ଆମକୁ ଅଲଗା କରିବା ପାଇଁ ଚେଷ୍ଠା କଲେ । ଷ୍ଟାର କ୍ୟାମ୍ପେନର ଭାବେ ଦଳରେ ନିଆ ଯାଇଥିଲା । ଦଳରୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ସୁଯୋଗ ଦିଆଗଲା । ହେଲେ ଯେତେବେଳେ କାମ ସରିଗଲା ସେତେବେଳେ କୋଣଠେସା କରାଗଲା । ସାଙ୍ଗଠନିକ କାର୍ଯ୍ୟକୁ ବି ଡକାଗଲା ନାହିଁ । ଦଳର କୌଣସି କାମ ଦିଆଗଲା ନାହିଁ । ପୁରା ଦଳରୁ ଏଡ଼ାଇଲା ଭଳି ଆଚରଣ କରାଗଲା । ଏମିତି କିଛି କହିଛନ୍ତି ବିଜେଡ଼ିରୁ ଇସ୍ତଫା ଦେଇ ଆସିଥିବା ଚାରି ଷ୍ଟାର ଅଭିନେତା । ଯେଉଁମାନେ ଦଳରୁ ପୂର୍ବରୁ ଥିଲେ ଏବେ କିନ୍ତୁ ସେମାନେ ସବୁ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ।
ଦୁଇ ଜଣ ଅଭିନେତା ବିଜେଡ଼ିରୁ ଆସି ବିଜେପିରେ ମିଶି ଥିବା ବେଳେ ଏବେ ଦୁଇ ଜଣ ଅଭିନେତା ମିଶିବାକୁ ଥିବା ଚର୍ଚ୍ଚାରେ ରହିଛନ୍ତି । ଶୁଣନ୍ତୁ ନିଜର ଇସ୍ତଫା ନେଇ କଣ କହିଥିଲେ ସିଦ୍ଧାନ୍ତ ମହାପାତ୍ର । ସେତେବେଳେ ଏଇ ଜିରୋକୁ ନେଇ ଗୋଟେ ଷ୍ଟାର କ୍ୟାମ୍ପେନର କୁହାଯାଏ । ପ୍ରଥମେ ଅରିନ୍ଦମ ପରେ ସିଦ୍ଧାନ୍ତ ମହାପାତ୍ର ଏବଂ ତାପରେ ଚକୋଲେଟ୍ ହିରୋ ଆକାଶ ଦାସ ନାୟକ ଏବଂ ଶେଷରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏମାନେ ସମସ୍ତେ ଏବେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ।
ଆଉ ଇସ୍ତଫା ଦେବା ପରେ କେବଳ ଦୁଇ ଜଣ ଅରିନ୍ଦମ ଆଉ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଆସି ମିଶିଛନ୍ତି । ଆକାଶ ଦାସ ନାୟକ ଏବଂ ଅନୁଭବ ମହାନ୍ତି ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି । ରାଜନୀତିରେ କେତେବେଳେ କଣ ହେବ ତାହା କହି ହେବ ନାହିଁ । ଆଜି ଭଲ ଲାଗୁଥିବା ମୁହଁ କାଲିକୁ ଭଲ ନଲାଗି ପାରେ ।
ଦେଖନ୍ତୁ ଭିଡିଓ :-
ସବୁବେଳେ ବିଜୟ ହେଉଥିବା ଆସନରୁ ହଠାତ୍ ଆଉ କାହାକୁ ଆସନ ଦିଆ ଯାଇ ପାରେ । ଯାହା ଆଜି ଏମାନଙ୍କ କ୍ଷେତ୍ରରେ ହେଇଛି ବୋଲି ସମସ୍ତେ କହିଛନ୍ତି । ଆମକୁ ଷ୍ଟାର କ୍ୟାମ୍ପେନର ଭାବେ ଦଳରେ ରଖି ଭୋଟ ହାତେଇଲେ ଆଉ ଏବେ ଦଳରୁ କୋଣଠେସା କଲେ । ତେବେ ବିଜେଡ଼ି ସବୁବେଳେ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରେ । କାହାକୁ ଦଳରୁ କେଉଁ ଟିକେଟ ମିଳିବ ତାହା ସୁପ୍ରିମୋ ନିର୍ଦ୍ଧାରଣ କରନ୍ତି । ଯେଉଁମାନେ ଟିକେଟ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଟିକେଟ ଦେଇଥାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତ ଦଳ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି ବୋଲି ବିଜେଡ଼ିର କର୍ମୀମାନେ କହିଛନ୍ତି ।