ଦୁବୃର୍ତ୍ତମାନେ ଘରେ ପଶି ଘର ମାଲିକଙ୍କୁ ଛୁରା ମାରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ଏପରି ଏକ ଘଟଣା ସମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ର ବାଉଁଶୁଣି ଥାନା ଅନ୍ତର୍ଗତ ବାଦିକଟା ଗ୍ରାମରେ…
ମିଳିଥିବା ସୂଚନା ଅନୁଯାୟୀ, ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଡଙ୍କ ପରିବା ଲୋକେ ଶୁକ୍ରବାର ରାତିରେ ଶୋଇଥିବା ଅବସ୍ଥାରେ କେତେଜଣ ଦୁବୃର୍ତ୍ତ ଘରେ ପସି ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଇଯିବାର ଉଦ୍ୟମ କରୁଥିଲେ। ସେତିକିବେଳେ ବାଳକୃଷ୍ଣଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଚୋର, ଚୋର ବୋଲି ପାଟି କରିଥିଲେ। ଫଳରେ ଲୁଟେରାମାନେ ତାଙ୍କୁ ଛୁରିରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଳକୃଷ୍ଣଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ବାଳକୃଷ୍ଣଙ୍କ ପରିବାର ଲୋକେ ବାଉଁଶୁଣି ଥାନା ଏକ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।