ବିବାହର ଚାରି ବର୍ଷ ଧରି ଯୌତୁକ ନିର୍ଯାତନା ଦେବା ପରେ ଶାଶୂଘର ଲୋକ କରିଦେଇଛନ୍ତି ବୋହୂର ହତ୍ୟା। ଗଛରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର। ରାୟଗଡ଼ା ଜିଲ୍ଲାରେ ମୁନିଗୁଡ଼ା ବ୍ଲକ, ଆମ୍ବଦଳା ଗ୍ରାମରେ ଏଭଳି ଏକ ଭୟଙ୍କର ଘଟଣା ଘଟି ଯାଇଛି।
ପରୀକ୍ଷିତ ବିଭାର ଙ୍କ ଝିଅ ସନିଆ ବିଭାରଙ୍କ ଚାରି ବର୍ଷ ତଳେ ଆସିଲ କୁଲଦିବିଆ ଙ୍କ ସହିତ ବିବାହ ହୋଇଥିଲା। କିନ୍ତୁ ତାଙ୍କର ଶାଶୁ ଘର ଲୋକେ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ।
ନିର୍ଯ୍ୟାତନା କୁ ସହ୍ୟ ନ କରିପାରି ସନିଆ ଗତ ଦୀପାବଳୀ ଦିନ ନିଜ ବାପ ଘରକୁ ଚାଲି ଆସିଥିଲେ। ବାପ ଘରେ କିଛିଦିନ ରହିବା ପରେ ସମସ୍ୟାର ସମାଧାନ ପାଇଁ ସ୍ବାମୀ ଜଣକ ନିଜ ସ୍ତ୍ରୀ କୁ ବୁଝେଇବା ପାଇଁ ତାଙ୍କର ଶଶୁର ଘରକୁ ଯାଇଥିଲେ। ଏହାପରେ ସେ ମଧ୍ୟ ନିଜ ଶାଶୁ ଘରକୁ ଚାଲି ଯାଇଥିଲେ।
କିନ୍ତୁ କିଛି ଦିନ ପରେ ଏକ ଗଛ ମୂଳରେ ତାଙ୍କର ମୃତ ଦେହ ଝୁଲୁଥିବାର ମହିଳାଙ୍କ ଘର ଲୋକ ଖବର ପାଇଥିଲେ। ମହିଳାଙ୍କ ପରିବାର ଲୋକ ଏହାକୁ ହତ୍ୟା କହୁଥିବା ବେଳେ ଶାଶୁଘର ଲୋକେ ଏହାକୁ ଆତ୍ମ-ହ-ତ୍ୟା ବୋଲି କହୁଛନ୍ତି। ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି।