ହସ ଖୁସିରେ ରହୁଥିଲେ ରୋଜାଲିନ କିନ୍ତୁ ଗାଧଉ ଗାଧଉ ସବୁଦିନ ପାଇଁ ଛାଡ଼ି ଚାଲିଗଲେ, ଜାଣନ୍ତୁ ପୁରା ଘଟଣା

ଗାଧୋଉଥିବା ବେଳେ ଚାଲିଗଲା ଯୁବତୀଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡିରେ । ପୁରୀ ବାସିନ୍ଦା ତଥା କଳାହାଣ୍ଡି ଜିଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଇଚ୍ଛାପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ(ସିଏଚ୍‌ଓ) ରୋଜାଲିନ ପାତ୍ର(୨୫)ଙ୍କ ବୁଧବାର ଆକସ୍ମିକ ମୃତ୍ୟୁ ହୋଇଯାଇଛି ।

ଗତ ଦୁଇ ବର୍ଷ ହେବ ରୋଜାଲିନ୍‌ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ ।

ସେ ଇଚ୍ଛାପୁରସ୍ଥିତ ସରକାରୀ ଘରେ ରହୁଥିଲେ । ବୁଧୁବାର ସକାଳେ ସେ ଗାଧେଇବାକୁ ଯାଇଥିଲେ । ସେଠାରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଆହୁରି ପଢନ୍ତୁ :- ପୁଣି ଥରେ ବଢ଼ିବାକୁ ଲାଗିଲାଣି କରୋନା ଭାଇରସ୍‌, ଆଉ ଥରେ ହୋଇପାରେ ଲକଡାଉନ୍‌, ଜାଣନ୍ତୁ ପୁରା ଖବର

ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁରୀରେ ଥିବା ରୋଜାଲିନଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ବନ୍ଧରେ ସୂଚନା ଦିଆଯାଇଛି ।