ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଜନ୍ମ ହେଉଛି, ୧୫ ମେ ୧୯୬୫ ମସିହା ସମ୍ବଲପୁରରେ। ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ ଅପରାଜିତା। ସେ ୧୯୮୦ ମସିହାର ସିନେମା “ସୀତା ଲବକୁଶ”ରୁ ନିଜର କ୍ୟାରିୟର ଜୀବନ ଆରମ୍ଭ କରିଥିଲେ। ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି। ଅପରାଜିତାଙ୍କ ପିତା ଅବଦୁଲ ଅର୍ଜିଜ୍ ଖାନ ଭଦ୍ରକର ଏକ ମୁସଲିମ ପରିବାରରୁ ଓ ମାତା ହରପ୍ରିୟା ରାୟ ଏକ ହିନ୍ଦୁ ପରିବାରରୁ ଥିଲେ।
ବାପା ଓ ଜେଜେବାପା ଉଭୟ ଆଇନଜିବୀ ଥିଲେ। ଜେଜେବାପା ୧୯୪୧ରେ ହରେକୃଷ୍ଣ ଗଜପତିଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ରାଜସ୍ବ ଓ ଆଇନ ମନ୍ତ୍ରୀ ଥିଲେ। ବାପା ଅଜିଜ ଖାନ ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ ଥିଲେ। ତାଙ୍କ ମାଆ ହରପ୍ରିୟା ସାହିତ୍ୟିକ ରାଜକିଶୋର ରୟଙ୍କର ସାନ ଭଉଣୀ। ଅପରାଜିତା ଓଡିଆ କଥାଚିତ୍ର ଜଗତର୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ। ତାଙ୍କର ପୁଅ ବାବୁଶାନ ମହାନ୍ତି ମଧ୍ୟ ବେଶ୍ ଅଭିନେତା।
ସେ ଗତ ୩୦ ବର୍ଷଧରି ଫିଲ୍ମ୍ ଓ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ୧୯୮୦ ମସିହାରେ ସେ “ସୀତା ଲବକୁଶ” କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ। ବାବୁଶାନ୍ ୭୦ ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିସାରିଛନ୍ତି। ସେଥିମଧ୍ୟରୁ ଓଡ଼ିଆ ଅଭିନୀତ କଥାଚିତ୍ର ହେଲା ସୁପର ମିଛୁଆ ୨୦୧୫, କିଏ ଦେବ ଟକ୍କର ୨୦୧୫, ନୂଆ ନୂଆ ପ୍ରେମରେ , ଇସ୍କ ତୁହିତୁ, ଲେଖୁ ଲେଖୁ ଲେଖିଦେଲି, ଗୋଲାପି ଗୋଲାପି।
ଏବଂ ଡାଡ଼ି, ତୁ ଆଉ ମୁଁ, ଆଖିରେ ଆଖିରେ, ଡ଼ାହା ବାଳୁଙ୍ଗା, ପ୍ରେମ ସବୁଠୁ ବଳବାନ, ଟାର୍ଗେଟ, ନଇଁ ସେ ପାରି କନକ ଗୋରୀ, ଲଭ ମାଷ୍ଟର ଏମିତି ଅନେକ କଥାଚିତ୍ରରେ ବାବୁଶାନ ଅଭିନୟ କରିଛନ୍ତି। ୨୦୦୯ରେ ତାଙ୍କୁ ଇଟିଭି ଓଡ଼ିଆ ପ୍ରିୟ ଓଡ଼ିଆ ସମ୍ମାନ ମିଳିଥିଲା। ୧୯୮୨ ଶ୍ରେଷ୍ଠ ଅଭିନେତ୍ରୀ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଫିଲ୍ମ “ଫୁଲ ଚନ୍ଦନ” ପାଇଁ ମିଳିଥିଲା।