ଆପଣ ଜାଣିଥିବେ ଯେ ଗ୍ରହର ପ୍ରଭାବ ରାଶି ଉପରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଏହି କ୍ରମରେ ବର୍ତ୍ତମାନ ଶୁକ୍ର ତୁଳା ରାଶିରେ ବିରାଜମାନ ଥିବା ବେଳେ ଡିସେମ୍ବର ୨୫ ତାରିଖ, ସକାଳ ୬ଟା ୪୫ ମିନିଟ୍ ସମୟରେ ବିଛା ରାଶିକୁ ଚଳନ କରିବେ । ଏହାସହିତ ଶୁକ୍ର ୧୮ ଜାନୁଆରୀ, ୨୦୨୪ ରେ ମୂଳା ନକ୍ଷେତ୍ରକୁ ଗମନ କରିବେ ।
ଶୁକ୍ରଙ୍କ ଏହି ଚଳନ ତିନି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । କାହିଁକିନା ଶୁକ୍ର ଙ୍କୁ ପ୍ରେମ, ଧନ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ…
ବୃଷ ରାଶି :- ଡିସେମ୍ବର ଶେଷ ସପ୍ତାହ ବେଳକୁ ବୃଷ ରାଶିର ଲୋକଙ୍କର ଶୁଭଦିନ ଆରମ୍ଭ ହେବାକୁ ଯାଉଛି । ଶୁକ୍ରଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ଧନୀ କରିବ । ଏହି ଅବଧି ମଧ୍ୟରେ ବ୍ୟବସାୟରେ ଅଗ୍ରଗତି ହେବ । ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଏପରିକି ନୂଆ ଚାକିରି ଅଫର ବି ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି । ପୁରୁଣା ବିନିଯୋଗରୁ ମଧ୍ୟ ଲାଭବାନ ହେବ । ଆପଣ ନୂଆ ବର୍ଷରେ ଯାହା ବି ନୂଆ କାମ କରିବେ ସେଥିରେ ସଫଳତା ପାଇବେ । ପୁରୁଣା ରୋଗରୁ ମୁକ୍ତି ମିଳିବ ।
ଆହୁରି ପଢନ୍ତୁ :- ଡିସେମ୍ବର ୩୧ ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
ତୁଳା ରାଶି :- ଶୁକ୍ରଙ୍କ ଆର୍ଶିବାଦ କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ସଫଳତାର ଶିଖର ଛୁଇଁବେ । ଏହାସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୂକୁଳ ରହିଛି । କାର୍ଯ୍ୟାଳୟରେ ଆପଣଙ୍କୁ ଏକ ବଡ଼ ଦାୟିତ୍ବ ମିଳିପାରେ । ଦରମା ବୃଦ୍ଧି ହେବ । ଅଚାନକ ଧନ ପ୍ରାପ୍ତ ହେବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା ମାଲି ମକଦ୍ଦମାମଲାରେ ଜିତିବେ । ଏହି ସମୟ ମଧ୍ୟରେ ଘର କିଣିବାର ଇଚ୍ଛା ପୂରଣ ହେବ । ମୋଟ୍ ଉପରେ କହିବାକୁ ଗଲେ ଆସନ୍ତା ଜାନୁୟାରୀ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ ।
ବିଛା ରାଶି :- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଡିସେମ୍ବର ୨୫ ରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ । ଏପରି ସ୍ଥିତିରେ, ଏହି ରାଶିର ଲୋକଙ୍କ ଉପରେ ହାତୀ ସୁନା କଳସ ଢାଳିବ । ଏହି ଅବଧି ମଧ୍ୟରେ ଧନ ସମ୍ପତ୍ତିରେ ଅହେତୁକ ବୃଦ୍ଧି ଘଟିବ । ଚାକିରି କରିଥିବା ଲୋକଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ପାଇବ । ଶୁକ୍ରଙ୍କର ଆର୍ଶିବାଦ କାରଣରୁ ଆପଣଙ୍କର ଆୟ ଏବଂ ବ୍ୟୟ ସନ୍ତୁଳିତ ରହିବ । ବ୍ୟବସାୟରେ ଉଲ୍ଲେଖନୀୟ ଆର୍ଥିକ ଅଗ୍ରଗତି ହେବ । ଏହାଛଡା ବେପାରରେ ଭଲ ଲାଭର ସମ୍ଭାବନା ରହିଛି । ଯଦି ଆପଣ କେଉଁଠି ନିବେଶ କରିଛନ୍ତି, ତେବେ ସେଥିରୁ ଅଧିକ ଲାଭ ପାରିବେ ।