ବିକଳ ହୋଇ କୋହ ଫଟେଇ କାନ୍ଦୁଛନ୍ତି ରାଣୀ ପଣ୍ଡା । ଭିଜି ଯାଉଛି ସେଜ ସୁଖୀ ଯାଉଛି କଳା । ଅନେକ ଯନ୍ତ୍ରଣା ପାଉଛନ୍ତି ରାଣୀପଣ୍ଡାଙ୍କ ହାତ ବିକ୍ରମ ଛାଡି ଦେଇଛି । ସେଇ ପ୍ରତିଟି ମୁହୂର୍ତ୍ତ ସେଇ ପ୍ରତିଟି କଥାକୁ ସେ ପୁଣି ଦହରାଇ କାନ୍ଦୁଛନ୍ତି ରାଣୀପଣ୍ଡା । ଭୁଲି ପାରୁନାହାନ୍ତି ବିକ୍ରମ ସହିତ ବିତାଇଥିବା ସମୟକୁ । ବିକ୍ରମ ହାତ ଛାଡିବା ପରେ ତାଙ୍କ ସାମ୍ନାକୁ ବାରମ୍ବାର ସେଇ ପୁରୁଣା ସ୍ମୃତି ଆସିଯାଉଛି । ନିଜକୁ ସମ୍ଭାଳି ପାରୁନାହାନ୍ତି ରାଣୀପଣ୍ଡା ।
ଏତେ ବିଶ୍ୱାସ କରିଥିଲେ ବିକ୍ରମକୁ ହେଲେ ବିକ୍ରମ ଏମିତି ଧୋକା ଦେବ ବୋଲି ସେ କେବେବି ଭାବିନଥିଲେ । କାନ୍ଦି କାନ୍ଦି ଗଳା ଶୁଖି ଯାଉଛି ରାଣୀ ପଣ୍ଡାଙ୍କର । ଆଜି ସହି ପାରୁନାହାନ୍ତି ରାଣୀପଣ୍ଡା । ଭଗବାନଙ୍କ ଫୋଟ ଦେଖାଇ କାନ୍ଦୁଛନ୍ତି ଆଉ କହୁଛନ୍ତି ମୁଁ ମିଛ କହୁନାହିଁ ଓଡିଶାବାସୀ ମୋତେ ବିଶ୍ୱାସ କର ମୋ ସହିତ ବିକ୍ରମ ଏମିତି ଖେଳି ଦେଇ ଚାଲିଗଲା ଯେ ମୁଁ ସହି ପାରୁନି ।
କିଛି ଦିନ ତଳେ ଆପଣ ଦେଖିଥିବେ ଯେତେବେଳେ ଭୁବନେଶ୍ୱର ମହିଳା ଥାନାରେ ଯାଇ ଅଭିଯୋଗ କରିଥିଲେ ରାଣୀପଣ୍ଡା ଯେ ବୟ ଫ୍ରେଣ୍ଡ ବିକ୍ରମ କିଭଳି ଲୁଚି ଲୁଚି ଆଉ ଗୋଟିଏ ଝିଅକୁ ବିବାହ କରିବାକୁ ଯାଉଛି ଯାହାକି ରାଣୀପଣ୍ଡାକୁ ବାହାଘରର ପ୍ରତିଶୃତି ଦେଇ ଏଭଳି ଛଳନା କରି ତାଙ୍କ ହାତ ଛାଡି ଆଉ କାହାକୁ ବାହା ହେଉଛି । ଆଉ ଯାହାକୁ ନେଇ ପୁଣିଥରେ ରାଣୀ ପଣ୍ଡା ସୋସିଆଲ ମିଡିଆରେ ତାଙ୍କର ଆଉ ବିକ୍ରମରଙ୍କର ଅନେକ ଫୋଟ ଓ ଭିଡ଼ିଓ ଦେଖାଉଛନ୍ତି ।
ଦେଖନ୍ତୁ ଭିଡିଓ :-
ଆଉ ଏବେ ରାଣୀପଣ୍ଡା କହୁଛନ୍ତି ଯେ ତୁ କେବେବି ଶାନ୍ତିରେ ରହି ପାରିବୁନି ତୁ ମୋତେ ଧୋକା ଦେଇ ଲୁଚି ଲୁଚି ଆଉ କାହାକୁ ବାହା ହେଲେ । ତେବେ ଫୋଟରେ ଆପଣ ଦେଖି ପାରୁଥିବେ କିଭଳି ଭାବେ ରାଣୀ ପଣ୍ଡା କାନ୍ଦୁଛନ୍ତି । ଆଉ କହୁଛନ୍ତି ଭଗବାନ କେବେବି ତୋତେ ଖୁସିରେ ଶାନ୍ତିରେ ରଖିବେନି । ତୁ ରାଣୀ ପଣ୍ଡାକୁ ଏମିତି କନ୍ଦାଇଛୁ ଏମିତି ଧୋକା ଦେଇଛୁ ତୁ କେବେବି ଭଲରେ ବଞ୍ଚି ପାରିବୁନି ।
ତେବେ ରାଣୀପଣ୍ଡା ଏମିତି କାନ୍ଦି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିବା ପରେ ତାଙ୍କର ଫ୍ୟାନ ମାନେ କହୁଛନ୍ତି ଯେ ରାଣୀପଣ୍ଡା ତୁମେ ଧର୍ଯ୍ୟ ଧର ଭଗବାନ ଅଛନ୍ତି ସବୁ ଠିକ ହୋଇଯିବ । ତୁମେ ଲୋକମାନଙ୍କୁ ସାହାର୍ଯ୍ୟ କରୁଛ ତୁମେ ବହୁତ ମଜବୁତ ବୋଲି ସମସ୍ତେ ଜାଣନ୍ତି । ତୁମେ ଏମିତି କାହିଁକି ଭାଙ୍ଗି ପଡୁଛ । ଆଉ ବିକ୍ରମର ପରିବାରକୁ ମଧ୍ୟ ଅଭିଶାପ ଦେଉଛନ୍ତି । ରାଣୀପଣ୍ଡାଙ୍କୁ ଯେତିକି କଷ୍ଟ ଆଉ ଯନ୍ତ୍ରଣା ଦେଉଛ ତୁମେ ମାନେ ବି ସେମିତି କଷ୍ଟ ପାଇବ ।
ମୁଁ ନିରୀହ ଆଉ ଗରିବ ବୋଲି ତୁମେ ମୋ ସହିତ ଏମିତି ଛଳନା କଲ । ବିକ୍ରମ ମୋ ଠାରୁ ବୟସରେ ସାନ ବୋଲି ଆଗରୁ ବିକ୍ରମ ଜାଣିଥିଲା ମୁଁ ଗରିବ ମୁଁ ନିରୀହ ମୁଁ ନାଚବାଲି ବୋଲି ବିକ୍ରମ ଆଗରୁ ସବୁ କଥା ମୋ ବିଷୟରେ ଜାଣିଥିଲା ତଥାପି ଭଲ ପାଉଥିଲା ପ୍ରତିଶୃତି ଦେଇଥିଲା । ୭ ରୁ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଲା ଆଉ ସବୁବେଳେ କଥା ଦେଉଥିଲା ମୋତେ ବିବାହ କରିବ ମୋ ମଥାରେ ସିନ୍ଦୁର ଦେବ ହେଲେ ଲୁଚି ଲୁଚି ଏବେ ଆଉ କାହାକୁ ବିବାହ କରିବାକୁ ଯାଉଛି । ଆଉ ମୋର ଚରିତ୍ରକୁ ନେଇ ଅନେକ କଥା କହୁଛି ବିକ୍ରମ । ଏସବୁ କଥାକୁ ମୁଁ କେମିତି ଭୁଲିଯିବି । ମୋ ଜୀବନ ସହିତ ଖେଳିଛି ବିକ୍ରମ ମୁଁ କେମିତି ଭୁଲିଯିବି । ମୋତେ ବର୍ବାଦ କରିଦେଲା ବିକ୍ରମ ଏମିତି ଅନେକ କଥା କହି କୋହଭରା ଆଖିରେ କାନ୍ଦୁଛନ୍ତି ରାଣୀପଣ୍ଡା ।