୪୫ ବର୍ଷ ହେଲା ପୂଜା ପାଉଥିଲେ, ଏବେ ପୂଜା ମଣ୍ଡପରେ ଲାଗିଲା ୧୪୪ଧାରା, କାନ୍ଦୁଛନ୍ତି ଗାଁ ଲୋକେ, ଜାଣନ୍ତୁ ପୁରା ଘଟଣା

ଗଜାନନ ଗଣେଶ ପୂଜା ସବୁଆଡେ ଉତ୍ସବମୁଖର ହୋଇ ଉଠିଛି। କିନ୍ତୁ ଗୋଟେ ଗାଁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା। ଗାଁ ଲୋକେ ଖୁସିରେ ସାଜସଜ୍ଜା କରୁଥିଲେ ରାତି ପାହିଲେ ଗଜାନନଙ୍କ ପୂଜା କରିଥାନ୍ତେ। 

ସମସ୍ତେ ସକାଳକୁ ଅପେକ୍ଷା କରିଥିଲେ ଗଣେଶ ପୂଜା ଧୁମାଧାମରେ ପାଳନ କରିଥାନ୍ତେ। କିନ୍ତୁ ହଠାତ ରାତି ଅଧରେ ପୋଲିସ କର୍ମଚାରୀ ମାନେ ଗଣେଶ ମୂର୍ତ୍ତି ପାଖରେ ଘୂରି ବୁଲୁଛନ୍ତି। 

ଯାହା ଆପଣ ମାନେ ଏହି ଭିଡିଓଟିରେ ଦେଖି ପାରୁଥିବେ। ଆଉ ସକାଳୁ ସକାଳୁ ଗଜାନନ ଗଣେଶ ପୂଜା କରି ପାରୁନାହାନ୍ତି ଗାଁ ଲୋକ ମାନେ। ସବୁଠାରୁ ବଡ଼କଥା ହେଉଛି ପୂଜା କରିବା ବଦଳରେ ପୂଜା ମଣ୍ଡପରେ ଲାଗିଲା ୧୪୪ ଧାରା। 

ସେ ପୁଣି ଗତକାଲି ୨୩ ତାରିଖ ପର୍ଯ୍ୟନ୍ତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଆଳୀସାହି ଭିଆରପି କଲନିରେ। ଏହି କଲନିରେ ଗଣେଶ ପୂଜା ମଣ୍ଡପରେ ଲାଗିଛି ୧୪୪ ଧାରା ଜାରି। ତେବେ ପୂଜା ମଣ୍ଡପ ନିକଟରେ ଆସି ପହଞ୍ଚିଛନ୍ତି ପୋଲିସ। 

ଦୀର୍ଘଦିନ ହେବ ଅସ୍ତରଙ୍ଗ ତହସିଲ ଅଠତିରା ଗ୍ରାମ୍ୟ କମିଟି ଓ ଆଳୀସାହି ଭିଆରପି କଲନି ମଧ୍ୟରେ ଜମିଜିମା ସମସ୍ୟାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ୧୪୪ ଧାରା ଜାରି କରାଯାଇଛି। ଗଣେଶ ପୂଜାରୁ ବଞ୍ଚିତ ହେଇଛନ୍ତି ଏହି ଗାଁ ଲୋକେ। 

ତେବେ ଗତକାଲି ମଧ୍ୟରାତ୍ରୀରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲଦାର୍ ଆଳୀସାହି ଭିଆରପି କଲନିରେ ୧୪୪ ଧାରା ଜାରି କରାଯାଇଥିଲା ସୂଚନା ମିଳିଛି। ଦୀର୍ଘ ୪୫ ବର୍ଷ ହେଲା ପୂଜାଅର୍ଚ୍ଚନା କରି ଆସୁଥିଲେ କିନ୍ତୁ ଏବେ ପୂଜା ମଣ୍ଡପରେ ୧୪୪ ଧାରା ଲାଗୁ କରିଛନ୍ତି ତହସିଲଦାର। ଯାହାଫଳରେ ଚଳିତବର୍ଷ ଗଜାନନଙ୍କ ପୂଜା କରି ପାରୁନାହାନ୍ତି ସ୍ଥାନୀୟ ଲୋକେ।