ୟୁଟ୍ୟୁବରେ ସର୍ବାଧିକ ସବସକ୍ରାଇବର ଏବଂ ଅନେକ ଫ୍ୟାନଙ୍କର ଭଲ ପାଇବାକୁ ନନ୍ଦିନୀ ଦିଦି ପାଇଛନ୍ତି । ଅନେକ ସମୟରେ ନନ୍ଦିନୀ ଦିଦି ଚର୍ଚ୍ଚାରେ ରହନ୍ତି । ଆଉ ବର୍ତ୍ତମାନ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ସେ । କାରଣ ନନ୍ଦିନୀ ଦିଦିଙ୍କୁ କେହି ଜଣେ ହଇରାଣ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ନନ୍ଦିନୀ ଦିଦିଙ୍କୁ ମେସେଜ ଏବଂ କମେଣ୍ଟ ଜରିଆରେ ଅନେକ ଲୋକ ଖରାପ କମେଣ୍ଟ କରୁଛନ୍ତି । ନନ୍ଦିନୀ ଦିଦିଙ୍କୁ ସମସ୍ତେ ସୋସିଆଲ ମିଡିଆରେ ଜାଣିଛନ୍ତି । କାରଣ ସେ ଏକ ବିଜନେସ କରନ୍ତି । ତାଙ୍କର ଏକ ହୋଟେଲ ବ୍ୟବସାୟ ରହିଛି । ଯେଉଁଥିରେ ସେ ନିଜେ ରୋଷେଇ କରି ନିଜେ ବାଢ଼ି ଲୋକଙ୍କୁ ଖାଇବାକୁ ଦିଅନ୍ତି । ସେଥିରେ ଯାହା ରୋଜଗାର ହୁଏ ସେଥିରେ ସେ ଖୁବ ଭଲରେ ଚଳି ଯାଆନ୍ତି ।
ଅନେକ ସମୟରେ ତାହାର ଭିଡ଼ିଓ ଭାଇରଲ ହୋଇଥାଏ । ଆଉ ତାହା ସେତେବେଳେ ଭାଇରଲ ହୋଇଥାଏ, ଯେତେବେଳେ ନନ୍ଦିନୀ ଦିଦି ନିଜେ ବାଢ଼ି ଗ୍ରାହକଙ୍କୁ ଖାଇବାକୁ ଦିଅନ୍ତି । ଏହିସବୁ ଭିଡ଼ିଓ ଯେତେବେଳେ ଭାଇରଲ ହୁଏ ସେତେବେଳେ ନନ୍ଦିନୀ ଦିଦି ବହୁତ ଖୁସି ହୁଅନ୍ତି । କାରଣ ତାଙ୍କର ଫ୍ୟାନ ଫୋଲଇଙ୍ଗ ବେଶ ଅଧିକ ଅଟେ । ନେଟିଜେନ ମାନେ ମଧ୍ୟ ନନ୍ଦିନୀ ଦିଦିଙ୍କୁ ଭାରି ପସନ୍ଦ କରନ୍ତି । କିନ୍ତୁ ଏହାରି ମଧ୍ୟରେ ନନ୍ଦିନୀ ଦିଦିଙ୍କୁ ସୋସିଆଲ ମିଡିଆରେ ଆଉ ଭିଡ଼ିଓ ପୋଷ୍ଟ କରିବାକୁ ଭୟ ଲାଗୁଛି । କାରଣ ଅନେକ ଲୋକ ନାନା ପ୍ରକାରର ଅଶ୍ଳୀଳ କମେଣ୍ଟ ଦେଉଛନ୍ତି ଏବଂ ମେସେଜ ମଧ୍ୟ କରୁଛନ୍ତି । ଯେଉଁ କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରିବାକୁ ଭୟ କରୁଛନ୍ତି ।
ନନ୍ଦିନୀ ଦିଦି ଦେଇଥିବା ଏକ ପ୍ରତିକ୍ରିୟା ଭିଡ଼ିଓ ସବୁଠି ଭାଇରଲ ହେଉଛି । ସେହି ଭିଡ଼ିଓରେ ତାଙ୍କର କହିବା କଥା ଯେ କିଛି ନୁଙ୍ଗୁରା ଲୋକ ଅଛନ୍ତି ଯେଉଁମାନେ ଖରାପ ମେସେଜ କରୁଛନ୍ତି । ଆଉ ସେମାନଙ୍କୁ ଉତ୍ତର ଦେବାକୁ ଦିଦିଙ୍କ ପାଖରେ ଟାଇମ ନାହିଁ । ତାଛଡ଼ା ଦିଦି କେତେ ଜଣଙ୍କ ମୁହଁକୁ ବନ୍ଦ କରିବେ କିମ୍ବା କେତେ ଜଣଙ୍କୁ ବ୍ଲକ କରିବେ । ଏଥିରେ କିଛି ବି ଲାଭ ହେବ ନାହିଁ ।
ଦେଖନ୍ତୁ ଭିଡିଓ :-
ତାଙ୍କ କହିବା କଥା ଯେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ ଭଲପାଇବା ମିଳିଛି । ଆଉ ତା’ ଭିତରେ ଯଦି କେହି ଖରାପ ମେସେଜ କିମ୍ବା କମେଣ୍ଟ କରୁଛି ତେବେ ତାକୁ ବିରୋଧ କଲେ ଲାଭ ନାହିଁ । ଆଉ ଏଭଳି ବିରୋଧ କରିବାକୁ ଯେଉଁ ସମୟ ଲାଗିବ ତାହା ମଧ୍ୟ ଦିଦିଙ୍କ ପାଖରେ ନାହିଁ । କିନ୍ତୁ ତଥାପି ତାଙ୍କର ପ୍ରଶଂସକ କେଉଁଠି ଉଣା ନାହାଁନ୍ତି । ବେଶ ଅଧିକ ପ୍ରଶଂସକ ତାଙ୍କର ଅଛନ୍ତି ।