ପୁଣି ଏକ ଅଭାବନୀୟ ଘଟଣାଟିଏ ଆସିଛି ଆଖି ଆଗକୁ । କୁହାଯାଏ ସ୍ବାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମକୁ । ହେଲେ ଆଜିର ଦିନରେ କିଛି ଦମ୍ପତି ସାତ ଦିନରେ ବି ଭାଙ୍ଗି ଦେଉଛନ୍ତି ସମ୍ପର୍କ । ବିବାହ ଏକ ସାମାଜିକ ସଂଗଠନ । ଯେଉଁଥିରେ କେବଳ ଦୁଇ ମନର ନୁହେଁ ଦୁଇ ପରିବାରର ମଧ୍ଯ ମିଳନ ଘଟିଥାଏ । କାହିଁ କେତେ ଆଡୁ ଅଜଣା ସମ୍ପର୍କ ଗୁଡା ଆସି ଯୋଡ଼ି ହୋଇଯାଏ । ହେଲେ ଆଜି କାଲି ଆଉ ଦେଖିବାକୁ ମିଳୁନି ସେହି ପ୍ରକାରର ଭାବ ।
ଆଜ୍ଞା ହଁ ଏହି ସବୁ କଥା ଆମେ କହୁନାହୁଁ । ଏ କଥା କହୁଛି ଆମ ଆଖପାଖରେ ଘଟୁଥିବା ଘଟଣା । ଆସନ୍ତୁ ଜାଣିବା ଏଭଳି ଏକ ଘଟଣା ଯେଉଁଥିରେ ପରକୀୟା ପ୍ରୀତିରେ ପଡ଼ି ନିଜର ପାଞ୍ଚ ବର୍ଷର ଶିଶୁକୁ ଛାଡ଼ି ଅନ୍ୟ ଜଣେ ଯୁବକଙ୍କ ସହିତ ଘର ଛାଡି ଯିବାକୁ ପଛେଇ ନାହାନ୍ତି ମହିଳା ଜଣଙ୍କ ।
ସୂଚନା ଅନୁଯାୟୀ ମହିଳା ଜଣଙ୍କ ଗତ ୧୪ ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ । କେବଳ ସେତିକି ନୁହେଁ ତାଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ ସେ ସୁନା ଚୁଡ଼ି, କାନଫୁଲ ଓ ନଗଦ 25 ହଜାର ଟଙ୍କା ଚୋରି କରି ନେଇ ଆସିଥିଲେ । ମାତ୍ର ସ୍ବାମୀଙ୍କ ମନରେ ଥାଏ ଅନେକ ସନ୍ଦେହ । ଦିନେ ସ୍ବାମୀ ଅଶୋକ ନଗରର ଏକ ଲଜରେ ସ୍ତ୍ରୀ ରହୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ । ଖାଲି ପହଞ୍ଚି ନଥିଲେ ବରଂ ନିଜ ସହିତ ଠୋସ ପ୍ରମାଣ ପାଇଁ କ୍ୟାମେରା ନେଇଯାଇଥିଲେ । ବର୍ତ୍ତମାନ ସବୁ କିଛି ପ୍ରମାଣ କ୍ୟାମେରାରେ କଏଦ ।
ଦେଖନ୍ତୁ ଭିଡିଓ :-
ପ୍ରମାଣକୁ ନେଇ ସ୍ବାମୀ ବଳରାମ ଜେନା କ୍ୟାପିଟାଲ ଥାନାରେ ସ୍ତ୍ରୀଙ୍କ ନାମ ରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ ସ୍ତ୍ରୀ କରିଥିବା ଚୋରିର ଅଭିଯୋଗକୁ ମଧ୍ୟ ସଂପୃକ୍ତ କରାଇଛନ୍ତି । ସୂଚନାରୁ ଜଣା ପଡ଼ିଛି ମହିଳା ଜଣଙ୍କର ଏକ ୫ ବର୍ଷର ଶିଶୁ ମଧ୍ୟ ରହିଛି । ଏବେ କେବଳ ପ୍ରଶ୍ନ ସ୍ବାମୀ ସ୍ତ୍ରୀ ର ସମ୍ପର୍କକୁ ନେଇ ନୁହେଁ । ମା ଓ ଶିଶୁ ସମ୍ପର୍କରେ ମଧ୍ୟ ପ୍ରଶ୍ନବାଚୀ ଚିହ୍ନ ଦେଖାଦେଇଛି । ପରକୀୟା ପ୍ରୀତି ଆଗରେ ଫିକା ପଡ଼ିଯାଇଛି ମାର ମମତା କହିଲେ ଅତ୍ୟୁକ୍ତି ହେବା ନାହିଁ l