ପଶ୍ଚିମବଙ୍ଗ ରାଜ୍ୟର ଏକ ସରକାରୀ ବିଶ୍ଵ ବିଦ୍ୟାଳୟରୁ ଆସିଛି ଏହି ଖବର । ଏହି ସରକାରୀ ବିଶ୍ଵ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏହି ସରକାରୀ ବିଶ୍ଵ ବିଦ୍ୟାଳୟର ଜଣେ ମହିଳା ପ୍ରଫେସର ଜଣେ ଛାତ୍ରକୁ ବିବାହ କରିଛନ୍ତି । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଶିକ୍ଷକ ହୁଅନ୍ତୁ ବା ଶିକ୍ଷୟତ୍ରୀ ଛାତ୍ର ବା ଛାତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ ଶିକ୍ଷକ ବା ଶିକ୍ଷୟତ୍ରୀ ସେ ଛାତ୍ର ବା ଛାତ୍ରୀଙ୍କୁ ନିଜ ପୁଅ ବା ଝିଅ ଭଳି ଦେଖିଥାନ୍ତି । କିନ୍ତୁ ଏହି ଖବର ମାଧ୍ୟମରେ ଆପଣମାନେ ଏଭଳି ଜଣେ ମହିଳା ପ୍ରଫେସର ଜଣେ ଛାତ୍ରଙ୍କ ସହିତ ଏଭଳି କାମ କରିଥିଲେ । ଏହି ମହିଳା ପ୍ରଫେସର ଜଣକ ଛାତ୍ର ଜଣଙ୍କୁ ବିବାହ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ମହିଳା ପ୍ରଫେସର ଜଣକ ଏଭଳି ଜଣେ ଛାତ୍ରଙ୍କୁ ବିବାହର କରିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ କଥା ଆସିଥିଲା ।
ଏବେ ଏହାକୁନେଇ ଅନେକ ବିବାଦ ଆସୁଛି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ଘଟଣା ପରେ ପ୍ରଫେସର ଜଣକ ଦାବି କରିଛନ୍ତି କି ଏହା ଏକ ନାଟକ ଅଟେ । ଏହି ନାଟକ ତାଙ୍କ ବିଷୟର ଏକ ଅଂଶ ବୋଲି ଜଣାପଡିଛି । ନଦିଆ ଜିଲ୍ଳାର ହରିଙ୍ଗହାଟାସ୍ଥିତ ମୌଲାନ ଅବୁଲ କଲାମ ଆଜାଦ ୟୁନୁଭର୍ସିଟି ଅଫ ଟେକ୍ନୋଲୋଜି (ମାକାଉଟ)ର ମନୋବିଜ୍ଞାନ ବିଭାଗରେ ଏହି ଘଟଣା ଘଟିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଏହି ମହିଳା ପ୍ରଫେସର ଜଣକ କନ୍ୟା ବେଶରେ ସଜ ହୋଇଛନ୍ତି ଆଉ ଛାତ୍ର ଜଣକ ବର ବେଶରେ ।
ଏହି ଛାତ୍ର ଜଣକ ପ୍ରଫେସର ଜଣଙ୍କୁ ସିନ୍ଦୂର ପିନ୍ଧାଇ ଦେଉଥିବାର ଏବଂ ମାଳା ବଦଳାଉ ଥିବାର ଦୃଶ୍ୟ ଏହି ଭିଡିଓରେ ଆପଣମାନେ ଦେଖିପାରିବେ । ଏହି ଭିଡିଓକୁ ନେଇ ବିବାଦ ଦେଖାଯିବା ପରେ ବିଶ୍ଵ ବିଦ୍ୟାଳୟ ତିନିଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ପ୍ରଫେସର ଜଣଙ୍କୁ ସ୍ପଷ୍ଟୀକରଣ ମାଗିଥିଲା ।
ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷ କହିଛନ୍ତି କି ଏହା ଏକ ସାଇକୋ ଡ୍ରାମା ଥିଲା । ଯାହା ତାଙ୍କ ବିଷୟର ଏକ ଅଂଶ ଆଉ ଏଥିରେ କିଛି ବି ବାସ୍ତବ ନାହିଁ ବୋଲି ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଏହି ଭିଡିଓର ତଦନ୍ତ ନ ହେବା ପର୍ଯ୍ୟନ୍ତ ପ୍ରଫେସର ଜଣକ ଛୁଟିରେ ରହିବେ ।