ଜଣାପଡିଲା କାରଣ.. ପିଙ୍କ ବଲ୍ ଟେଷ୍ଟରେ କାହିଁକି ହାରେନି ଅଷ୍ଟ୍ରେଲିଆ, ଭାରତ ହାରିବା ପରେ ସାମ୍ନାକୁ ଆସିଲା କାରଣ

ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଶୋଚନୀୟ ପରାସ୍ତ କରିବା ପରେ ଏବେ ଆଡିଲେଡ୍ ରେ ପିଙ୍କ୍ ବଲ୍ ଟେଷ୍ଟରେ ଭାରତୀୟ ଦଳ ଶୋଚନୀୟ ପରାସ୍ତ ହେଇଛି। ଅଷ୍ଟ୍ରେଲିଆର ବଲର ଭାରତୀୟ ବ୍ୟାଟର ମାନଙ୍କୁ ପିଚ୍ ଉପରେ ତିଷ୍ଠିବାକୁ ଦେଇ ନଥିଲେ। ଦେଖିବାକୁ ଗଲେ ୧୦ ବର୍ଷ ପୂର୍ବରୁ ଆରମ୍ଭ ହେଇଥିଲା ପିଙ୍କ୍ ବଲରେ ଟେଷ୍ଟ ମ୍ୟାଚ୍। ପିଙ୍କ୍ ବଲଟି ଖାଲି ରଙ୍ଗରେ ଅଲଗା ନୁହେଁ ଏହା ନାଲି ବଲଠୁ ମଧ୍ୟ ସଂପୂର୍ଣ୍ଣ ଅଲଗା। ଏହାର ଗତି, ଏହାର ସୁଇଂ, ଏହାର ପେସ ବହୁତ୍ ଅଲଗା ନାଲି ବଲ ଠାରୁ।

ଡେ ନାଇଟ ମ୍ୟାଚ୍ ପାଇଁ ଏହି ପିଙ୍କ୍ ବଲକୁ ତିଆରି କରାଯାଇଛି। କାରଣ ପିଙ୍କ୍ ବଲଟି ରେଡ ବଲ ଠାରୁ ରାତିରେ ଭଲ ଦେଖାଯାଏ। ପୂର୍ବରୁ କମଳା ଓ ହଳଦିଆ ରଙ୍ଗର ବଲକୁ ନେଇ ମଧ୍ୟ ଟେଷ୍ଟ ମ୍ୟାଚରେ ଖେଳ ହେବା ପାଇଁ ପରୀକ୍ଷା କରାଯାଇଥିଲା ହେଲେ ସେସବୁ ବଲ ଅନ୍ଧାରରେ ଭଲ ଦେଖାଗଲା ନାହିଁ। ସେଥପାଇଁ ପିଙ୍କ୍ ବଲକୁ ହିଁ ସ୍ଥିର କରାଯାଇଛି ଡେ ନାଇଟ୍ ମ୍ୟାଚ ଖେଳିବା ପାଇଁ। ତେବେ ପିଙ୍କ୍ ବଲର ରଙ୍ଗ ଜଲଦି ଖରାପ ନହେବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ଏଥିରେ ମରାଯାଇଥାଏ।

ଯାହା ପାଇଁ ବଲଟି ଅଧିକ ଚିକ୍କଣ ହେଇଯାଏ। ଯେଉଁଥିପାଇଁ ବଲର ମାନଙ୍କୁ ଏହି ପିଙ୍କ୍ ବଲ ଅଧିକ ସୁହାଏ। ପିଙ୍କ୍ ବଲ ଚିକ୍କଣ ହେଇଥିବାରୁ ପିଚ୍ ଉପରେ ବଲ ଡ୍ରପ ହେବା ପରେ ଅତ୍ୟଧିକ ସୁଇଂ ହେଇଥାଏ। ଯେଉଁଥିପାଇଁ ବ୍ୟାଟର ମାନଙ୍କୁ ଖେଳିବାରେ ବହୁତ୍ ଅସୁବିଧା ହୁଏ। ବ୍ୟାଟରଙ୍କ ପାଖରେ ରିୟାକ୍ସନର ସମୟ ରେଡ ବଲ ଅପେକ୍ଷା ବହୁତ୍ କମ୍ ହେଇଥାଏ। ଖାଲି ସେତିକି ନୁହେଁ ପେଣ୍ଟ ଛାଡ଼ିଗଲା ପରେ ରାତି ସମୟରେ ବ୍ୟାଟର ମାନଙ୍କୁ ବଲ ଭଲ ଭାବରେ ଦେଖାଯାଏନାହିଁ।

ଅଷ୍ଟ୍ରେଲିଆକୁ ପିଙ୍କ୍ ବଲ ଏଥିପାଇଁ ସୁହାଏ କାରଣ ଅଷ୍ଟ୍ରେଲିଆ ବଲର ମାନେ ବହୁତ୍ ଫାଷ୍ଟ। ସେମାନଙ୍କର ପିଙ୍କ୍ ବଲରେ ଖେଳିବାର ଅଭ୍ୟାସ ରହିଛି। ପିଙ୍କ୍ ବଲ ତାଙ୍କ ହାତରେ ଭଲ ସୁଇଂ ହେଇଥାଏ। ଏହାସହ ଆଡିଲେଡ୍ ହେଉଛି ତାଙ୍କର ହୋମ ଗ୍ରାଉଣ୍ଡ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାରିବର୍ଷ ପରେ ଖେଳିଥିଲା ଯାହା ପାଇଁ ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ ଥିଲା। ତେବେ ଆଡିଲେଟରେ ୭ଟି ପିଙ୍କ୍ ବଲ ଟେଷ୍ଟ ଖେଳିଛି ଅଷ୍ଟ୍ରେଲିଆ ଆଉ ୭ଟାରୁ ଗୋଟିଏରେ ବି ପରାସ୍ତ ହେଇନାହିଁ।