିଜ ସ୍ୱାମୀକୁ ମାରି ଦେଇଛନ୍ତି ।