ଦେବୀ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଅଟେ ଏହି ଗଛ, ଘରେ ରୋପଣ କରିବା ଦ୍ଵାରା କେବେବି ଆର୍ଥିକ ଅଭାବ ଦେଖା ଦେଇ ନଥାଏ !

ଲକ୍ଷ୍ମଣା ଗଛକୁ ଦେବୀ ଲକ୍ଷ୍ମୀଙ୍କ ସହିତ ଯୋଡା ଯାଇଥାଏ । ଏହାକୁ ଘରେ ଲଗାଇବା ଦ୍ଵାରା ଘରେ କେବେବି ଆର୍ଥିକ ଅଭାବ ହୋଇ ନଥାଏ ବୋଲି ମାନ୍ୟତା ରହିଛି । ଏହା ସହିତ ପରିବାର ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ । ଘରେ ହୋଇଥାଏ ଦେବୀ ଲକ୍ଷ୍ମୀଙ୍କର ବାସ, ଜୀବନରେ ଆସିଥାଏ ସୁଖଶାନ୍ତି, ଧନ ପ୍ରାପ୍ତି ହୋଇଥାଏ ।

ଘରେ ଗଛ ଲଗାଇବା ଦ୍ଵାରା ପରିବେଶ ସବୁଜମୟ ଓ ସକାରାତ୍ମକ ରହିଥାଏ । ମାନ୍ୟତା ରହିଛି ଯେ ପ୍ରତ୍ୟେକ ଗଛରେ ଦୈବିକ ଶକ୍ତି ରହିଛି । ଏହାଦ୍ବାରା ଘର ତଥା ଆଖପାଖ ଅଞ୍ଚଳରେ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଲକ୍ଷ୍ମଣା ଗଛ ଏକ ଏଭଳି ଗଛ ଅଟେ, ଏହାକୁ ଘରେ ଆଣି ଲଗାଇବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ । ଆସନ୍ତୁ ଏହି ଲକ୍ଷ୍ମଣା ଗଛ ବିଷୟରେ ବିସ୍ତାର ରୂପରେ ଜାଣିବା…

ଧାର୍ମିକ ମାନ୍ୟତା ଅନୁସାରେ ଲକ୍ଷ୍ମଣା ଗଛ ସହିତ ଦେବୀ ଲକ୍ଷ୍ମୀଙ୍କର ସମ୍ବନ୍ଧ ଯୋଡ଼ା ଯାଇଛି । ଏହି ଗଛ ଘରେ ରହିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ଏବଂ ଘରର ନକାରାତ୍ମକ ଊର୍ଜା ନଷ୍ଟ ହୋଇ ଯାଇଥାଏ । ଘରେ ସର୍ବଦା ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି ।

ଆହୁରି ପଢନ୍ତୁ :- ମଙ୍ଗଳସୂତ୍ରରେ କଳା ମାଳି ଓ ସୁନା କାହିଁକି ଲଗାଯାଏ ? ଜାଣନ୍ତୁ କଣ ରହିଛି ଏହା ପଛର ମହତ୍ତ୍ବ…

ଲକ୍ଷ୍ମଣା ଗଛ ବିଷୟରେ କହିବାକୁ ଗଲେ ଏହା ବେଲ ଗଛ ପ୍ରଜାତିର ଅଟେ । ଏହାର ପତ୍ର ପାନ ଓ ଅଶ୍ୱତ୍ଥ ଗଛର ପତ୍ର ଭଳି ହୋଇଥାଏ । ଆୟୁର୍ବେଦରେ ଏହି ଗଛକୁ ବ୍ୟବହାର କରାଯାଇଥାଏ । ଏହାକୁ ଲକ୍ଷ୍ମଣା ଔଷଧ ମଧ୍ୟ କୁହାଯାଏ । ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରର ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ । ପରିବାର ଲୋକଙ୍କର ଆମଦାନୀ ବୃଦ୍ଧି ହୋଇଥାଏ ।ଘରର ପରିବେଶ ସର୍ବଦା ସୁଖଶାନ୍ତିରେ ଭରପୁର ହୋଇଯାଏ ।

ଲକ୍ଷ୍ମଣା ଗଛକୁ ଘରେ ପୂର୍ବ ଦିଗ ବା ପୂର୍ବ – ଉତ୍ତର ଦିଗରେ ରୋପଣ କରିବା ଉଚିତ । ଉତ୍ତର ଦିଗରେ ଧନର ଦେବତା କୁବେର ମହାରାଜଙ୍କର ବାସ ହୋଇଥାଏ । ତେଣୁ ଏହି ଦିଗରେ ଲକ୍ଷ୍ମଣା ଗଛ ରୋପଣ କଲେ ଧନର ଆଗମନ ହୋଇଥାଏ ଏବଂ କେବେବି ଆର୍ଥିକ ସଙ୍କଟ ଦେଖା ଦିଏ ନାହିଁ ।