ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାରୁ ସମସ୍ତଙ୍କୁ ଏଚ.ଆଇ.ଭି ହୋଇଛି। ସେପଟ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ନାବାଳିକଙ୍କ ସହ ଏହୁରି ଅନେକ ଲୋକ ସଂସ୍ପର୍ଶରେ ଥିଲେ । ନାବାଳିକା ସହ ସମ୍ପର୍କରେ ଆସିଥିବା ଅନ୍ୟ ଲୋକମାନେ ମଧ୍ୟ ଏଚ୍.ଆଇ.ଭି ସଂକ୍ରମିତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି ।
ସୂଚନା ଅନୁସାରେ, ଉତ୍ତରାଖଣ୍ଡର ନୈନତାଲ ଜିଲ୍ଲା ରାମନଗର ଅଞ୍ଚଳରେ ଗତ ୪ ବର୍ଷ ମଧ୍ୟରେ ୭୫ଟି ଏଚ.ଆଇ.ଭି ପଜିଟିଭ ମାମଲା ଚିହ୍ନଟ ହୋଇଛି, କିନ୍ତୁ ଚଳିତ ବର୍ଷ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ମାସ ମଧ୍ୟରେ ୧୯ଟି ଏଚ୍.ଆଇ.ଭି ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକାଂଶ ଏଚ.ଆଇ.ଭି ପଜିଟିଭ୍ ଯୁବକ ଅଛନ୍ତି ।
ସୂଚନଯୋଗ୍ୟ ଯେ, ଏଚ୍.ଆଇ.ଭି ପଜିଟିଭ୍ ଯୁବକମାନେ ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଏଡ୍ସ ସଂକ୍ରମିତ ହୋଇଛନ୍ତି। ନାବାଳିକା ଜଣଙ୍କ ନିଶା ସେବନ କରିବାରେ ଅଭ୍ୟସ୍ତ ଥିଲେ । ଯୁବକମାନେ ନାବାଳିକା ଜଣଙ୍କୁ ନିଶା ଦେବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବକମାନେ ନାବାଳିକ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।
ପରେ ଏନେଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନେ ଏଚ.ଆଇ.ଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ତେବେ ସଂକ୍ରମିତ ହୋଇଥିବା ଯୁବକମାନଙ୍କୁ କାଉନସେଲିଂବେଳେ ଜଣାପଡ଼ିଥିଲା ଯେ, ଅଧିକାଂଶ ଯୁବକ ସମାନ ନାବାଳିକା ସହ ସମ୍ପର୍କ ରଖିଥିଲେ । ଯାହା ଫଳରେ ସେମାନେ ଏଚ୍.ଆଇ.ଭି ସଂକ୍ରମିତ ହୋଇଛନ୍ତି ।ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୨୪ଟି ନୂଆ ମାମଲା ଆସିଥିବାବେଳେ ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୧୯ ଜଣ ଲୋକ ଏଚ.ଆଇ.ଭି ସଂକ୍ରମିତ ହୋଇଥିବା ଜଣାପଡିଛି ।