ପ୍ରେମ ବିବାହ କରିବା ପଡିଲା ମହଙ୍ଗା, ବିବାହ ପରେ କାରରେ ବସି ଯାଉଥିଲେ, ସ୍ତ୍ରୀ କାର ଭିତରେ ବସିଥିବା ବେଳେ ସ୍ୱାମୀ କୁ ହାଣିଦେଲେ

କାରରେ ବସିଥିଲା ସ୍ତ୍ରୀ । ସ୍ୱାମୀକୁ ହାଣୁଥିଲେ ଦୁର୍ବତ । ସ୍ତ୍ରୀର ଆଖି ଆଗରେ ସ୍ୱାମୀକୁ ମାରିଦେଲେ ଦୁର୍ବୁତ୍ତ । କାହିଁକି କାର ଭିତରୁ ବାହାରୁ ନଥିଲା ସ୍ତ୍ରୀ? ଦୁର୍ବୁତ୍ତ ଯିବା ପରେ କାର ଭିତରୁ ବାହାରିଲା ସ୍ତ୍ରୀ । ନିଜ ସ୍ତ୍ରୀ ସାମ୍ନାରେ ଏ ସ୍ୱାମୀର ଜୀବନ ଚାଲିଗଲା । ଆପଣ ଯଦି ଜାଣିବେ ଏଭଳି କାଣ୍ଡ କିଏ ଘଟାଇଛି ତାହାଲେ ଆପଣ ବି ବିଚଳିତ ହୋଇଯିବେ । ଏହି ସ୍ବାମୀକୁ ମାରିବା ପାଇଁ ପରିବାରର ଜଣେ ସଦସ୍ୟ ସୁପାରି ଦେଇଛି । ଶେଷରେ ଏହି ହସ ଖୁସିର ସଂସାର ଉଜୁଡି ଯାଇଛି ।

ସୂଚନା ମୁତାବକ ଉଭୟ ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ଏ ହେଉଛନ୍ତି ପ୍ରଣୟ ଓ ଏ ହେଉଛନ୍ତି ଅମୃତା । ଉଭୟ ଗୋଟିଏ କ୍ଲାସରେ ପାଠ ପଢୁଥିଲେ । ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ହେବା ପରେ ଉଭୟ ବିବାହ କରିଥିଲେ । ଏମାନଙ୍କ ବିବାହ ମାତ୍ର ୮ ମାସ ହୋଇଥିଲା । ଏବେ ସ୍ୱାମୀ ପ୍ରଣୟଙ୍କର ଜୀବନ ଚାଲିଯାଇଛି । ଉଭୟଙ୍କ ବିବାହକୁ ଝିଅର ପରିବାର ଲୋକେ ବିରୋଧ କରୁଥିଲେ । କାରଣ ଝିଅ ଘରର ଷ୍ଟାଣ୍ଡାଡ଼ ଠାରୁ ପୁଅ ଘରର ଷ୍ଟାଣ୍ଡାଡ଼ ଅଛି ନୀଚ ଲେବୁଲର ଥିଲା । ସେଥିପାଇଁ ଝିଅ ଘରର ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ପରେ ଉଭୟଙ୍କ ସହିତ ଝିଅ ଘରର ପରିବାର ଲୋକେ ମିଛି ମିଛିକା ମିଶୁଥିଲେ ।

ଦିନେ ଉଭୟ ସ୍ୱାମୀ ସ୍ତ୍ରୀ ଆସିଥିଲେ ଡ଼ାକ୍ତରଖାନ । କାରଣ ତାଙ୍କ ସମ୍ପର୍କୀୟଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ ଦେଖା କରିବାକୁ ଆସିଥିଲେ । ଠିକ ସେହି ସମୟରେ ଝିଅର ବାପା ଯୁବକକୁ ମାରିବା ପାଇଁ କିଛି ଗୁଣ୍ଡା ପଠାଇଥିଲେ । ଏଭଳି କିଛି ଅଭିଯୋଗ ଆଣିଥିଲେ ପୁଅ ଘରର ପରିବାର ଲୋକେ ।

ଦେଖନ୍ତୁ ଭିଡିଓ :-

ସ୍ତ୍ରୀ କାର ଭିତରେ ବସିଥାଏ । ତାଙ୍କର ସ୍ୱାମୀ ପ୍ରଣୟ କିଛି ଦୂରରୁ କାର ଆଡ଼କୁ ଆସୁଥାନ୍ତି ହଠାତ କିଛି ଗୁଣ୍ଡା ପଛରୁ ଆସି ପ୍ରଣୟଙ୍କ ଉପରେ ଆକ୍ରମଣ କଲେ । ସ୍ତ୍ରୀ ମଧ୍ୟ ଏହି ଦୃଶ୍ୟକୁ ଦେଖୁଥାଏ । ସ୍ତ୍ରୀ ଜମାବି ପାଖକୁ ଯାଉନଥାଏ । କାରଣ ସେ ଏତେ ଭୟଭୀତ ହୋଇଯାଇଥିଲା ଯେ କାର ଭିତରୁ ସେ ଜମାବି ବାହାରୁ ନଥିଲା । ଶେଷରେ ସ୍ୱାମୀ ପ୍ରଣୟଙ୍କର ସେହି ଠାରେ ହିଁ ଜୀବନ ଚାଲିଗଲା । ଏବେ ପ୍ରଣୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଝିଅର ବାପା ତାଙ୍କ ପୁଅ ପ୍ରଣୟଙ୍କୁ ମାରିଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗଣ୍ଡା ଜିଲ୍ଲାର ମିରିୟାଲା ଗୁଡା ସହରରେ ।

ଉଭୟ ସ୍ୱାମୀ ସ୍ତ୍ରୀ ହାଇଦ୍ରାବାଦରେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିଲେ । ଏବେ ଏମାନଙ୍କର ଘର ସଂସାର ଉଜୁଡି ଯାଇଛି । ଆଉ ଯୁବକର ଶଶୁର ହିଁ ଏମାନଙ୍କ ଘର ସଂସାରକୁ ଉଜାଡ଼ି ଦେଇଛି । ଏଭଳି କିଛି ଅଭିଯୋଗ ହୋଇଛି ଯୁବକର ପରିବାରଙ୍କ ପକ୍ଷରୁ । ତେବେ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ।