ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଅକ୍ଟୋବର ୯ ତାରିଖ ରାତିରେ ପରଲୋକ ଘଟିଛି। ସେ ୮୬ ବର୍ଷରେ ସାରା ଦୁନିଆରୁ ବିଦାୟ ନେଇଛନ୍ତି। ରତନ ଟାଟାଙ୍କ ବିୟୋଗରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଦିନିକିଆ ଶୋକ ଘୋଷଣା କରାଯାଇଛି। ନିଜର ବଳିଷ୍ଠ ଅବଦାନରେ ଟାଟା ଗ୍ରୁପକୁ ଶୀର୍ଷରେ ପହଞ୍ଚାଇ ପାରିଥିଲେ ରତନ ଟାଟା। ୧୯୯୧ରୁ ସେ ଟାଟା ଗ୍ରୁପର ମଙ୍ଗ ସମ୍ଭାଳିବା ଆରମ୍ଭ କରିଥିଲେ ।
ସେବେଠୁ ୨୦୧୨ ମଧ୍ୟରେ ଟାଟାର ଗ୍ରୁପକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ରତନ । ଶିଳ୍ପ ଜଗତ ବ୍ୟତୀତ ତାଙ୍କର ମାନବୀୟ ଗୁଣ ଆଜି ସମସ୍ତଙ୍କ ମନରେ ତାଙ୍କ ପାଇଁ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ଆଜି ତାଙ୍କ ବିୟୋଗରେ ସାରା ଦେଶ ତାଙ୍କୁ ଝୁରୁଛି । ତେବେ ଆଜି ରତନ ଟାଟାଙ୍କ ଶବଦାହ ବର୍ଲିରେ ରାଜକୀୟ ସମ୍ମାନ ସହ କରାଯିବ। ରତନ ଟାଟା ପାର୍ସୀ ଥିଲେ। ଏଥିପାଇଁ ତାଙ୍କ ଶବଦାହ ପାର୍ସୀ ରିତି-ନୀତି ଅନୁଯାୟୀ କରାଯିବ। ଆସନ୍ତୁ ଜାଣିବା ଏହି ବିଷୟରେ।
ରତନ ଟାଟା ହିନ୍ଦୁ ନୁହନ୍ତି… ସେ ହେଉଛନ୍ତି ପାର୍ସୀ ସମ୍ପଦାୟର । ତାଙ୍କର ଚାଲିଚଳନ ଓ ରୀତିନୀତି ସମ୍ପୂର୍ଣ୍ଣ ରୂପେ ଅଲଗା । କହିବାକୁ ଗଲେ ଏହି ସମ୍ପଦାୟର ଲୋକେ ହିନ୍ଦୁଙ୍କ ଠାରୁ ପୂରା ଭିନ୍ନ । ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କର ଶବସତ୍କାର ହିନ୍ଦୁ ଓ ମୁସଲମାନଙ୍କ ଭଳି ନୁହେଁ ।
ପାର୍ସୀ ଲୋକଙ୍କ ଶବଦାହ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନମାନଙ୍କଠାରୁ ଭିନ୍ନ। ହିନ୍ଦୁ ଶବକୁ ଜଳାନ୍ତି। ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କ ଶବକୁ ପୋତାଯାଇଥାଏ। ପାର୍ସୀ ଲୋକେ ଶବକୁ ଖୋଲାରେ ସୂର୍ଯ୍ୟ ଏବଂ ପକ୍ଷୀମାନଙ୍କ ପାଇଁ ଛଡାଯାଇଥାଏ। ଅର୍ଥାତ ଶବକୁ ଚିଲ ଏବଂ ଶାଗୁଣାଙ୍କୁ ଦିଆଯାଇଥାଏ। ବୌଦ୍ଧ ଧର୍ମର ଲୋକେ ଏହିପରି ଶବଦାହ କରିଥାଆନ୍ତି। ପାର୍ସୀମାନେ ଶବଦାହର ଏହି ପ୍ରକ୍ରିୟା ୩୦୦୦ ବର୍ଷରୁ କରିଆସୁଛନ୍ତି।
ଶବଙ୍କୁ ଯେଉଁ ସ୍ଥାନରେ ଛାଡିକି ଆସନ୍ତି, ତାକୁ ଟାୱାର ଅଫ ସାଇଲେନ୍ସ କୁହାଯାଏ। ଏହା ଏକ ବୃତ୍ତାକାର ବିଲ୍ଡିଂ। କିନ୍ତୁ ଏହା ଖୋଲା ଥାଏ। ପାର୍ସୀ ଲୋକେ କୁହନ୍ତି ଯେ, ଶବକୁ ଆକାଶରେ ପୋତାଯାଏ। ଏହି ପ୍ରକ୍ରିୟାକୁ ଦୋଖମେନସିନି କୁହନ୍ତି। ଯେତେବେଳେ ପାର୍ସୀ ସମୁଦାୟର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ସେତେବେଳେ ତାଙ୍କ ଶବକୁ ଏହି ଟାୱାର ଅଫ ସାଇଲେନ୍ସରେ ଛାଡିଦିଆଯାଇଥାଏ।