ଅନ୍ୟ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମରେ ରୀତିନୀତିର ଅଧିକ ସ୍ୱୀକୃତି ରହିଛି । ସେହି ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ପତ୍ନୀ ସ୍ୱାମୀଙ୍କ ପାଦକୁ ଦବାନ୍ତି । କିନ୍ତୁ ହେଲେ କଣ ଆପଣ ଜାଣନ୍ତି କି କଣ ରହିଛି ଏହା ପଛର ରହସ୍ୟ । କାହିଁକି ପତ୍ନୀ ହିଁ କେବଳ ସ୍ୱାମୀଙ୍କ ପାଦ ଦବାନ୍ତି ?
ଏହା ପଛର କାରଣ କ’ଣ ଆପଣ ଜାଣନ୍ତି କି ? ତେବେ ଜାଣନ୍ତୁ ଏହା ପଛର ପ୍ରକୃତ କାରଣ….ଆପଣ ନିଶ୍ଚୟ ଦେଖିଥିବେ ଯେ ଦେବୀ ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁଙ୍କ ପାଦତଳେ ବସି ତାଙ୍କ ପାଦକୁ ସବୁବେଳେ ଚାପି ରଖନ୍ତି । ଏହା ପଛରେ ଧାର୍ମିକ କାରଣ କ’ଣ ? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ପତ୍ନୀମାନେ କାହିଁକି ସ୍ୱାମୀଙ୍କ ପାଦ ଦବାନ୍ତି :- ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶନି ଦେବ ସ୍ୱାମୀଙ୍କ ପାଦରେ ଆଣ୍ଠୁରୁ ଆଙ୍ଗୁଠି ପର୍ଯ୍ୟନ୍ତ ଏବଂ ଶୁକ୍ର ଦେବ ପତ୍ନୀଙ୍କ ହାତରୁ ଆଙ୍ଗୁଳି ପର୍ଯ୍ୟନ୍ତ ରୁହନ୍ତି । ବିଶ୍ୱାସ କରାଯାଏ ଯେ ଯେତେବେଳେ ଶୁକ୍ର ଏବଂ ଶନି ଏକାଠି ହୁଅନ୍ତି କିମ୍ବା ଶୁକ୍ର ଉପରେ ଶନିଙ୍କର ପ୍ରଭାବ ପଡ଼େ, ସେତେବେଳେ ଧନର ବର୍ଷା ହୁଏ । ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପାଦକୁ ଦବାନ୍ତି, ତେଣୁ ତାଙ୍କୁ ଧନର ଦେବୀ କୁହାଯାଏ ।
ଆହୁରି ପଢନ୍ତୁ :- ସ୍ୱାମୀ କାହିଁକି ବୟସରେ ବଡ଼ ହେବା ଜରୁରୀ, ଜାଣନ୍ତୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କେତେ ବୟସ ବ୍ୟବଧାନ ଦାମ୍ପତ୍ୟ ଜୀବନ ସୁଖୀ କରେ
ତେବେ ଶାସ୍ତ୍ର ଅନୁସାରେ କୁହାଯାଏ , ଯେଉଁ ପତ୍ନୀ ସ୍ୱାମୀଙ୍କ ପାଦକୁ ଦବାନ୍ତି, ସେ ଜୀବନରେ ଖୁସିରେ ରହନ୍ତି । ଆହୁରି ମଧ୍ୟ ସ୍ୱାମୀଙ୍କ ପକେଟ କେବେ ଖାଲି ନଥାଏ । ଅର୍ଥାତ୍ ସ୍ତ୍ରୀ ନିଜ ପତିଙ୍କ ପାଦ ଦବାଇ କେବେ ବି ଟଙ୍କାହୀନ ହୁଅନ୍ତି ନାହିଁ । ପତିଙ୍କ ପାଦ ଦବାଇବା ଦ୍ୱାରା ଘରକୁ ଚମକ ଆସିଥାଏ ଏବଂ ଘରେ କିଛି ଅଭାବ ରୁହେ ନାହିଁ । ଏବଂ ଧନର ବର୍ଷା ହୋଇଥାଏ ।