ସ୍ଵାମୀର ମୃତ୍ୟୁ ପରେ ୪ ପିଲାଙ୍କୁ ଅସହାୟ ଛାଡି ଅନ୍ୟ ସହ ପଳାଇଲା ମାଆ।

ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଅନ୍ତର୍ଗତ କେସିଡିହା ପଞ୍ଚାୟତ ର ଚାନ୍ଦଖମନ ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ବାପା ର ମୃତ୍ୟୁ ପରେ ୪ ପିଲାଙ୍କୁ ଏକୁଟିଆ ଅସହାୟ ଘରେ ଛାଡି ପର ପୁରୁଷ ସହ ଚଳିଯାଇଛି ମାଆ।

ବାପାଙ୍କ ମୃତ୍ୟୁ ପରେ ମାଆ ମଜୁରୀ କାମ କରିବାକୁ ଯାଉଥିଲେ, ହେଲେ ସେଠି ଅନ୍ୟ ଏକ ପୁରୁଷ କୁ ଭଲ ପାଇ ବସିଥିଲେ। ଏବେ ସେହି ପୁରୁଷ ସହିତ ଘର ବସାଇବା ପାଇଁ ପିଲାମାନଙ୍କୁ ଛଡ଼ି ଚାଲି ଯାଇଛନ୍ତି।

ଏବେ ଅସହାୟ ୪ ଜଣ ପିଲା ନିଜ ପେଟ ପୋଷିବା ପାଇଁ ପାଠ ପଢା ଛାଡି କାମ କରିବା ପାଇଁ ଯାଉଛନ୍ତି। ଯେଉଁ ହାତରେ କାଗଜ କଲମ ରହିବା କଥା ସେହି ହାତରେ ଦାଆ ଧରି ଚାଲିଯାଉଛନ୍ତି କାମ କରିବାକୁ। ଯେଉଁ ବୟସରେ ସ୍କୁଲ ଯିବା କଥା ସେହି ବୟସରେ କୋଳରେ ପିଲା ଧରି ସମ୍ଭାଳୁ ଛନ୍ତି।