ଭାଇରାଲ ହେଉଛି ଭିଡିଓ , ସମସ୍ତେ କହୁଛନ୍ତି SDM ହେବ ତ ଏମିତି । ବର୍ତ୍ତମାନ ସମୟରେ ବିଶେଷ କରି ସରକାରୀ କ୍ଷେତ୍ରରେ ଅନେକ ଅବହେଳା , ଦୁର୍ନୀତି ଓ ଅବ୍ୟବସ୍ଥା ଦେଖା ଦେଉଛି । ଏହା ପଛର ମୁଖ୍ୟ କାରଣ ହେଉଛନ୍ତି ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ମାନେ । ଯେଉଁମାନଙ୍କର ନା ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଛି ନା ସେବାର ମନୋବୃତ୍ତି ରହିଛି ।
ହେଲେ ଏହି ଅଫିସର୍ ଜଣଙ୍କ ପ୍ରମାଣିତ କରି ଦେଇଛନ୍ତି ଯଦି ଏହି ଦୁର୍ନୀତିକୁ କେହି ମୂଳପୋଛ କରିବାକୁ ଚାହେଁ ତେବେ ଏହା କିଛି ବଡ କଥା ନୁହେଁ । କେବଳ ସେହିଭଳି ମନୋବୃତ୍ତିର ଆବଶ୍ୟକତା ରହିଛି । ଯାହା ଏହି ଲେଡି ଅଫିସର୍ ଜଣଙ୍କ କରି ଦେଖାଇଛନ୍ତି ।
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଫିରୋଜାବାଦ୍ ରେ । ସେଠାକାର ଏକ ସରକାରୀ ଡାକ୍ତରଖାନା ବିରୋଧ ରେ ଆସିଥିବା ଅଭିଯୋଗକୁ ତଦାରଖ କରିବା ପାଇଁ ସେହି ଜିଲ୍ଲାର SDM ସେଠାରେ ନିଜେ ସାଧାରଣ ଭାବେ ପହଞ୍ଚି ମେଡିକାଲ୍ ର ବ୍ୟବସ୍ଥାକୁ ତଦାରଖ କରିଥିଲେ । ସୂଚନା ଅନୁସାରେ ମହିଳା SDM କୃତିରାଜ୍ ସେହି ମେଡ଼ିକାଲ ରେ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ନାହିଁ ବୋଲି ସୂଚନା ପାଇଥିଲେ । ତେଣୁ ସେ ଘଟଣାଟିକୁ ତଦନ୍ତ କରିବା ପାଇଁ ନିଜେ ସାଧାରଣ ରୋଗୀ ଭାବେ ଶାଢ଼ୀ ପିନ୍ଧି ପଣତରେ ନିଜ ମୁହଁ ଘୋଡାଇ ସେଠାକୁ ଯାଇଥିଲେ ।
ସେଠାକାର ବ୍ୟବସ୍ଥା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେଠାରେ ସେ ନିଜେ ଟିକେଟ କାଟିଥିଲେ ଓ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଯାହା ପରେ ସେ ଜାଣିବାକୁ ପାଇଥିଲେ ଯେ ନା ସେଠାକାର ଡାକ୍ତରଙ୍କର ବ୍ୟବହାର ଭଲ ଅଛି ରୋଗୀ ମାନଙ୍କ ପ୍ରତି ନା କର୍ମଚାରୀ ମାନଙ୍କର । ସମସ୍ତେ ନିଜ ଇଚ୍ଛାରେ ଆସୁଛନ୍ତି ଓ ଯାଉଛନ୍ତି । ଏପରିକି ଯେଉଁ ମାନେ ଉପସ୍ଥିତ ବି ନାହାନ୍ତି ସେମାନଙ୍କର ବି ରେଜିଷ୍ଟର ରେ ବି ନାଆଁ ପଡିଛି ।
ଏପରିକି ଏକ୍ସପାରି ମେଡ଼ିସିନ୍ ଲୋକ ମାନଙ୍କୁ ଦିଆ ଯାଉଛି । ଲୋକ ମାନଙ୍କୁ ବେଡ୍ ଥାଇ ମଧ୍ୟ ଛିଡ଼ା ହୋଇ ସାଲାଇନ୍ ନେବାକୁ ପଡୁଛି । ମେଡ଼ିକାଲ ର ଅନ୍ୟ ଉପକରଣ ଗୁଡ଼ିକର ଅବସ୍ଥା ନ କହିଲେ ଭଲ । ଏହି ସବୁ ଦେଖିବା ପରେ SDM ମ୍ୟାଡମ୍ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।