ଦେଖନ୍ତୁ ଭିଡିଓ: ଗର୍ବ ଭାଙ୍ଗିଲେ ପ୍ରଭୁ ଜଗନ୍ନାଥ, ବିରୋଧୀଙ୍କୁ ଶକ୍ତ ଚାପୁଡ଼ା, ଜାନୁଆରୀ ୧୭ ରେ ଉଦଘାଟନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଜାନୁଆରୀ ୧୭ରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଦିନ ଧରି ପୂଜାର୍ଚ୍ଚନା କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସକାଳୁ ଶ୍ରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିର୍ମାଣ, ଶ୍ରୀସେତୁ ନିର୍ମାଣ ଆଦି କାର୍ଯ୍ୟ ବୁଲି ଦେଖି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜା ।

ଏହି ସୂଚନା ପରେ ବିରୋଧୀଙ୍କ ଉଡି ଯାଇଛି ହୋସ । କିଏ ଆଣ୍ଠେଇ ମାଇଲେଜ ନେଉଥିଲା, ତ ଆଉକିଏ ଦିଲ୍ଲୀ ଯାଇ ଦଳାଲି କରୁଥିଲା । କିନ୍ତୁ ମାୟାବୀ ଙ୍କ ମାୟା କୁ ନିଜେ ଜଗତ ର ନାଥ ଶକ୍ତ ଚାପୁଡ଼ା ପକାଇଛନ୍ତି ।

ସେପଟେ ନବୀନ ପଟ୍ଟନାୟକ ଙ୍କ ଭକ୍ତି ଭାବନାର ଏହା ସର୍ବଶ୍ରେଷ୍ଠ ଭକ୍ତି ଭାବନାର ଉଦାହରଣ ହେବ । କାରଣ ବାରମ୍ବାର ତାଙ୍କ ଇସାରାରେ ୫ ଟି ଅଧ୍ୟକ୍ଷ ପୁରୀ ଗସ୍ତ କରିଛନ୍ତି । କାମର ଟିକିନିଖି ହିସାବ ନେଇଛନ୍ତି । ଶହ ଶହ ବର୍ଷ ଧରି ଯେଉଁ କାମ ହେଉନଥିଲା ତାହା ମହାପ୍ରଭୁଙ୍କ ଇଛା ରେ ସମ୍ଭବ ହେଉଛି । ସାଢେ ୪ କୋଟି ଓଡ଼ିଆ, ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଆସନ୍ତା ଜାନୁୟାରୀ ୧୭ ଐତିହାସିକ ହୋଇ ରହିବ ।

ଦେଖନ୍ତୁ ଭିଡିଓ :-

ଆଜି ନିଜେ ଗଜପତି ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ବୁଲ ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ଡିସେମ୍ବର ସୁଦ୍ଧା ସରିବ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ରର କାମ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବଡ଼ଦାଣ୍ଡର ସମ୍ପ୍ରସାରଣ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଗତ ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ନୂଆବର୍ଷରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ତେବେ ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ତଥା ଗଛ ଲତା ଲଗାଇବାକୁ ପରାମର୍ଶ ଦେଇଥିଲେ । ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିରର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ ୫ଟି ଅଧ୍ୟକ୍ଷ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ।