ବର ଯାତ୍ରୀରେ ଖଣ୍ଡ ଖଣ୍ଡ ହୋଇଗଲା ସ୍ୱାମୀର ଶରୀର । ଆଉ ବର ଯାତ୍ରୀ ଯାଇ ଘରକୁ ଫେରିଲାନି ସ୍ୱାମୀ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଏଇ କିଛି ସମୟ ପୂର୍ବରୁ ହସ ଖୁସିରେ ଫାଟି ପଡୁଥିଲା ଘର । କିନ୍ତୁ ଆଖି ପିଛୁଳାକେ ସୁନାର ସଂସାର ଟା ଉଜୁଡି ଗଲା । ହେଇ ଏବେ ଏବେ ତ ବିବାହ ହୋଇଥିଲା । ସ୍ତ୍ରୀ ହାତରୁ ଲିଭି ନାହିଁ ମେହେନ୍ଦୀ କିନ୍ତୁ ସବୁଦିନ ପାଇଁ ଲିଭିଗଲା ସ୍ତ୍ରୀ ମଥାରୁ ସିନ୍ଦୁର ।
ଯେଉଁ ସଙ୍ଖା ସିନ୍ଦୁର ପିନ୍ଧି ସଜେଇ ହୋଇ ଯାଇଥିଲା ସ୍ୱାମୀ ସହ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଆଉ ସେ ସଙ୍ଖା ସିନ୍ଦୁର ନାହିଁ କିନ୍ତୁ ଏ ସ୍ତ୍ରୀ ଜଣକ କ’ଣ ଜାଣିଥିଲା ସ୍ୱାମୀର ବରଯାତ୍ରୀରେ ଡ୍ୟାନ୍ସ କରିବା ଶେଷ ଦିନ ହୋଇଯିବ ବୋଲି । ଆଉ ଏ ମଥାର ସିନ୍ଦୁର ସବୁଦିନ ପାଇଁ ଲିଭି ଯିବ ବୋଲି । ଦୁହେଁ ବେସ ହସ ଖୁସିରେ ନାଚୁଥିଲେ । କିନ୍ତୁ ଏହା ପରେ ଆଉ ଦେଖିପାରିଲେନି ସ୍ୱାମୀର ମୁହଁ । ବିବାହକୁ ମାତ୍ର ମାସେ ପୁରିଛି କିନ୍ତୁ ସବୁକିଛି ଛାରଖାର ହୋଇଗଲା । ସ୍ୱାମୀର ଖଣ୍ଡ ବିଖଣ୍ଡିତ ଶରୀରକୁ ଦେଖି ଛାତି ଫଟେଇ କାନ୍ଦୁଛି ସ୍ତ୍ରୀ । ଖାଲି ସ୍ତ୍ରୀ ନୁହଁନ୍ତି ପୁରା ପରିବାର କାନ୍ଦି କାନ୍ଦି ତଳେ ଗଡି ଯାଉଛନ୍ତି ।
ଏ ଦୃଶ୍ୟ ଅତି ହୃଦୟ ବିଦାରକ । ଯିଏ ଏ ଦୃଶ୍ୟକୁ ଦେଖୁଛି ତା ଆଖିରୁ ଲୁହ ଆସିଯାଉଛି । ବର ଯାତ୍ରୀକୁ ଯାଇ ଆଉ ଫେରିଲାନି ସ୍ୱାମୀ । ସମସ୍ତଙ୍କୁ ଏକା କରି ଆର ପାରିକୁ ଚାଲିଗଲେ ଏମ ଲିଙ୍ଗରାଜ । ଯାତ୍ରୀ ବିଶ୍ରାମଗାର ନିକଟରୁ ଉଦ୍ଧାର ହୋଇଛି ସ୍ୱାମୀଙ୍କ ମୃତ ଦେହ । ଆଉ ଏହାକୁ ଦେଖି ପୁରା ପରିବାର କାନ୍ଦୁଛନ୍ତି ।
ଦେଖନ୍ତୁ ଭିଡିଓ :-
ଏଭଳି ଅଭାବନିୟ ଘଟଣା ଘଟିଛି ଗଜପତି ଜିଲ୍ଲା ଘୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁରା ବାଟରିତ୍ରିଷିପୁର ଗାଁରେ । ମୃତ ଯୁବକ ଜଣକ ହେଉଛନ୍ତି ବାଟରିତ୍ରିଷିପୁର ଗାଁର ଏମ ଲିଙ୍ଗରାଜ । ଯାହାଙ୍କର ବୟସ ମାତ୍ର ୨୮ ବର୍ଷ । ଆଉ ଲିଙ୍ଗରାଜ ପାରଳାଖେମୁଣ୍ଡି ସ୍ଥିତ ଖୁଦ୍ର ଜଳସେଚନ ବିଭାଗର କର୍ମଚାରୀ ଥିଲେ । ସେ ପାରଳାଖେମୁଣ୍ଡିରେ ରହୁଥିବା ବେଳେ ନିଜ ଗାଁର ସମ୍ପର୍କୀଙ୍କ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଗତ କାଲି ସନ୍ଧ୍ୟାରେ ଯାଇଥିଲେ । ସମ୍ପର୍କୀୟଙ୍କ ବାହାଘର ପ୍ରସେସନ ହୋଇଥିଲା । ସମସ୍ତେ ବାହାଘର ଉତ୍ସ୍ୟବରେ ମାତିଥିଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ମଧ୍ୟ ନାଚୁଥିଲେ । ହେଲେ ଏହି ସମୟରେ କେହି ଜଣେ ଲିଙ୍ଗରାଜକୁ ଡାକି ନେଇଥିବା ଅନୁମାନ କରୁଛନ୍ତି ପରିବାର ବର୍ଗ ।
ତେବେ ମନେ ମନେ ପରିବାର ଲୋକ ଭାବିଥିଲେ କି ଲିଙ୍ଗରାଜ କେଉଁ ସମ୍ପର୍କୀୟଙ୍କ ସାଙ୍ଗ ଘରେ ଶୋଇ ପଡିଛନ୍ତି । କିନ୍ତୁ ସକାଳୁ ସକାଳୁ ଯାତ୍ରୀ ବିଶ୍ରାମଗାର ନିକଟସ୍ଥ ଏକ ବିଲରେ ପଡିଛି ପୁଅର ମୃତ ଦେହ । ଯାହାକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା । ଆଉ ଆଶ୍ଚର୍ଯ୍ୟର କଥା ହେଉଛି କି ମୃତ ଶରୀରଟି ଘଟଣା ସ୍ଥଳରେ ପଡିରହିଛି କିନ୍ତୁ କୌଣସି ରକ୍ତ ଛିଟା ପଡିନଥିବାରୁ ଏହି ହତ୍ୟାକାଣ୍ଡଟି କେଉଁ ଜାଗାରେ ଭିଆଇ ଉଲେଖିତ ସ୍ଥାନରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି ।
ଏତେ ନିର୍ଦୟ ଥିଲେ ଯେ ଲିଙ୍ଗରାଜ ପିନ୍ଧିଥିବା ସୁନା ଚେନ ଓ ମୁଦିକୁ ଦୁର୍ବୁତ୍ତ ମାନେ ଲୁଟି ନେଲେ । ଘଟଣା ସ୍ଥଳରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ଅତିରିକ୍ତ ଆରୋକ୍ଷ ଅଧିକ୍ଷକ ସୁନୀଲ କୁମାର ମହାନ୍ତି ଏସଡ଼ିପିଓ ମାଧବନନ୍ଦ ନାୟକ ସାଇଣ୍ଟିଫିକଟିମ ପହଁଚି ତନ ତନ କରି ଯାଞ୍ଚ କରୁଛନ୍ତି । ଅନ୍ୟ ପକ୍ଷରେ ଲିଙ୍ଗରାଜଙ୍କ ଏଭଳି ହତ୍ୟାକାଣ୍ଡକୁ ନେଇ ଗ୍ରାମବାସୀ ଓ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ପୁଅର ଏଭଳି ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡିଛନ୍ତି । କାନ୍ଦ ବୋବାଳିରେ ପୁରା ଫାଟି ପଡୁଛି ଗାଁ ଦାଣ୍ଡ ।