ନବବଧୂ ସାବଧାନ, ଛୁଆ କରେଇଦେବେ କହି ଏକୁଟିଆ ବନ୍ଦ ଘରେ ମହିଳାଙ୍କୁ ମାଡ଼ି ବସୁଛନ୍ତି ଗେରୁଆ ବାବା, ଜାଣନ୍ତୁ ପୁରା ଖବର

ନିଜକୁ କାଳିଶୀ କହି ବୁଲୁଛନ୍ତି ଭଣ୍ଡ ବାବା ! କୁଆଡେ ସେ ଆଶୀର୍ବାଦ ଦେଇ ଦେଲେ ନବ ବଧୁ ମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇ ଯାଉଛି । ଏମିତି ଅନେକ ମିଛ ପ୍ରହସନ ଦେଖାଇ ଠକୁଛନ୍ତି ଲୋକଙ୍କୁ । କେବଳ ଯେ ଠକୁଛନ୍ତି ତାହା ନୁହେଁ ବରଂ ନବ ବଧୁ ମାନଙ୍କ ସହିତ ଖରାପ୍ ବ୍ୟବହାର କରିବା ସହିତ ସେମାନଙ୍କ ଉପରେ ଖରାପ୍ ଦୃଷ୍ଟି ପକାଇଥାନ୍ତି ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଅଂଚଳରେ । ସେଠାରୁ ତିନି ଜଣ ଭଣ୍ଡ ବାବାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ବର୍ତ୍ତମାନ ପଣା ସଂକ୍ରାନ୍ତି ଉପଲକ୍ଷେ କାଳିଶି ଲାଗିବାର ପ୍ରଥା ପରମ୍ପରା ଚାଲି ଆସିଥିବା ବେଳେ କେତେକ ଭଣ୍ଡ ବ୍ୟକ୍ତି ଏହାର ଫାଇଦା ଉଠାଉଛନ୍ତି ।

ଖଣ୍ଡଗିରିରେ ଧରା ପଡ଼ିଥିବା ଏହି ତିନି ଜଣ ଭଣ୍ଡ ବାବାଙ୍କ ନାଆଁ ହେଉଛି ସୁଶାନ୍ତ ମହାପାତ୍ର, କୁନ୍ଦୁରି ମହାପାତ୍ର ଓ ସୁରେଶ ରଣା । ଯେଉଁମାନେ ଖଣ୍ଡଗିରିରେ ନବ ବଧୁ ମାନଙ୍କୁ ନିଜର ଶିକାର ବାନାଉ ଥିଲେ । ପ୍ରଥମେ ସେମାନଙ୍କୁ ମାଆ ହେବାର ଆଶୀର୍ବାଦ ଦେଉଥିଲେ ଓ ପରେ ସେମାନଙ୍କ ସହିତ ଖରାପ୍ ବ୍ୟବହାର କରୁଥିଲେ ।

ଆହୁରି ପଢନ୍ତୁ :- ୧୦୦୦ ରେ ରୁମ୍ ସହ ଫ୍ରୀ ମିଳୁଥିଲା ସୁନ୍ଦରୀ ଯୁବତୀ, ଗ୍ରାହକଙ୍କ ଲାଗିଥିଲା ଲମ୍ବା ଲାଇନ୍, ପହଞ୍ଚିଲା ପୋଲିସ୍, ଜାଣନ୍ତୁ ପୁରା ଘଟଣା

ଆଶୀର୍ବାଦ ଦେବା ବାହାନାରେ ଲୋକଙ୍କ ଠାରୁ ନିଅନ୍ତି ଟଙ୍କା । ବସ୍ତି‌ବାସିନ୍ଦାମାନେ ମା’ ମଙ୍ଗଳାଙ୍କ ପୂଜା ପାଇଁ ସେମାନଙ୍କୁ ଟଙ୍କା ପଇସା ଦେଇଥାଆନ୍ତି । କେହି କେ‌ହି ବିଭିନ୍ନ ମାନସିକ ପୂରଣ ପାଇଁ ସେମାନଙ୍କୁ ମା’ଙ୍କ ସ୍ବତନ୍ତ୍ର ପୂଜା ଲାଗି ଦାବି ମୁତାବକ ଅଧିକ ପଇସା ଦେଇଥାଆନ୍ତି । ଏବେ ମା’ଙ୍କ ବାସନ୍ତିକ ପୂଜା ଚାଲିଥିବାରୁ ଏତିକିବେଳେ ସବୁ ମାନସିକ ପୂରଣ ହେବ ବୋଲି ସେମାନେ ଲୋକଙ୍କୁ ବୁଝାଉଥିଲେ । କାଳିଶିଙ୍କ ଉପରେ ବିଶ୍ବାସ ରଖିଥିବା ଜଣେ ବୃଦ୍ଧା ସେମାନଙ୍କୁ ଡାକି ତାଙ୍କ ମାନସିକ କଥା କହିଥିଲେ ।

ତାଙ୍କ ବୋହୂ ନିଃସନ୍ତାନ ଥିବା ନେଇ କାଳିଶିମାନଙ୍କୁ ସେ ଜଣାଇଥିଲେ । କାଳିଶି ରବୀନ୍ଦ୍ର ମନରେ ଥିଲା ଆଉ ଏକ ଯୋଜନା । ସେ ବୋହୂଙ୍କ ଉପରେ ଲୋଲୁପଦୃଷ୍ଟି ପକାଇଥିଲା । ପୂଜା ପାଇଁ ଏକ ନୂଆ‌ଶାଢ଼ି ଓ ୨,୦୦୦ ଟଙ୍କା ଦାବି କରିଥିଲା । ବୃଦ୍ଧା ସବୁ ଯୋଗାଡ଼ କରିଥିଲେ । ତେବେ ପୂଜା ପାଇଁ ରବୀନ୍ଦ୍ର ମହିଳାଙ୍କୁ ଏକ ଘରେ ପୂରାଇ ଭିତରୁ କବାଟ କିଳି ଦେଇଥିଲା । ବାହାରେ ବୃଦ୍ଧାଙ୍କ ସହ ଅନ୍ୟ ୨ କାଳିଶି ଅପେକ୍ଷା କରିଥିଲେ । ଭିତରେ ରବୀନ୍ଦ୍ର ମହିଳାଙ୍କୁ ନୂଆଶାଢ଼ି ପିନ୍ଧାଇବାକୁ ଯାଇ ଅସଦାଚରଣ କରିଥିଲା । ମହିଳା ସବୁ ବୁଝିପାରି ଚିତ୍କାର କରିଥିଲେ । ଚିତ୍କାର ଶୁଣି କଣ୍ଡୁରି ଓ ସୁଶାନ୍ତ ସେଠାରୁ ଦୌଡ଼ିଥିଲେ । କିନ୍ତୁ ଶାଶୂଙ୍କ ପାଟି ଶୁଣି ଧାଇଁଆସିଥିବା ପଡ଼ୋଶୀମାନେ ତିନିଭଣ୍ଡଙ୍କୁ କାବୁ କରିଥିଲେ । ଭଣ୍ଡଙ୍କୁ ବହେ ଛେଚିବା ପରେ ବସ୍ତିବାସିନ୍ଦା ସେମାନଙ୍କୁ ପୁଲିସ ଜିମା ଦେଇଥିଲେ ।