ଓଡ଼ିଶାର ରଶ୍ମୀକା ମନ୍ଦନାଙ୍କ ଭିତିରିଆ ଭିଡ଼ିଓ ଇଏ କରିଥିଲା ଭାଇରାଲ, ପ୍ରେମ କରି ଖୁବ୍ ମଜା ନେଲା, ଆଉ ତାପରେ…

ବିବାହ ପ୍ରତିଶ୍ରୁତି ଦେଇ ବାର୍ ଡାନ୍ସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଡିଜେ ପ୍ଲେୟାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାର ଡାନ୍ସର। କେବଳ ସେତିକି ନୁହେଁ, ପ୍ରେମିକ ଜଣକ ଦୁଷ୍କର୍ମ ପରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରିଛି। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଏକ ବାର୍‌ରେ କାମ କରୁଥିବା ଜଣେ ଡାନ୍ସର ତଥା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ପୀଡ଼ିତା ଜଣକ ଏନେଇ ବାଙ୍କୀ ଥାନାରେ ମାମଲା ରୁଜୁ କରିଛନ୍ତି।

ତେବେ ଓଡ଼ିଶାର ରଶ୍ମିକା ମନ୍ଦନା ନାମରେ ପରିଚିତ ଏହି ଇନଷ୍ଟା  ଷ୍ଟାରଙ୍କ ଗଲା ଇଯତ୍। ଏବେ ସମସ୍ତେ  ନିନ୍ଦା କରିବାରେ ଲାଗିଛନ୍ତି ରଶ୍ମିକା ମନ୍ଦନାଙ୍କୁ। କିନ୍ତୁ ସେପଟେ ଲଭ୍ ସେକ୍ସ୍ ଧୋକା ଦେଇ ଫେରାର ହେଇଯାଇଛି ପ୍ରେମିକ ଅମିୟ ଚକ୍ର। ଯାହାକୁ ନେଇ ଏବେ ସଂପୃକ୍ତ ଯୁବତୀ ବା ବାର ଡ୍ୟାନ୍ସର ଯୁବତୀଙ୍କର ଅଭିଯୋଗ ପତ୍ର ବାଙ୍କୀ ଥାନା ଓ ଲିଙ୍ଗରାଜ ଥାନାରେ ଘୂରି ବୁଲୁଛି। 

ତେବେ ଏହି ଯୁବତୀ ଜଣଙ୍କୁ ଓଡ଼ିଶାର ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନା ବୋଲି କୁହାଯାଏ। ହେଲେ ଏହି ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ବାର ଡ୍ୟାନ୍ସର। ଆଉ ସେହି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ପୁରୁଷ ବନ୍ଧୁ ଯିଏ କି ଜଣେ ଡ଼ିଜେ ପ୍ଲେୟର।ସେହି ଯୁବକ ଜଣଙ୍କ ଯୁବତୀଙ୍କୁ ଧୋକା ଦେଇଥିବା ଅଭିଯୋଗ ହେଇଛି। 

ଖାଲି ସେତିକି ନୁହେଁ ଦୁଷ୍କର୍ମ ପରେ ଯୁବତୀଙ୍କୁ ନଗ୍ନ ଭିଡିଓ ଭାଇରାଲ କରି ଫେରାର ହେଇଯାଇଛି ଡିଜେ ପ୍ଲେୟର୍ ପ୍ରେମିକ ଅମିୟ ଚକ୍ର। ତେବେ ଲିଙ୍ଗରାଜ ନଗରରେ ଭଡ଼ାରେ ରୁହନ୍ତି ଫେରାର ପ୍ରେମିକ ଅମିୟ ଚକ୍ର ଓ ତାଙ୍କ ପରିବାର। ହେଲେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରିବା ପରେ ଅମିୟ ଫେରାର ହେଇଯାଇଛନ୍ତି। ପୋଲିସ ଦୁଇ ଦୁଇଥର ତାଙ୍କ ଘରେ ଛନଭିନ୍ନ କରିବା ପରେ ମଧ୍ୟ ଅମିୟଙ୍କ ପତା ପାଉନି।