ରିଲ୍ସ ନିଶାରେ ସ୍ଵାମୀ ଓ ସନ୍ତାନକୁ ଛାଡି ଫେରାର ହେଲେ ମହିଳା ! ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନୁଆଗଡିଆ ଗ୍ରାମପଞ୍ଚାୟତର ବିରଳ ଗ୍ରାମରେ ।
ତେବେ ଜାଣନ୍ତୁ ରାତାରାତି ଫେମସ୍ ହେବା ନିଶାରେ କଣ କଲେ ମହିଳା ଜଣଙ୍କ …….
ମହିଳାଙ୍କ ନାମ ହେଉଛି ମଧୁସ୍ମିତା । ସେ ବାପୁଜୀ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । ତେବେ ତାଙ୍କର ରିଲ୍ସ କରିବା ନିଶା , ଫେମସ୍ ହେବାର ନିଶା ଏବଂ ହିରୋଇନ୍ ବନିବାର ନିଶା ଯେପରି ତାଙ୍କୁ ଅନ୍ଧ କରି ଦେଇଥିଲା ।
ମଧୁସ୍ମିତା ଇନ୍ଷ୍ଟାରେ ରିଲ୍ସ କରିବା ସମୟରେ ଭେଟନ୍ତି ତନ୍ମୟଙ୍କୁ । ତନ୍ମୟ ଏବଂ ମଧୁସ୍ମିତାଙ୍କ ମଧ୍ୟରେ ଗଢ଼ି ଉଠେ ପ୍ରେମ ସମ୍ପର୍କ । ତନ୍ମୟ ମଧୁସ୍ମିତାଙ୍କୁ ଆଲବମ୍ କୁଇନ୍ କରିବାର ପ୍ରତିଶ୍ରୁତି ଦିଅନ୍ତି ।
ନିଜ ସ୍ବପ୍ନ ପୁରାଣ କରିବା ଆଶାରେ ମଧୁସ୍ମିତା ନିଜ ସୁଖର ସଂସାର ଛାଡି ଫେରାର ହୋଇ ଯାଇଛନ୍ତି । ତେବେ ତନ୍ମୟ ମଧ୍ୟ ବିବାହିତ ଅଟନ୍ତି । ସ୍ଵାମୀ ବାପୁଜୀଙ୍କ ଅଭିଯୋଗ ପରେ ମହିଳା ଜଣଙ୍କୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ ।