ମେସିନରେ ଜିରୋ ଦେଖାଇ ମଧ୍ୟ ଏମିତି ଠକୁଛନ୍ତି ପେଟ୍ରୋଲ ପମ୍ପ, ଲୁଟିବାରୁ ଆପଣଙ୍କୁ ବଞ୍ଚାଇବ ଏହି ୪ଟି ଜିନିଷ

ଅନେକ ସମୟରେ ଗ୍ରାହକଙ୍କୁ ବିଶେଷ କରି ପେଟ୍ରୋଲ ପମ୍ପ ଗୁଡିକରେ ଠକାମିର ଶିକାର ହେବାକୁ ପଡ଼ିଥାଏ । କେଉଁଠି ପେଟ୍ରୋଲ ପମ୍ପର ମିଟରରେ ଘୋଟାଲା ଦେଖାଯାଏ ତ କେଉଁଠି ଭେଜାଲ ତେଲ ମିଳିଥାଏ । ଏମିତି ଅନେକ ପ୍ରକାରର ଜିନିଷ ରହିଛି ଯେଉଁଥି ପାଇଁ ଗ୍ରାହକଙ୍କର ବ୍ୟୟ ବଢିବା ସହିତ ଯାନ ବାହନରେ ଯାନ୍ତ୍ରିକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଯେଉଁଥି ପାଇଁ ନାହିଁ ନ ଥିବା ହଇରାଣର ଶୀକାର ହେଉଛନ୍ତି ଲୋକେ ।

ତେବେ ଆପଣ ଯଦି ଏହି ଠକେଇରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତେବେ ବିଶେଷ କରି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ । ସେହି ସମୟ ମଧ୍ୟରେ ଅନ୍ୟ ମନସ୍କ ନ ରହି କିମ୍ବା ଫୋନରେ ଧ୍ୟାନ ନ ଦେଇ କିମ୍ବା ପରସ୍ପର ମଧ୍ୟରେ କଥାବାର୍ତ୍ତା ନ ହୋଇ ପେଟ୍ରୋଲ ପମ୍ପରେ ଲାଗିଥିବା ମେସିନ୍ କୁ ଧ୍ୟାନର ସହିତ ଦେଖନ୍ତୁ । ଯେପରିକି ପେଟ୍ରୋଲ ଭରିବା ପୂର୍ବରୁ ଯେଉଁ ଯନ୍ତ୍ର ସାହାଯ୍ୟରେ ଆପଣଙ୍କ ଗାଡ଼ିରେ ତେଲ ପଡୁଛି ତାହା ୦ କୁ ଆସିବା ଆବଶ୍ୟକ । ନଚେତ୍ ଆପଣଙ୍କୁ କମ୍ ତେଲ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ତେବେ ଆସନ୍ତୁ ଏହିପରି କିଛି ସାବଧାନତା ଉପରେ ନଜର ପକାଇବା ଯାହା କରିବା ଦ୍ୱାରା ଆପଣ ଠକେଇରେ ବଞ୍ଚିତ ହୋଇ ପାରିବେ । 

• ପେଟ୍ରୋଲ ପକାଇବା ପୂର୍ବରୁ ଲକ୍ଷ୍ୟ ରଖନ୍ତୁ । ପମ୍ପର ମିଟରରେ କ୍ଵାଣ୍ଟିଟି ଘରେ ଜିରୋ ହୋଇଛି କି ନାହିଁ ।

• ଏପରିକି ଆମାଉଣ୍ଟ୍ ଘରକୁ ମଧ୍ୟ ଦେଖନ୍ତୁ । ଆପଣ ପେ କରିଥିବା ରାଶି ପଡିଛି କି ନାହିଁ ।

• ଆହୁରି ମଧ୍ୟ ଡେନସିଟି/ ଘନତ୍ଵ ଘରକୁ ମଧ୍ୟ ଧ୍ୟାନରେ ରଖନ୍ତୁ । ପ୍ରତି ତେଲର ଏକ ନିର୍ଦ୍ଧିଷ୍ଟ ଘନତ୍ଵ ରହିଥାଏ । ଯେଉଁଥିରୁ ଆପଣ ତେଲର ଶୁଦ୍ଧତା ଜାଣି ପାରିବେ । 

• ବିତରଣ ଯନ୍ତ୍ରରେ ଲାଗିଥିବା ସାର୍ଟିଫିକେଟ କୁ ମଧ୍ୟ ଦେଖନ୍ତୁ । ଏହା ଭଲ ଅଟେ କି ଖରାପ୍ ।

• ଏହା ଛଡା ଯଦି କିଛି ବି ସନ୍ଦେହ ଆସୁଛି ଆପଣ ଲିଗାଲ ମେଟ୍ରୋଲୋଜି ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ପାରିବେ କିମ୍ବା ୧୯୧୫ ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରି ପାରିବେ ।