ଦେଖନ୍ତୁ ଭିଡ଼ିଓ: ଅରିନ୍ଦମଙ୍କ ନାମ ନେଇ ଭୋ ଭୋ ହୋଇ କାନ୍ଦିଲେ ମନୋଜ, କହିଲେ “ଅରିନ୍ଦମ ଏମିତି ମୋତେ…”

ଭୋ ଭୋ ହୋଇ କାନ୍ଦି ପକାଇଲେ ମନୋଜ ମିଶ୍ର । କହିଲେ ତୁମେମାନେ ମତେ ବହୁତ କଷ୍ଟ ଦେଉଛ । ତୁମକୁ ମା ସମ୍ବୋଲେଇ ଓ ପ୍ରଭୁ ଜଗନ୍ନାଥ କେବେ ହେଲେ କ୍ଷମା କରିବେ ନାହିଁ । ମତେ ଯେତିକି ମିଛ ସତ କହି କଷ୍ଟ ଦେଲନି ଭଗବାନ ବି ସହିବେ ନାହିଁ । ଯଦି ପାରୁଛ ତେବେ ସମୟ ଅଛି ସୁଧୁରୀ ଯାଅ ।

ନିଜ ଲୁହକୁ ଆଉ ଅଟକାଇ ପାରିନାହାଁନ୍ତି ପ୍ରଡ୍ୟୁସର ମନୋଜ ମିଶ୍ର । ସୋସିଆଲ ମିଡିଆରେ ଆସି ସମସ୍ତଙ୍କ ଆଗରେ ଆଖିରୁ ଲୁହ ଝରାଇ କହିଛନ୍ତି ରିଲରେ ଅଭିନୟ କରୁଥିବା ମନୋଜ ଆଜି ସତରେ କାନ୍ଦୁଛନ୍ତି । ଆଉ ସେ କାନ୍ଦି କାନ୍ଦି କହୁଛନ୍ତି ଆଉ କେତେ କଷ୍ଟ ଦେବ ତମେମାନେ ମତେ । ସାରା ଓଡିଶା ଦେଖୁଛି ମୁଁ କହି ଦେଉଛି ତମ ପାଖରେ କେତେ ପ୍ରୁଭ ଅଛି, ମୋ ପାଖରେ ସମସ୍ତଙ୍କର ଗୋଟେ ଗୋଟେ ପ୍ରୁଭ ଅଛି ।

ମନୋଜ ଆଜି ରାଗି ନାହାଁନ୍ତି ଅଭିମାନ କରିଛନ୍ତି ଅରିନ୍ଦମ ଅନୁଭବ ସମସ୍ତଙ୍କ ଉପରେ । ଏ ରାଗର ଲୁହ ନୁହଁ ଏ ହେଉଛି ଅଭିମାନର ଲୁହ । କାରଣ ଯେଉଁମାନଙ୍କ ଉପରେ ସେ ଏତେ ବିଶ୍ୱାସ କରିଥିଲେ ସେଇମାନେ ଆଜି ତାଙ୍କୁ ଧୋକା ଦେଇଛନ୍ତି । ଯେଉଁମାନଙ୍କ ସପଟରେ ସେ ସବୁବେଳେ ବାହରୁଥିଲେ ସେଇମାନେ ଆଜି ତାଙ୍କ ବିପକ୍ଷରେ ବାହାରିଛନ୍ତି ।

ଦେଖନ୍ତୁ ଭିଡିଓ :-

ମନୋଜ କହିଛନ୍ତି କି ମୁଁ ଯେଉଁମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲି ସେଇମାନେ ଆଜି ମୋ ବିପକ୍ଷରେ ହୋଇଗଲେ । କଥା ଜାଣିବା ପରେ ବୋଧେ ମନୋଜଙ୍କୁ ବହୁତ କଷ୍ଟ ହୋଇଛି । ସେଥିପାଇଁ ସେ ତାଙ୍କର ଲୁହକୁ ଅଟକାଇ ପାରିନାହାନ୍ତି । ସେଥିପାଇଁ ସମସ୍ତଙ୍କ ଆଗରେ କାନ୍ଦୁଛନ୍ତି । ଆଉ କାନ୍ଦି କାନ୍ଦି କହୁଛନ୍ତି କି ମୋ ସ୍ତ୍ରୀକୁ ଶେଷରେ ଏଇ ଝଗଡାକୁ ଟାଣି ଆଣିଲ ।

ତମେ ଜାଣିଛ ମୋ ଫିଲ୍ମକୁ ଲଗେଇଲନି ମୋତେ ଡିଷ୍ଟିବୁଟରେ ମନା କରାଗଲା ଯେ ମନୋଜ ମିଶ୍ରଙ୍କର ଫିଲ୍ମକୁ ଲଗାଅନି । କେତେ କଷ୍ଟ ହେଇଛି ତୁମେ ଜାଣିଛ । ଖାଲି କଣ ବାବୁ ଅରିନ୍ଦମ ଅନୁଭବ ଥିଲେ ହିଁ ଫିଲ୍ମ ଚାଲିବ ନହେଲେ କଣ ଆମ ଫିଲ୍ମ ଚାଲିବନି । ଏମିତି ସବୁ କଥା କହି ଆଜି କାନ୍ଦି ଚାଲିଛନ୍ତି ମନୋଜ ମିଶ୍ର ।

ସେ ଆଜି ସବୁ ସତ କଥା କହିବାକୁ ବାଧ୍ୟ ହେଉଛନ୍ତି । ଗୋଟି ଗୋଟି କରି ସମସ୍ତଙ୍କ ନାମ କହିଛନ୍ତି । ଓଡ଼ିଆ ଫିଲ୍ମ କଲେ କେତେ କଷ୍ଟ ହୁଏ ରିଲିଜ କରିବା ପାଇଁ ତାର ପୋଲ ଖୋଲିଛନ୍ତି ମନୋଜ ମିଶ୍ର । ତାଙ୍କର ଦୁଃଖ ଯନ୍ତ୍ରଣା ଦେଖି ପୁରା ଓଡିଶା ବାସୀ ବୋଧେ କାନ୍ଦିଥିବେ । ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି ଅନେକ କଥା କହିଛନ୍ତି । ତେବେ ସେ ଶେଷରେ କହିଛନ୍ତି କି ମା ସମ୍ବୋଲେଇ କାହାରିକୁ ବି କ୍ଷମା କରିବେନି ଯିଏ ଏମିତି ସବୁ କାଣ୍ଡ ଭିଆଇଛନ୍ତି ।