ପ୍ରେମିକାଙ୍କୁ ହରାଇବା ପରେ ପାଗଳ ହୋଇ ରାସ୍ତାରେ ବୁଲୁଛନ୍ତି ଇଞ୍ଜିନିୟର!

ବାଙ୍ଗାଲୋର ର ରାସ୍ତା ଉପରେ ଜଣେ ଭିକାରିଙ୍କୁ ବୁଲୁଥିବାର ଦେଖିବାକୁ ମିଳୁଛି। ଉକ୍ତ ଭିକାରି ଜଣକ ସ୍ପଷ୍ଟ ଭାବେ ଇଂରାଜୀ କହୁଥିବା ଶୁଣିବାକୁ ମିଳୁଛି। ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଉକ୍ତ ବ୍ୟକ୍ତିଙ୍କ ଜୀବନ ସେଦିନ ବଦଳି ଯାଇଥିଲା ଯେଉଁଦିନ ସେ ତାଙ୍କ ପ୍ରେମିକା ଓ ପରିବାରଲୋକଙ୍କୁ ହରାଇ ଦେଇଥିଲେ। ଏହି ଦୁଃଖରୁ ସେ ବାହାରିବା ପାଇଁ ପ୍ରତିଦିନ ମଦ ପିଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ ଅବସ୍ଥା ଏମିତି ହୋଇଗଲା କି ସେ ମଦ ନିଶାରେ ଖିଆପିଆ ଛାଡ଼ି ରାସ୍ତାରେ ପାଗଳପ୍ରାୟ ହୋଇ ବୁଲିଲେ।

ଇନଷ୍ଟାଗ୍ରାମ ବ୍ୟବହାରକାରୀ ଶରଥ ଉକ୍ତ ଭିକାରୀଙ୍କ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଭିକାରି ଜଣକ ଫିଜିକ୍ସର ଜଟିଳ ଥିୟୋରି ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

ଶରଥ ଭିକାରିଙ୍କ ଭିଡିଓ ସେୟାର କରି କହିଛନ୍ତି, ‘ ଉକ୍ତ ଭିକାରି ଜଣକ ଜର୍ମାନୀର ଫ୍ରେଙ୍କଫର୍ଟରୁ ଏମଏସର ପାଠପଢ଼ିଛନ୍ତି। ସେ ଜଣେ ପ୍ରଡକ୍ଟ ଇଞ୍ଜିନିୟର ଭାବେ ବି କାମ କରିଛନ୍ତି।

ଶରଥ ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଏନଜିଓଙ୍କ ସହିତ ଯୋଗାଯୋଗ କରିଛନ୍ତି।