ଆସନ୍ତୁ ଜାଣିବା ୧୨ ଜ୍ୟୋତିରଲିଙ୍ଗ କିପରି ହୋଇଥିଲା ଏବଂ ଏହାର ମହିମା ବିଷୟରେ।

ଶୈବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ୧୨ ଜ୍ୟୋତିର୍ଲିଙ୍ଗର ଦର୍ଶନ କରିଥାଏ ତାର ୭ଜନ୍ମ ର ସମସ୍ତ ପାପ ଦୂର ହୋଇଥାଏ l ସେଗୁଡିକ ହେଲା –

ସୋମନାଥ ଜ୍ୟୋତିର୍ଲିଙ୍ଗ :

ଗୁଜୁରାଟରେ ଥିବା ସୋମନାଥ ଜ୍ୟୋତିର୍ଲିଙ୍ଗ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଅଟେ, ପୂରାଣର ଆନୁଯାୟୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କୁ ସ୍ୱୟଂ ଚନ୍ଦ୍ରଦେବ ନିର୍ମାଣ କରିଥିଲେ ଏବଂ ଅଭିଶାପରୁ ମୁକ୍ତି ପାଇଥିଲେ।

ମଲ୍ଲୀକାର୍ଜୁନ ଜ୍ୟୋତିର୍ଲିଙ୍ଗ :

ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ ମାଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଦକ୍ଷିଣ ଭାରତର କୈଳାଶ ମଧ୍ୟ କୁହାଯାଇଥାଏ। ଏଠାରେ ସ୍ଵୟଂ ଶିବ-ଶକ୍ତି ଉଭୟ ବିରାଜମାନ।

ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ :

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ସିପ୍ରା ନଦୀ କୂଳରେ ଏହା ଅବସ୍ଥିତ। ଏଠାରେ କୁମ୍ଭ ମେଳା ହୋଇଥାଏ। ଏହା ଏକ ମାତ୍ର ଦକ୍ଷିଣା ମୁଖି ଜ୍ୟୋତିର୍ଲିଙ୍ଗ ଅଟେ।

ଓଙ୍କlରେଶ୍ୱର ଜ୍ୟୋତିର୍ଲିଙ୍ଗ :

ମଧ୍ୟପ୍ରଦେଶର ଇନ୍ଦୋରରୁ କିଛି ଦୂରରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗଙ୍କୁ ଓଁ ଆକାରରେ ନିର୍ମାଣ କରାଯାଇଛି, ଏହାକୁ ଶିକ୍ଷାର୍ଥୀ ମାନେ ଦର୍ଶନ କରିବା ଆବଶ୍ୟକ।

କେଦାରନାଥ ଜ୍ୟୋତିର୍ଲିଙ୍ଗ :

ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିରର ଦ୍ୱାର ଅପ୍ରେଲ ମାସରେ ଖୋଲାଯାଇ, ପୁନର୍ବାର ନଭେମ୍ବର ମାସରେ ବନ୍ଦ ହୋଇଯାଇ ଥାଏ। ମାନ୍ୟତା ରହିଛି ଯେ ଏଠାରେ ମହାଦେବ ପାଣ୍ଡବମାନଙ୍କୁ ଦର୍ଶନ ଦେଇଥିଲେ।

ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ :

ମହାରାଷ୍ଟ୍ରର ପୁନେ ସ୍ଥିତ ଏହି ଶିବ ଲିଙ୍ଗର ସମ୍ପର୍କ ରାମାୟଣ ଯୁଗ ସହିତ ରହିଛି। କୁମ୍ଭକର୍ଣ୍ଣର ଭୀମ ନାମରେ ଗୋଟିଏ ପୁତ୍ର ଥିଲା। ସେ ତପସ୍ୟା କରି ଶିବଙ୍କୁ ପ୍ରସନ୍ନ କରିବା ଦ୍ଵାରା ଏହି ଜ୍ୟୋତିର୍ଲିଙ୍ଗ ର ଉତ୍ପତ୍ତି ହୋଇଥିଲା।

କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ :

ଉତ୍ତରପ୍ରଦେଶର ବାରଣାସୀରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗର ଅନେକ ମହତ୍ୱ ରହିଛି। ମାନ୍ୟତା ରହିଛି ଯେ ଏଠାରେ ଯାହାର ମୃତ୍ୟୁ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି କରିଥାଏ।

ତ୍ରୟମ୍ବାଙ୍କେଶ୍ଵର ଜ୍ୟୋତିର୍ଲିଙ୍ଗ :

ମହାରାଷ୍ଟ୍ର ନାସିକଠାରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବିରାଜମାନ। ଗୌତମ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ଏଠାରେ ଆବିର୍ଭୁତ ହୋଇଥିଲେ। ଏଠାରେ ଦର୍ଶନ କରିବା ସମୟରେ ମନରେ କୌଣସି ଖରାପ ଚିନ୍ତାଧାରା ରଖିବା ଉଚିତ ନୁହେଁ।

ଘୃସନେଶ୍ୱର ଜ୍ୟୋତିର୍ଲିଙ୍ଗ :

ପୁରାଣର ବର୍ଣ୍ଣନା ଅନୁସାରେ ଏହି ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିବା ଦ୍ୱାରା ଜୀବନରୁ ସମସ୍ତ ଦୁଃଖର ବିନାଶ ହୋଇଥାଏ।

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ :

ଝାଡ଼ଖଣ୍ଡ ଦେବାଘରରେ ଏହି ଜ୍ୟୋତିର୍ଲିଙ୍ଗ ଅବସ୍ଥିତ। ଏଠାରେ ରାବଣ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜର ୯ ଟି ମସ୍ତକ ଛେଦନ କରିଥିଲେଏବଂ ମହାଦେବଙ୍କୁ ଅର୍ପଣ କରିଥିଲେ।

ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ :

ଶିବ ପୁରାଣ ଅନୁସାରେ ରାମେଶ୍ୱରଂ ଜ୍ୟୋତିର୍ଲିଙ୍ଗକୁ ସ୍ୱୟଂ ପ୍ରଭୁ ଶ୍ରୀରାମ ନିର୍ମାଣ କରିଥିଲେ। ପ୍ରଭୁ ରାମଚନ୍ଦ୍ର କରି ଥିବାରୁ ଏହାର ନାମ ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ ଅଟେ।

ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ :

ଏହି ଜ୍ୟୋତିର୍ଲିଙ୍ଗଟି ଗୁଜୁରାଟର ଦ୍ୱାରିକାରେ ଅବସ୍ଥିତ ଅଟେ। ଶିବ ପୁରାଣ ଅନୁସାରେ ମହାଦେବଙ୍କର ଗୋଟିଏ ନାମ ହେଉଛି ନାଗେଶ୍ୱର ଯାହାର ଅର୍ଥ ନାଗମାନଙ୍କର ଈଶ୍ୱର।