ମନ୍ମଥଙ୍କୁ ସିଦ୍ଧାର୍ଥ କହିଲେ “ଭାଇ ତୁ ବିଜେଡି ଟିକେଟ ଚିରିଦେଇ ଫେରିଆସ, ଦେଖିବୁ …”

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି । ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳୀୟ ନେତା । ଏହି କ୍ରମରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ନିର୍ବାଚନ ଆରମ୍ଭ କରିଛନ୍ତି । କଂଗ୍ରେସରୁ ବର୍ତ୍ତମାନ ସୁଦ୍ଧା ଟିକେଟ ମିଳିନଥିଲେ ହେଁ ପ୍ରଚାର ଆରମ୍ଭ କରିଛନ୍ତି ସେ । ତାଙ୍କ ବାପା ଅର୍ଥାତ ସୁର ରାଉତରାୟ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ପୁଅ ବର୍ତ୍ତମାନ ପ୍ରଚାର ଆରମ୍ଭ କରିଛନ୍ତି । କିନ୍ତୁ ଦଳ ତାଙ୍କୁ ଟିକେଟ ଦେବ କି ନାହିଁ ତାହା ଆଶା ଆଶଙ୍କାରେ ରହିଯାଇଛି ।

ଏଠାରେ କହି ରଖିବୁ ଯେ କିଛିଦିନ ତଳେ ବିଜେଡି ତାଙ୍କ ସାନଭାଇ ମନ୍ମଥଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା । ଗୋଟିଏ ଘରୁ ଦୁଇ ପୁଅ ଅଲଗା ଅଲଗା ଦଳ ସପକ୍ଷରେ ରହିଛନ୍ତି । ଯାହାଦ୍ଵାରା କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘର ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ।

ଇତି ମଧ୍ୟରେ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ନିକଟରେ ଏକ ସାକ୍ଷାତକାର ସମୟରେ ଭାଇ ମନ୍ମଥ ରାଉତରାୟଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଏଇ ଯେଉଁ ନଙ୍ଗଳା ନାଚ ଚାଲିଛି ରାଜନୀତିର ଇଏ ଛାଡ଼ିକି ସିଆଡେ ସେ ଛାଡ଼ିକି ଏଆଡେ । କାଲି ମଣିଷ ହେଲା କଂଗ୍ରେସ୍ ରୁ ଆଉ ଆଜି କଂଗ୍ରେସକୁ ଗାଳି ଦେଇକି ସେପଟେ । ସେହିପରି କିଏ ବିଜେଡ଼ିରୁ ମଣିଷ ହେଲା ବଡଲୋକ ହେଲା ତାପରେ ଏବେ ଦେଖିଲା ବେଳକୁ ମୋଦିଙ୍କୁ ଚାଟିବାକୁ ବଢ଼ିଆ ଲାଗୁଛି ମିଠା । ଏଇଆ ଏବେ ଚାଲିଛି କୁହନ୍ତି ଯେ ଡାର୍ଟି ପଲିଟିକ୍ସର ଲାଇଭ୍ ଶୋ ଚାଲିଛି ଯାହାକୁ ଦେଖିକି ଖରାପ୍ ଲାଗୁଛି ।

ଦେଖନ୍ତୁ ଭିଡିଓ :-

ସେ କହିଛନ୍ତି ତାଙ୍କ ଟାର୍ଗେଟ ବାପା ଭାଇ ନୁହେଁ । ଆହୁରି ମଧ୍ୟ ସିଦ୍ଧାର୍ଥ ନିଜ ଭାଇ ମନ୍ମଥଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ଭାଇ ତୁ ଓଡିଶା ଇତିହାସରେ ହିରୋ ହେବାକୁ ଯଦି ଚାହୁଁଛୁ ବିଜେଡି ଟିକେଟ ଚିରିଦେଇ ଫିଙ୍ଗିକି ଫେରିଆସେ । ୩/୪ ଦିନ ହେଲା ତାଙ୍କ ଚାଲି ଚଳନ ହାବ ଭାବ ଦେଖିଲୁଣି ସେଠି ଛାଡି କଂଗ୍ରେସ ତରଫରୁ ଜଟଣୀରୁ ଲଢ଼ିବା ପାଇଁ କହିଛନ୍ତି ।