ପୁରୀ ଶ୍ରୀମନ୍ଦିରରେ ଘଟିଲା ବିରାଟ ଚମତ୍କାର। ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି । ବାତ୍ୟା ଦାନା ଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଥିଲା ଧବଳ ବାନା । ଏହା ସହ ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଥିଲା ।
ପତିତପାବନ ବାନାରେ ଚନ୍ଦ୍ର-ସୂର୍ଯ୍ୟ ଥାନ୍ତି । ପବିତ୍ର ନାଦ- ବିନ୍ଦୁ ପରଂବ୍ରହ୍ମଙ୍କ ଧ୍ୱଜା ମଧ୍ୟ ଭାଗରେ ଥିବା ଅର୍ଦ୍ଧ- ଚନ୍ଦ୍ର ଏବଂ ବିନ୍ଦୁ ପରମକାରୁଣୀକଙ୍କ ଚକ୍ଷୁ ସ୍ୱରୂପ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କ ପ୍ରତୀକ । ପତିତପାବନ ବାନା ପରିବର୍ତ୍ତନର ଅପୂର୍ବ ଦୃଶ୍ୟ ଭକ୍ତ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି । ଏବଂ ଏହି ଲୀଳାର ଦର୍ଶନ କରି ଆତ୍ମ ସାନିଧ୍ୟ ଲାଭ କରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ଚୂଡାକୁ ଚଢି ଚୁନରା ସେବାୟତ ବାନା ପରିବର୍ତ୍ତନ କରନ୍ତି । ୧୯ ଫୁଟ ଉଚ୍ଚ ବାଉଁଶର ଶୀର୍ଷରେ ଧ୍ୱଜା ବନ୍ଧାଯାଏ ।
ମୁଖ୍ୟତଃ ରକ୍ତ, ପିତ ଏବଂ ଶୁକ୍ଳ ରଙ୍ଗର ବସ୍ତ୍ରରେ ବାନା ପ୍ରସ୍ତୁତ କରାଯାଏ । ନୀଳଚକ୍ରରେ ଉଡୁଥିଲା ୧୦୮ ହାତର ବାନା। ଇତିହାସର ପ୍ରବାଦ କୁହେ ପୂର୍ବରୁ ୧୦୮ ହାତ ଲମ୍ବର ବାନା ବ୍ୟବହୃତ ହୁଏ । ମାତ୍ର ସମୁଦ୍ର କୂଳରେ ଶ୍ରୀମନ୍ଦିର ଅବସ୍ଥାପିତ ହେତୁ ସମୁଦ୍ରର ପବନ ଏବଂ ବଡ ଦେଉଳର ଉଚ୍ଚଚା କାରଣରୁ ବାନାକୁ ଅଧିକ ପବନ ଧରେ । ଯାହା ନୀଳଚକ୍ର ଏବଂ ଶ୍ରୀମନ୍ଦିରର ସୁରକ୍ଷା ନେଇ ବିପଦ ଆଣିପାରେ ।
ତେଣୁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ପରାମର୍ଶକ୍ରମେ ୧୦୮ ହାତ ବାନାକୁ କମାଇ ବର୍ତ୍ତମାନ ୧୪ ହାତ ଲମ୍ବର ବାନା ବନ୍ଧାଯାଉଛି। ରୀତିନୀତି, ପରମ୍ପରା ଅନୁସାରେ ସବୁଦିନ ଅପରାହ୍ଣରେ ଧ୍ୱଜା ପରିବର୍ତ୍ତନ ହୁଏ । ତେବେ ବର୍ତମାନ ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିରରେ ବିରାଟ ଚମତ୍କାର। ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି । ବାତ୍ୟା ଦାନା ଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଥିଲା ଧବଳ ବାନା ।
ଏହା ସହ ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଥିଲା । ୧୪ ହାତର ଧବଳ ବାନାରେ ଏକାଧିକ ଗଣ୍ଠି ପଡିଥିବାର ଦେଖିବାକୁ ମିଳିଛି। ଏପଟେ ବାତ୍ୟା ‘ଦାନା’ ମଧ୍ୟ ଲ୍ୟାଣ୍ଡଫଲ କରି ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି । ବାତ୍ୟାକୁ ମହାବାହୁ ଟାଳି ଦେଇଛନ୍ତି ବୋଲି କହିଛନ୍ତି ଚୂନରା ସେବାୟତ ।