ଦେଖନ୍ତୁ ଭିଡ଼ିଓ : ନାବାଳିକା ଝିଅଟି ପ୍ରେମକୁ ଅସ୍ବୀକାର କରିବାରୁ ପନିକିରେ ବେକକୁ କାଟିଦେଲା ପ୍ରେମିକ…

କୁହାଯାଏ ପ୍ରେମ କୁଆଡେ ଅନ୍ଧ ହୋଇଥାଏ ଜାତି ଅଜାତି, ଧନୀ ଗରିବ ଆଉ ଗୋରା କଳା କିଛି ଦେଖି ନଥାଏ। ହେଲେ ଏକ ତରଫା ପ୍ରେମ କାଳ ସାଜିଲା ଯୁବତୀଙ୍କ ପାଇଁ। ପ୍ରେମିକର ଏକତରଫା ପ୍ରେମ କୁ ଯୁବତୀ ସ୍ବୀକାର ନ କରିବାରୁ ରକ୍ତମୁଖା ହୋଇ ପଡିଥିଲା ପ୍ରେମିକ ଜଣକ। ବିବହିତ ହୋଇ ମଧ୍ୟ ଟପି ଯାଇଥିଲା ସବୁ ସୀମା। ନାବାଳିକା ଯୁବତୀକୁ ବାହାନା କରି ବାଡ଼ି ପଟକୁ ଡ଼ାକି ନେଇ ଅତି ନିର୍ମମ ଭାବରେ ଧାରୁଆ ପନିକି କାଟି ଦେଇଥିଲା।

ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା, ରିଆମାଳ ଥାନା ଅନ୍ତର୍ଗତ, ଖଳି ନାଳି ଗ୍ରାମରେ। ସୁଚନା ମୁତାବକ ଗାଁ ରେ ପ୍ରକାଶ ପ୍ରଧାନ ନାମକ ଯୁବକ ନିଜ ଗାଁ ର ଖଳିନାଳି ର କିଶୋର ବେହେରାଙ୍କ ଝିଅ ସୁଇଟି ବେହେରା ଙ୍କୁ ଏକ ତରଫା ପ୍ରେମ କରୁଥିଲା। ସ୍ବିଟି କୁ କହିବା ପରେ ସେ ମନା କରିଦେଇଥିଲା।

ଏଭଳି ପ୍ରତ୍ୟାଖାନ କୁ ସହଜରେ ଗ୍ରହଣ କରି ପାରି ନଥିଲା ପ୍ରେମିକ ଜଣକ। ଏବଂ ଜୀବନରୁ ମାରିଦେବା ପାଇଁ ସୁଯୋଗ ଖୋଜୁଥିଲା ଏବଂ ଦୀପାବଳି ଦିନ ସୁଯୋଗ ପାଇ ସ୍ବିଟି ର ବେକ କାଟି ହତ୍ୟା କରିଥିଲା।

ଆଉ ସବୁଠାରୁ ବଡ଼ କଥା ହେଉଛି କି ସେ ନିଜେ ପୋଲିସ କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଏବଂ ପୋଲିସ ଆଗରେବ ଆତ୍ମ ସମର୍ପଣ ମଧ୍ୟ କରିଥିଲା।