ସୁନ୍ଦରୀ ହେବା ମୋନାଲିସାଙ୍କୁ ପଡୁଛି ଭାରି, ବୁଡିଗଲା ବେଉସା, ରାଗିକି କଲେ ଲଜ୍ଜାଜନକ କାମ

ପ୍ରାୟାଗରାଜ ରେ ଲାଗିଥିବା ମହାକୁଂଭ ୨୦୨୫ ଅନେକ ରୋଚକ କଥାକୁ ନେଇ ଆସିଛି, ୧୪୪ ବର୍ଷ ପରେ ଘଟିଛି ଦୁର୍ଲଭ ଯୋଗ। ଏବଂ ସାରା ବିଶ୍ୱ ର ଗଣମାଧ୍ୟମ ବର୍ତମାନ ଏହି ମହାକୁଂଭ ର ପବିତ୍ର ପୀଠରେ ଏକତ୍ରିତ। IIT ବାବା ଙ୍କ ପରେ ବର୍ତମାନ ମହାକୁଂଭ ର ଆକର୍ଷଣ ସାଜିଛନ୍ତି ସୁନ୍ଦର ନୟନ ଯୁଗଳ ଥିବା ମୋନାଲିସା, ଶ୍ୟାମଳ ରଙ୍ଗ ଏବଂ ମନ ଚୋରି କରିନେବା ଭଳି ଏହି ଝିଅଟି ବର୍ତମାନ ସୋସିଆଲ ମିଡ଼ିଆ ସେନସେସନ ହୋଇଯାଇଛି। ସେ ବର୍ତମାନ କୌଣସି ସେଲିବ୍ରେଟି ଠାରୁ ମଧ୍ୟ କମ ନୁହେଁ, ଆଜି ଆସନ୍ତୁ ଜାଣିବା କିଏ ସେହି ମୋନାଲିସା।

ମହାକୁମ୍ଭ ୨୦୨୫ ଆଜିକାଲି ଖୁବ ଚର୍ଚାରେ, ଯେଉଁଥିରେ ଭାଇରଲ ଗାର୍ଲ ମୋନାଲିସା ମଧ୍ୟ ରହିଛି, ଖୁବ ସାଧାରଣ ଝିଅଟି ବର୍ତମାନ ଲାଇମ ଲାଇଟ ରେ ରହିଛି, ପୁରା ସୋସିଆଲ ମିଡିଆରେ ତାଙ୍କରି ଫଟୋ ଛାଇ ଯାଇଛି, ମୋନାଲିସା ର ପୁରା ନାମ ମୋନାଲିସା ଭୋଁସଲେ , ଏବଂ ସେ ୱିଣ୍ଡୋର ରେ ରୁହନ୍ତି, ମହାକୁଂଭ ରେ ମୋନାଲିସା ର ସୌନ୍ଦର୍ଯ୍ୟ ତା ପାଇଁ ବିପଦ ହୋଇଯାଇଛି, ଲୋକେ ତାଙ୍କ ଠାରୁ ମାଳି କିଣିବା ପାଇଁ ନୁହେଁ, ଫଟୋ ଉଠାଇବା କୁ ଏବଂ ଭିଡିଓ କରିବାକୁ ଆସୁଛନ୍ତି। 

ଅନ୍ୟ ପକ୍ଷରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ମଧ୍ୟ ମୋନାଲିସା ଙ୍କ ଇଣ୍ଟରଭିୟୁ ନେବା ପାଇଁ ଲାଇନ ଲଗାଉଛନ୍ତି। ମୋନାଲିସା ମହାକୁମ୍ଭରେ ମାଳି ବିକିବାକୁ ଯାଇଥିଲା, ସେ ବିଭିନ୍ନ ପ୍ରକାରର ମାଳି ହାତରେ ଧରି ମହାକୁମ୍ଭ ରେ ବୁଲି ବିକିଥାଏ। ତାର ଆଖି ଦୁଇଟି ଏତେ ସୁନ୍ଦର ଯେ ଯାହାକୁ ଦେଖି କେହି ଜଣେ ତାର ଗୋଟିଏ ଫଟୋ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଦେଲା। ଏହାତ ସାଧାରଣ କଥା ଯେ ଲୋକଙ୍କ ନଜର ବିୟୁଟି ଉପରେ ପଡିଥାଏ ତେଣୁ ଅନେକ ଲୋକ ତାଙ୍କ ବିଷୟରେ ଜାଣିବାକୁ ଇଛୁକ ହେଲେ। 

ଏହାପରେ ସୋସିଆଲ ମିଡିଆରେ ମୋନାଲିସା ଛାଇଗଲା। ମାଳି ବିକୁଥିବା ସାଧାରଣ ଝିଅ ବର୍ତମାନ ଗୋଟିଏ ସେଲିବ୍ରେଟି ହେଇଗଲା। କାହିଁକିନା ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ତାଙ୍କ ସହିତ ଫଟୋ ଉଠାଇବାକୁ ଭିଡ଼ ଲଗାଇଲେ, ଏବଂ ତାଙ୍କ ସହିତ ଭିଡିଓ ତିଆରି କରିବାକୁ ଜୋର ଧରିଲା ଭିଡ଼। କଥିତ ଭାବରେ ମୋନାଲିସାର ସୌନ୍ଦର୍ଯ୍ୟ ଏଭଳି ମନଲୋଭା କି ବଲିଉଡ ର ପ୍ରସିଧ ଫିଲ୍ମ ମେକର ମନୋଜ ମିଶ୍ରl ତାଙ୍କୁ ଚଳଚିତ୍ର ରେ ଲିଡ଼ ରୋଲ ଦେଇଦେଲେ। ଶୁଣିବାକୁ ମିଳୁଛି ଯେ ମୋନାଲିସା ଡାଏରୀ ଅଫ ମଣିପୁର ରେ ଡେବ୍ୟୁ କରିପାରନ୍ତି। କାହିଁକିନା ବର୍ତମାନ ପର୍ଯ୍ୟନ୍ତ ଅଫିସିଆଲି ଘୋଷଣା କରାଯାଇନାହିଁ।