ଚଳିତ ବର୍ଷ ଅର୍ଥାତ ୨୦୨୩ ଶେଷ ହେବାକୁ ଯାଉଛି, କିନ୍ତୁ ଶେଷ ହେବା ଠିକ ପୂର୍ବରୁ ନଭେମ୍ବର ମାସରେ ଅନେକ ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି କ୍ରମରେ, ମଙ୍ଗଳ ନଭେମ୍ବର ୧୬ ତାରିଖ ସକାଳ ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ବିଛା ରାଶିରେ ପ୍ରବେଶ କରିବେ ।
ଆଉ ସେହି ରାଶିରେ ମଧ୍ୟ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଭଗବାନ ନଭେମ୍ବର ୧୭ ତାରିଖରେ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ରାଶିରେ ସୂର୍ଯ୍ୟ -ମଙ୍ଗଳଙ୍କ ସ୍ଥିତି ରାଜଯୋଗ ସୃଷ୍ଟି କରୁଛି । ଏହି ରାଜଯୋଗ କାରଣରୁ ତିନି ରାଶିର ଲୋକେ ମାଲାମାଲ୍ ହେବେ । ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଲୋକେ ଧନବାନ୍ ହେବେ…
ମେଷ :- ସୂର୍ଯ୍ୟ -ମଙ୍ଗଳଙ୍କ ଗୋଚର କାରଣରୁ ଏହି ରାଶିର ଲୋକଙ୍କୁ ଶୁଭଫଳ ମିଳିବ । ଏହି ରାଶିର ଲୋକଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଏହି ସମୟରେ ଆପଣଙ୍କୁ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଶୁଭଫଳ ପାଇବେ । ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଅପେକ୍ଷାରେ ରହିଛନ୍ତି, ସେମାନଙ୍କୁ ଭଲ ଅଫର ବି ମିଳିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ଆହୁରି ପଢନ୍ତୁ :- ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ…
ତୁଳା :- ସୂର୍ଯ୍ୟ ଓ ମଙ୍ଗଳଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ । ଖାସ୍ କରି ଏହି ସମୟରେ ଆପଣ ଆୟ ବଢିବ । ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବିଦେଶରେ ଆପଣଙ୍କୁ ଚାକିରି ମିଳିବାରେ ମଧ୍ୟ ସମ୍ଭାବନା ରହିଛି । କ୍ୟାରିୟରରେ ଆପଣଙ୍କୁ ବିପୁଳ ସଫଳତା ମିଳିବ । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।
ବିଛା :- ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି । ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ । ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ । କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ । ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ । ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ । ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେକୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍ ।