ବର୍ତ୍ତମାନ ଆପଣ ରାଜ୍ୟ ରାଜନୀତିର ମାହୋଲ୍ ସହିତ ତ ବେଶ୍ ପରିଚିତ ଥିବେ । କିଏ ଶାସକ ଦଳରୁ ଅର୍ଥାତ୍ ବିଜେଡିରୁ ଟିକେଟ୍ ପାଇ ନିର୍ବାଚନ ଜିତିବାର ରଣନୀତି ପ୍ରସ୍ତୁତ କାରୁଛନ୍ତି ତ ଆଉ କେହି ଦଳରେ ଅନେକ ଦିନ ଧରି ରହି ଆସୁଥିଲେ ଟିକେଟ ପାଇ ପାରି ନାହାନ୍ତି । ଏତେ ଦିନ ଧରି ଦଳ ସହିତ ରହିବା ପରେ ମଧ୍ୟ ଦଳର ଏପରି ଅଣଦେଖା ଅନେକ ଲୋକଙ୍କୁ ସ୍ଵାଭାବିକ ଭାବେ ନିରାଶ କରିଛି ।
ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅନେକ ରାଜନୈତିକ ନେତା ମାନେ ଯେଉଁମାନେ ବିଜେଡିର କାର୍ଯ୍ୟ କଳାପରେ ସନ୍ତୁଷ୍ଟ ନାହାନ୍ତି ସେମାନେ ବିଜେପିରେ ମିଶିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ଅନେକ ଅଭିନେତା , ନେତା , ସାଂସଦ ଙ୍କର ମଧ୍ୟ ନାମ ରହଛି । ଏଥର ବିଜେଡ଼ି ନିଜର ରଣନୀତିରେ ଜିତିବାକୁ ସମ୍ପୂର୍ଣ୍ଣ ଟାର୍ଗେଟ କରି କ୍ୟାଣ୍ଡି ଡେଟ୍ ବାଛିଛି ।
ଯେଉଁ ମାନଙ୍କ ଠାରେ ହାରିବାର ତିଳେ ମାତ୍ର ସନ୍ଦେହ ରହିଛି ସେମାନଙ୍କୁ ଟିକେଟ ଦେଇନି ବିଜେଡ଼ି । ଯାହା ଅପର ପକ୍ଷରେ ବେଶ୍ ସୁହାଇଛି ବିଜେପିକୁ । ପୂର୍ବ ଅପେକ୍ଷା ଓଡ଼ିଶାରେ ଅଧିକ ସମର୍ଥନ ଦେଖିବାକୁ ମିଳିଛି ବିଜେପିକୁ । ନିର୍ବାଚନରେ ହାର ଜିତ ଯାହା ହେଉ ନା କାହିଁକି ବିଜେପିର ସମର୍ଥନ ହାର ବଢିବ ଏଥିରେ ସନ୍ଦେହ ନାହିଁ ।
ଦେଖନ୍ତୁ ଭିଡିଓ :-
ବିଜେଡିର ଏକ ବେଶ୍ ପରିଚିତ ମୁହଁ ଥିଲେ ସିଦ୍ଧାନ୍ତ ମହାପାତ୍ର । ହେଲେ ସେ ମଧ୍ୟ ବିଜେଡିରୁ ନିରାଶ ହୋଇ ବର୍ତ୍ତମାନ ଯୋଗ ଦେଇଛନ୍ତି ବିଜେପିରେ । ନିକଟରେ ଏକ ସାକ୍ଷାତକାରରେ ସିଦ୍ଧାନ୍ତ ମହାପାତ୍ର ସିଧା ସଳଖ ବିଜେଡିକୁ କିଛି ନ କହିଥିଲେ ମଧ୍ୟ ବୁଲେଇ ବଙ୍କେଇ ବିଜେଡ଼ି ବିରୋଧ ରେ ସେ ଅନେକ କଥା କହିଥିଲେ । ସେ କହିଥିଲେ ବିଗତ ଏତେ ବର୍ଷ ଧରି ବିଜେଡ଼ି ଶାସନ ରେ ରହିଥିଲେ ମଧ୍ୟ ଓଡ଼ିଶାର ସେ ସେତିକି ଉନ୍ନତି କରି ପାରି ନାହାଁନ୍ତି ଯେତିକି ଆବଶ୍ୟକ ।