ମଙ୍ଗଳସୂତ୍ରରେ କଳା ମାଳି ଓ ସୁନା କାହିଁକି ଲଗାଯାଏ ? ଜାଣନ୍ତୁ କଣ ରହିଛି ଏହା ପଛର ମହତ୍ତ୍ବ…

ହିନ୍ଦୁ ଧର୍ମରେ ଅନୁସାରେ ସମସ୍ତ ବିବାହିତା ମହିଳାଙ୍କ ପାଇଁ ମଙ୍ଗଳସୂତ୍ର ପିନ୍ଧିବା ବହୁତ ଜରୁରୀ ବୋଲି ବିଶ୍ୱାସ କରାଯାଏ । ଏଥିରୁ ଜଣାପଡ଼େ ଯେ ତାଙ୍କ ସ୍ବାମୀ ବଞ୍ଚିଛନ୍ତି । ଶାସ୍ତ୍ରରେ ମଙ୍ଗଳସୂତ୍ରର ମହତ୍ତ୍ବ ବିଷୟରେ କୁହାଯାଇଛି । ଏକ ବିବାହିତା ସ୍ତ୍ରୀ ପାଇଁ ତାଙ୍କର ମଙ୍ଗଳସୂତ୍ର ସବୁଠାରୁ ଅଧିକ ମୁଲ୍ୟବାନ ହୋଇଥାଏ । ମଙ୍ଗଳସୂତ୍ରକୁ କୌଣସି ଧନ ସହିତ ତୁଳନା କରାଯାଇପାରିବ ନାହିଁ ।

ଆପଣ ବିବାହିତା ସ୍ତ୍ରୀମାନଙ୍କୁ ମଙ୍ଗଳସୂତ୍ର ଧାରଣ କରିଥିବାର ଦେଖିଥିବେ ଏବଂ ଏହା ମଧ୍ୟ ଦେଖିଥିବେ ଯେ ସବୁ ମଙ୍ଗଳସୂତ୍ରରେ କଳା ମାଳି ଓ ସୁନା ଲାଗି ଥିବାର । ହେଲେ ଆପଣ କେବେ ଭାବିଛନ୍ତି ଏହି କଳା ମାଳି ଓ ସୁନା ମଙ୍ଗଳସୂତ୍ରରେ ଲାଗିବାର ସ୍ବତନ୍ତ୍ରତା ସମ୍ପର୍କରେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ମଙ୍ଗଳସୂତ୍ରରେ କଳା ମାଳି ଓ ସୁନା କାହିଁକି ଲଗାଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ… ସବୁ ଧର୍ମରେ କଳା ରଙ୍ଗକୁ ଶୁଭ ବୋଲି ଧରାଯାଏ । ପ୍ରାୟ ସମୟରେ ଆପଣ ଲକ୍ଷ କରିଥିବେ ଯେ କଳା ରଙ୍ଗର ସୂତା ବାନ୍ଧିବା କିମ୍ବା ପିଲାଙ୍କ ଗଳାରେ ନିଶ୍ଚୟ ଆପଣ ଦେଖିଥିବେ । ହିନ୍ଦୁ ଧର୍ମ ଅନୁସାରେ କଳା ରଙ୍ଗ ଆମକୁ ଖରାପ ନଜରରୁ ରକ୍ଷା କରିଥାଏ ।

ଆହୁରି ପଢନ୍ତୁ :- ରିଲରେ ରିୟଲ୍ ସେକ୍ସ : ଏହି ସବୁ ସିନେମାର ସୁଟିଂ ସମୟରେ ଶାରୀରିକ ସଂପର୍କ ରଖିଥିଲେ କଳାକାର

ଏଥିପାଇଁ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି । ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ରରେ କଳା ରଙ୍ଗର ମୋତି ଲଗାଇବା ଦ୍ବାରା ବିବାହିତା ସ୍ତ୍ରୀ ମାନଙ୍କର ସ୍ବାମୀଙ୍କର ଆୟୁଷ ଲମ୍ବା ହୋଇଥାଏ । ଏହା ଅନେକ ପ୍ରକାରର ଖରାପ ନଜରରୁ ରକ୍ଷା କରିଥାଏ । ଏଥିପାଇଁ ମଙ୍ଗଳସୂତ୍ରରେ କଳା ରଙ୍ଗର ମାଳି ଲଗାଯାଇଥାଏ ।

ମଙ୍ଗଳସୂତ୍ର କାହିଁକି ସୁନାରେ ତିଆରି ହୁଏ :- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳସୁତ୍ରରେ ସୁନା ବ୍ୟବହୃତ ହୁଏ କାରଣ ସୁନା ବୈବାହିକ ସୁଖର ପ୍ରତୀକ ବୋଲି କୁହାଯାଏ । ଆୟୁର୍ବେଦିକ ବିଜ୍ଞାନ ଅନୁଯାୟୀ ସୁନାରେ ଆରୋଗ୍ୟ ଗୁଣ ରହିଛି । ଆରୋଗ୍ୟ ଗୁଣ ବିବାହିତ ମହିଳାମାନଙ୍କୁ ଚିନ୍ତା, ଟେନସନ ଏବଂ ଚାପରୁ ମୁକ୍ତି ଦେଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ସୁନା ବୃହସ୍ପତିର ପ୍ରଭାବ ବଢ଼ାଇଥାଏ । ଏହା ସହିତ, ଏହା ବିବାହିତ ଜୀବନରେ ସୁଖ ଆଣିଥାଏ ।