ଭାଇରାଲ୍ ହେଉଛି ଐଶ୍ୱର୍ଯ୍ୟା ରାୟ ଏବଂ ଏହି ଡାକ୍ତର ଙ୍କ ଚୁମ୍ବନ ଫଟୋ! ଏହି ଡାକ୍ତରଙ୍କ ପାଇଁ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ଙ୍କ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର…

ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଯୋଡି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ତେବେ ଏହି ଚର୍ଚ୍ଚାକୁ ନେଇ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କୁହାଯାଉଛି ଯେ ଜଣେ ଡାକ୍ତରଙ୍କ କାରଣରୁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି କିଏ ଯାହାଙ୍କ କାରଣରୁ ଦମ୍ପତିଙ୍କ ଛାଡପତ୍ରକୁ ନେଇ ଗୁଜବ ଉଡୁଛି।

ଆପଣ ଦୁଇଟି ଫଟୋ ଦେଖପାରୁଥିବେ। ଗୋଟିଏ ଫଟୋରେ ଆପଣ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ବନ୍ଧୁ ଜିରକ ମାର୍କରଙ୍କ ହାତ ଧରିଥିବାର ଦେଖିପାରିବେ। ଦ୍ୱିତୀୟ ଫଟୋରେ ଐଶ୍ୱର୍ଯ୍ୟା ଜିରାକଙ୍କୁ ଚୁମ୍ବନ ଦେଉଥିବାର ଦେଖାଯାଉଛି।

ଐଶ୍ୱର୍ଯ୍ୟା ରାୟ ଏବଂ ଜିରକ୍ ମାର୍କର ଦୀର୍ଘ ଦିନର ବନ୍ଧୁ। ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଜରାକଙ୍କ ଅନେକ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା, ସେତେବେଳେ ଲୋକମାନେ କଳ୍ପନା କରିବା ଆରମ୍ଭ କରିଦେଲେ ଯେ ଉଭୟଙ୍କ ମଧ୍ୟରେ କିଛି ଚାଲିଛି।

ତେବେ ଐଶ୍ୱର୍ଯ୍ୟା ରାୟ ଏବଂ ଜିରକ ମାର୍କରଙ୍କ ଘନିଷ୍ଠ ବନ୍ଧୁତା ଅଭିଷେକଙ୍କଠାରୁ ଅଭିନେତ୍ରୀଙ୍କ ଛାଡପତ୍ରର କାରଣ ହୋଇପାରେ ବୋଲି ଲୋକେ ଅନୁମାନ କରୁଛନ୍ତି। ତେବେ ଉଭୟଙ୍କ ଏଭଳି ଫଟୋ ଦେଖି ଲୋକମାନେ ପ୍ରତିକ୍ରିୟା କରୁଛନ୍ତି।

ସମଗ୍ର ବଚ୍ଚନ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଏକାଠି ହୋଇଥିଲେ। ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟା ରାୟ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଏକାକୀ ପହଞ୍ଚିଥିଲେ। ମା’ ଏବଂ ଝିଅଙ୍କୁ ଏକାକୀ ଦେଖି ଲୋକମାନେ ଛାଡପତ୍ର ବିଷୟରେ କଳ୍ପନା କରିବା ଆରମ୍ଭ କଲେ। ଛାଡପତ୍ରକୁ ନେଇ ଏତେ ଚର୍ଚ୍ଚା ପରେ ମଧ୍ୟ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ କେବେବି ଏକାଠି ଦେଖିବାକୁ ମିଳିନାହିଁ।

ଯେପରି ଭବେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଖବର ଇଣ୍ଟରନେଟରେ ଭାଇରାଲ୍ ହେଉଛି ତାହା ଦେଖି ପ୍ରଶଂସକମାନେ ମନଦୁଃଖ କରୁଛନ୍ତି ଏବଂ ଏହି ଚର୍ଚ୍ଚାର ପୂର୍ଣଛେଦ ଚାଁହୁଛନ୍ତି।