ଆଜିକାଲି ସୋସିଆଲ ମିଡିଆରେ ସିନେ ସେଲିବ୍ରିଟି ମାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଏହି ସେଲିବ୍ରିଟିମାନେ ବିଭିନ୍ନ କାରଣ ହେତୁ ବେସ୍ ଭାଇରାଲ ମଧ୍ୟ ହୋଇଥାନ୍ତି। ତେବେ, ସେମାନଙ୍କ ନିଜ ଜୀବନଶୈଳୀ ଏବଂ ସିକ୍ରେଟ୍ ଗୁଡିକୁ ଜାଣିବା ପାଇଁ ଲୋକେ ଖୁବ ପସନ୍ଦ କରିଥାନ୍ତି। ତେବେ, ଆସନ୍ତୁ ଆଜି ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣି ରଖିବା ଯେଉଁମାନେ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ।
କୋଙ୍କଣା ସେନ ଶର୍ମା:-
ବାଲିଉଡ଼ ଏବଂ ସାଉଥ ସିନେ ଇଣ୍ଡଷ୍ଟ୍ରୀରେ କୋଙ୍କଣା ସେନ ଶର୍ମା ଏକ ବଡ଼ ନାମ ଅଟେ। କୋଙ୍କଣା ରଣବୀର ସୋରିଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ରହିଥିବା କୁହାଯାଏ। ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଡ଼ିଭୋର୍ସ ହୋଇ ସାରିଥିବା ବେଳେ କୋଙ୍କାଣା ଏକୁଟିଆ ନିଜ ପୁଅର ଦେଖାଶୁଣା କରୁଛନ୍ତି।
ସେଲିନା ଜେଟଲୀ:-
ମିସ୍ ଇଣ୍ଡିଆ ସେଲିନା ଜେଟଲୀ ସ୍ୱାମୀ ପିଟର ହଗଙ୍କୁ ଡେଟ୍ କରିବା ପୂର୍ବରୁ ଗର୍ଭବତୀ ରହିଥିଲେ। ପିଲାଟି ତାଙ୍କ ପୂର୍ବ ପ୍ରେମିକର ହୋଇଥିବା କୁହାଯାଏ। ତେବେ, ପରବର୍ତ୍ତୀ ସମୟରେ ଏଥିପାଇଁ ସେଲିନାଙ୍କୁ ଅପରେସନ ମଧ୍ୟ କରାଇବାକୁ ପଡିଥିଲା।
ଅମୃତା ଅରୋରା:-
ବାଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସାନ ଭଉଣୀ ଅମୃତା ମଧ୍ୟ ଶକିଲ ଲଦାକଙ୍କ ସହିତ ବିବାହ କରିବା ପୂର୍ବରୁ ଗର୍ଭବତୀ ରହିଥିଲେ। ପରେ ତାଙ୍କୁ ବିବାହ କରିବାର ମାତ୍ର ମାସେ ଭିତରେ ସେ ଗର୍ଭବତୀ ଥିବା ଘୋଷଣା କରିଥିଲେ।
ସାରିକା:-
ବିଗତ ଦିନର ଫେମସ୍ ଅଭିନେତ୍ରୀ ସାରିକା ସୁପରଷ୍ଟାର କମଲ ହାସନଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ରହିଥିଲେ ଯେଉଁଥିପାଇଁ ତାଙ୍କୁ ଅପରେସନ କରିବାକୁ ପଡିଥିଲା। ତେବେ, ଆଗକୁ ଯାଇ ସାରିକା ଦୁଇ ଝିଅଙ୍କର ମାଆ ମଧ୍ୟ ହୋଇପାରିଥିଲେ।