ମହାକୁମ୍ଭରେ ଭାଇରଲ ମୋନାଲିସାଙ୍କୁ ଫିଲ୍ମ ଅଫର, ମିଳିଲା ଲିଡ୍ ରୋଲ୍…

ମହାକୁମ୍ଭ ମେଳାରେ ଫୁଟପାଥରେ ରୁଦ୍ରାକ୍ଷ ସହ ଫୁଲ ମାଳା ବିକ୍ରି କରୁଥିବା ମୋନାଲିସାଙ୍କୁ ମିଳିଛି ଫିଲ୍ମ ଅଫର । ସୁନ୍ଦର ଆଖି, ଶ୍ୟାମଳ ରଙ୍ଗ ଓ ତାଙ୍କ ହସ ପାଇଁ ସେ ହୋଇଥିଲେ ଭାଇରାଲ । ମୋନାଲିସାଙ୍କ ଘର ମଧ୍ୟପ୍ରେଦଶ ଇନ୍ଦୋରରେ ।

ଫିଲ୍ମ ନିର୍ମାତା ସନୋଜ ମିଶ୍ରା ତାଙ୍କର ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିବାକୁ ଅଫର ଦେଇଛନ୍ତି । ମୋନାଲିସା ଫିଲ୍ମରେ କାମ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ନଜର ଆସିବେ । ପୂର୍ବୋତ୍ତର ବିଭିନ୍ନ ସ୍ଥାନରେ ଏପ୍ରିଲରୁ ଜୁନ୍ ଯାଏ ଫିଲ୍ମର ସୁଟିଂ ହେବ । ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଫିଲ୍ମ ରିଲିଜ ହେବ ।

ସୁଟିଂ ପୂର୍ବରୁ ମୋନାଲିସାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ଦିଆଯିବ । ମହାକୁମ୍ଭରେ ମୋନାଲିସାଙ୍କର ଶ୍ୟାମଳ ରଙ୍ଗ ଓ ଧୂସର ଆଖି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ତେଣୁ ତାଙ୍କ ସହ ଫଟୋ ଉଠାଇବାକୁ ଲୋକେ ଭିଡ ଜମାଉଥିଲେ ।