ଦେଖନ୍ତୁ ଭିଡିଓ: ମନରେ ଲାଜକୁ ନରଖି ସିଧା ସୋସିଆଲ ମିଡିଆରେ ବିବାହ ପାଇଁ ଖୋଲା ଖୋଲି ପ୍ରସ୍ତାବ ଦେଲେ ଏହି ଅଭିନେତ୍ରୀ, କହିଲେ…

ବିବାହ କରିବା ପାଇଁ ମନ ସ୍ଥିର କରିଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ରାଣୀ ପଣ୍ଡା । ପୂର୍ବରୁ ସେ କେବେ ବାହା ହେବେ ନାହିଁ ବୋଲି କହୁଥିବା‌ ବେଳେ ଏବେ ସେ ତାଙ୍କ ମନ ବଦଳାଇ ଦେଇଛନ୍ତି । ରାଣୀ ପଣ୍ଡା ବାହା ହେବାକୁ ନିଜ ପାଇଁ ଏକ ଯୋଗ୍ୟ ପ୍ରାର୍ଥୀ ଖୋଜୁଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଏକ ଭିଡିଓରୁ ଜଣାପଡ଼ିଛି ।

ସେ କହିଛନ୍ତି, ‘‘ମୁଁ ଆଗରୁ ବାହାହେବା କଥା ଭାବୁ ନଥିଲି । ହେଲେ ଏବେ ସେଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛି ଓ ନିଷ୍ପତ୍ତି ବି ନେଇସାରିଛି । ସେଥିପାଇଁ ମୋତେ ଜଣେ ସୁନ୍ଦର ଜୀବନସାଥୀ ଟିଏ ଦରକାର, ଯିଏ ମୋତେ ଭଲପାଇପାରୁଥିବ, ସ୍ନେହ ଶ୍ରଦ୍ଧା କରୁଥିବ, ସମ୍ମାନ ଦଉଥିବ, ମୋ ଭାବନାକୁ ବୁଝିପାରୁଥିବ, ମୋ ହୃଦୟକୁ ଚିହ୍ନି ପାରୁଥିବ ଓ ରାଣୀ ପଣ୍ଡା ଭାଷା କହୁଛି ବୋଲି ନଭାବି ମୋତେ ଜଣେ ସୁନ୍ଦର ମଣିଷ ଭାବୁଥିବ; ସେମିତି ଜଣେ ଜୀବନସାଥୀ ଆବଶ୍ୟକ ।’’

ଏହା ସହ ପ୍ରାର୍ଥୀ ନିଶ୍ଚିତ ଭାବେ ବ୍ରାହ୍ମଣ ହୋଇଥିବା ଆବଶ୍ୟକ ବୋଲି ରାଣୀ ପଣ୍ଡା ଉକ୍ତ ଭିଡିଓରେ କହିଛନ୍ତି । ସେ କରୁଥିବା ସମାଜସେବା କାର୍ଯ୍ୟ କରିବା ପାଇଁ ତାଙ୍କ ଭାବି ସ୍ବାମୀ ତାଙ୍କୁ ଅନୁମତି ଦେଉଥିବା ଆବଶ୍ୟକ ବୋଲି ସେ ଭିଡିଓରେ କହିଛନ୍ତି ।

ଦେଖନ୍ତୁ ଭିଡିଓ :-

ରାଣୀ ପଣ୍ଡାଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଇନ୍‌ଷ୍ଟାଗ୍ରାମ୍‌ ଫ୍ୟାନ୍‌ ବ୍ଲକ୍‌ରେ ମେସେଜ୍‌ କରି ତାଙ୍କୁ ସୂଚନା ଦେବାକୁ ରାଣୀ ପଣ୍ଡା କହିଛନ୍ତି ।