ପୁଣି ଏକ ଦୁଷ୍କର୍ମ ଘଟଣା। ଓଡ଼ିଶାର ଯୁବତୀକୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ । ଓଡିଶା ଯୁବତୀକୁ ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଦୁଷ୍କର୍ମ ପରେ ମହିଳା ଜଣକୁ ସରାଇ କାଲେ ଖାନ୍ ଅଞ୍ଚଳର ଏକ ପରିତକ୍ତ ଜାଗାରେ ଫୋପାଡ଼ି ଦିଆ ଯାଇଥିଲା । ସକାଳ ୩.୧୫ ରେ ଜଣେ ବ୍ୟକ୍ତି ସେମାନଙ୍କୁ କଲ କରି ଜଣାଇବା ପରେ ପୋଲିସ ପୀଡିତାଙ୍କୁ ଠାବ କରିଥିଲା। ଡିସିପି ସିଂ କହିଛନ୍ତି, “ଯୁବତୀ ଜଣକ ଏକ ବର୍ଷ ପୂର୍ବରୁ ଦିଲ୍ଲୀ ଆସିଥିଲେ ଏବଂ ଭଡା ଉପରେ ରହୁଥିଲେ।
ଅକ୍ଟୋବର ୧୦ ଏବଂ ୧୧ ମଧ୍ୟରାତ୍ରିରେ ଦକ୍ଷିଣ ପୂର୍ବ ଦିଲ୍ଲୀର ସାର କାଲେ ଖାନ ଫ୍ଲାଏ ଓଭର ନିକଟରେ ୩୪ ବର୍ଷ ବୟସ୍କା ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଅନ୍ୟସ୍ତ ବଳାତ୍କାର କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ପୋଲିସ କହିଛି। ଦକ୍ଷିଣ ପୂର୍ବ ଦିଲ୍ଲୀର ଡେପୁଟି କମିଶନର ରବି କୁମାର ସିଂ କହିଛନ୍ତି ଯେ, ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିଲା ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସା କରୁଛନ୍ତି।
ମହିଳା ଜଣଙ୍କ ଘର ଓଡ଼ିଶାର । ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରହୁଛନ୍ତି । ସେ ଜଣେ ଗ୍ରାଜୁଏଟ୍ ଓ ନର୍ସିଂ କୋର୍ସ ମଧ୍ୟ କରିଛନ୍ତି । ସାଉଥ ଦିଲ୍ଲୀରେ ଘର ଭଡ଼ା ନେଇ ମହିଳା ଜଣକ ରହୁଥଲେ । ଅଧିକାରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏକାଧିକ ଦଳ ଗଠନ କରାଯାଇଛି।
ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାର ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ ସମୀକ୍ଷା କରୁଛି। “ପୀଡିତା ବର୍ତ୍ତମାନ ସ୍ପଷ୍ଟ ବିବରଣୀ ପ୍ରଦାନ କରିବାରେ ଅସମର୍ଥ। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେମାନେ ଓଡିଶାରୁ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ବୋଲି ଡିସିପି କହିଛନ୍ତି।