ରାଣୀ ପଣ୍ଡା ଙ୍କୁ ଓଡ଼ିଶାର ଅଭିନେତ୍ରୀ କୁହନ୍ତୁ , ଯାତ୍ରା କଳାକାର କୁହନ୍ତୁ କିମ୍ବା ସମାଜ ସେବୀ କୁହନ୍ତୁ , ସବୁ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳୁଛି । ରାଣୀ ପଣ୍ଡା ସାରା ଓଡ଼ିଶାବାସୀଙ୍କର ପ୍ରିୟ । ଯେଉଁ ରାଣୀ ପଣ୍ଡାଙ୍କୁ ଦିନେ ଲୋକେ ଏଣୁତେଣୁ କହୁଥିଲେ ଏବଂ ଅପେରା କିମ୍ବା ଯାତ୍ରାରୁ ବେନ କରିବାକୁ ଦାବି କରିଥିଲେ ସେହି ଲୋକମାନେ ବର୍ତ୍ତମାନ ରାଣୀ ପଣ୍ଡାଙ୍କୁ ଦେଖିବାକୁ ଲାଇନ ଦେଉଛନ୍ତି , ସେଲ୍ଫି ନେବାକୁ ଅପେକ୍ଷା କରୁଛନ୍ତି ଏବଂ ରାଣୀ ପଣ୍ଡାଙ୍କ ଡାଇଲଗ ଦେଖିବାକୁ ଅପେକ୍ଷାରେ ରହୁଛନ୍ତି । ଆଶ୍ଚର୍ଯ୍ୟ ଲାଗିବା ନିଶ୍ଚିତ କିନ୍ତୁ ରାଣୀ ନାମ ବର୍ତ୍ତମାନ ଗୋଟିଏ ବ୍ରାଣ୍ଡ କହିଲେ କୌଣସି ଭୁଲ ହେବନି ।
କହିରଖିବୁ ଯେ ଗତ କେତେ ବର୍ଷ ତଳେ ଯେଉଁ ସ୍ଥାନରେ ଯେଉଁ ଷ୍ଟେଜରୁ ରାଣୀ ପଣ୍ଡାଙ୍କୁ ବେନ କରାଯାଇଥିଲା ସେହି ସ୍ଥାନରେ ହିଁ ରାଣୀଙ୍କୁ ଦେଖିବାକୁ ଲୋକେ ଆଜି ଅପେକ୍ଷାରେ ରହିଛନ୍ତି । ଲୋକଙ୍କ ଭିତରେ ବେଶ ଖୁସି ଦେଖିବାକୁ ମିଳିଛି ଯାହା ଅନ୍ୟ କଳାକାରଙ୍କ କାରଣରୁ କେବେ ଆସିନାହିଁ । ଖଣ୍ଡଗିରିର ଯେଉଁ ମଞ୍ଚରୁ ରାଣୀ ପଣ୍ଡାକୁ ବେନ କରାଯାଇଥିଲା , ସେହି ମଞ୍ଚକୁ ସେ ଆଜି ଫେରିଛନ୍ତି ।
ଆଉ କାହାଣୀର ନାମ ରହିଛି ” ରାନୀ ପଣ୍ଡାକୁ ଖଣ୍ଡଗିରି ମନା ” । କିଛିବର୍ଷ ତଳେ ଏହି ନାଟକ ଆସିବ ବୋଲି ଖବର ଶୁଣିବାକୁ ମିଳିଥିଲା ଆଉ ଆଜି ସେହି ନାଟକ ସେହି ବିବାଦୀୟ ସ୍ଥାନରେ ପରିବେଷିତ ହେବାକୁ ଯାଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ଏହି ନାଟକ ପୂର୍ବରୁ ରାଣୀଙ୍କର ଆଉ ଏକ ନାଟକ ଆସିଥିଲା ଯାହାର ନାଁ ଥିଲା ” ହାତୀ ଘୋଡ଼ା ଗଣ୍ଡାକୁ ଗଣ୍ଡା , ଏକା ଲଢ଼ିବ ରାଣୀ ପଣ୍ଡା ” । ଆଉ ସେହି ନାଟକ ମଧ୍ୟ ବେଶ ହିଟ ହୋଇଥିଲା । ” ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ” ଖୁବ ଜବରଦସ୍ତ ଡାଇଲଗ ରହିଛି ବୋଲି ରାଣୀପଣ୍ଡା କହିଛନ୍ତି । ତେବେ ଗୌରୀ ଗଣନାଟ୍ୟର ଏହି ନାଟକ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ରାଣୀ ପଣ୍ଡା ନିଜେ ମଧ୍ୟ କହିଛନ୍ତି ଯେ ଏହି ନାଟକ ଖୁବ ଭଲ ହୋଇଛି ଏବଂ ସେଥିରେ କୌଣସି ଖରାପ ଦୃଶ୍ୟ ନାହିଁ । ତେଣୁ ତାହାକୁ ସମସ୍ତେ ନିଜ ପରିବାର ସହିତ ଆସି ଦେଖି ପାରିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ , ରାଣୀ ପଣ୍ଡା ଆଗାମୀ ସମୟରେ କେଉଁ ଗଣନାଟ୍ୟ ତରଫରୁ ଆସିବେ ତାହା ତ ଜଣା ପଡ଼ିନାହିଁ କିନ୍ତୁ ସେ ” ମୁଖ୍ୟମନ୍ତ୍ରୀ ହେବ ରାଣୀ ପଣ୍ଡା ” ନାଟକ ସହିତ ଆସିବେ ବୋଲି ମଧ୍ୟ କହିଛନ୍ତି ।