କୋରିଓଗ୍ରାଫର୍ ରେମୋ ଡି’ସୁଜା ଛଦ୍ମବେଶ ନେଇ ପହଁଚିଲେ ମହାକୁମ୍ଭମେଳାରେ…

ମହାକୁମ୍ଭ ୨୦୨୫: ମହାକୁମ୍ଭରେ ବୁଡ଼ ପକାଇବା। ପାଇଁ ଦେଶ ଦୁନିଆରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସିନେମା ଜଗତର ବଡ଼ ବଡ଼ ସୁପରଷ୍ଟାର ମଧ୍ୟ ଆସୁଛନ୍ତି। ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ଙ୍କୁ ମଧ୍ୟ ଶନିବାର ମହାକୁମ୍ଭ ମେଳାରେ ଦେଖିବାକୁ ମିଳିଛି। ପୂର୍ବରୁ ବଲିଉଡ୍ ଅଭିନେତା ଅନୁପମ ଖେର ଓ ସିଙ୍ଗର ଗୁରୁ ରନ୍ଧାୱା ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇବାର ଦେଖିବାକୁ ମିଳିଥିଲା।

କୋରିଓଗ୍ରାଫର ରେମୋ ଡି’ସୁଜା ଛଦ୍ମବେଶ ରେ ମହାକୁମ୍ଭରେ ପହଞ୍ଚିଥିଲେ । କଳା କପଡ଼ାରେ ନିଜ ମୁହଁକୁ ଢାଙ୍କି ରଖିଥିଲେ । ପ୍ରଥମ ନଜରରେ ତାଙ୍କୁ ଚିହ୍ନବା କଷ୍ଟକର ଥିଲେ ବି ଜଣେ ମହିଳା ତାଙ୍କୁ ଦେଖି ଚିହ୍ନି ପାରିଥିଲେ । ସେ ସଙ୍ଗମ ପାର୍ଶ୍ଵ ସିଡି ଦେଇ ଯିବା ବେଳେ ମହିଳା ଜଣକ ତାଙ୍କୁ ଚିହ୍ନିଥିଲେ । ସେ ରେମୋଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ହେଲେ ରେମୋ ଅଟକି ନ ଥିଲେ ।

କୋରିଓଗ୍ରାଫର ନିଜର ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ କଳା ପୋଷାକ ପିନ୍ଧି ହାତରେ ବ୍ୟାଗ୍ ଧରି ଚାଲୁଥିବାର ଦେଖାଯାଉଛି । ସାଥୀରେ ଅଛନ୍ତି ପତ୍ନୀ ଲିଜେଲ । ରେମୋ ବୁଡ଼ ପକାଇବା ସହ ଧ୍ୟାନରେ ଲୀନ ଥିବା ଦେଖାଯାଇଛି । ପତ୍ନୀଙ୍କ ସହ ମହାକୁମ୍ଭରେ ପହଞ୍ଚିଥିବା ରେମୋ ସ୍ୱାମୀ କୈଳାଶାନନ୍ଦ ଗିରି ମହାରାଜଙ୍କ ପ୍ରବଚନ ଶୁଣିଥିଲେ ଏବଂ ଆଶୀର୍ବାଦ ନେଇଥିଲେ ।

ରେମୋଙ୍କ ଭିଡିଓ ଦେଖିଲେ ଲାଗୁଛି, ସେ ମହାକୁମ୍ଭରେ କିଛି ବି ଭିଆଇପି ଟ୍ରିଟମେଣ୍ଟ ନେଇନାହାନ୍ତି । ସେ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ମହାକୁମ୍ଭ ଯାଇ ଆସ୍ଥାର ବୁଡ଼ ପକାଇଆସିଛନ୍ତି ।