ଅନୁଭବ କଲେ ବଡ ଖୁଲାସା । କୋର୍ଟର ଶୁଣାଣି ପରେ ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର କଥା । ଦୀର୍ଘ ଦିନର ସଂଘର୍ଷ ପରେ ଅନୁଭବ ଆଉ ଚୁପ୍ ରହୁନାହାନ୍ତି । ତାଙ୍କର ଦାମ୍ପତ୍ୟ ଜୀବନ ଠାରୁ ଆରମ୍ଭ କରି ବେଡରୁମ୍ ପର୍ଯ୍ୟନ୍ତ ସବୁ ତଥ୍ୟର ଗୋଟି ଗୋଟି କରି କରୁଛନ୍ତି ଖୁଲାସା । ଫ୍ୟାମିଲି କୋର୍ଟର ଶୁଣାଣିରେ ବର୍ଷା ବେଶ୍ ଖୁସି ଥିବାର ଦେଖିବାକୁ ମିଳିଥିବା ବେଳେ ଅନୁଭବଙ୍କୁ କିନ୍ତୁ ଲାଗିଛି ଏକ ଶକ୍ତ ଝଟକା ।
ଏ ସବୁ ପଛରେ ବର୍ଷାଙ୍କୁ କିନ୍ତୁ ଦାୟୀ କରିଛନ୍ତି । ଏଥି ମଧ୍ୟରେ ଅନୁଭବ ଏକ ହ୍ୱାଟସପ ଚାର୍ଟ ସେୟାର କରିଛନ୍ତି ନିଜର ଟୁଇଟର ଆକାଉଣ୍ଟରେ । ଏହି ହ୍ୱାଟସପ ଚାର୍ଟଟି ଅନୁଭବ ଓ ବର୍ଷାଙ୍କ ବଡ ଭଉଣୀ ମଧ୍ୟରେ ହୋଇଥିଲା । ଯେଉଁଥିରେ ଅନୁଭବ ବର୍ଷାଙ୍କ ବଡ଼ ଭଉଣୀଙ୍କୁ ତାଙ୍କର ପାରିବାରିକ ଜୀବନରେ ଚାଲିଥିବା ଅସୁବିଧା ବିଷୟରେ ଜଣାଇଥିଲେ । ବର୍ଷାଙ୍କ ବଡ଼ ଭଉଣୀ ମଧ୍ୟ ନିଜର ଲେଖା ମାଧ୍ୟମରେ ଅନୁଭବଙ୍କୁ ସାନ୍ତ୍ଵନା ଜଣାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ।
ଏହି ଲେଖା ଅନୁସାରେ ଅନୁଭବ ମହାନ୍ତି ବର୍ଷାଙ୍କ ବଡ ଭଉଣୀଙ୍କୁ କହୁଛନ୍ତି ଯେ ଆମ ବିବାହକୁ ପାଞ୍ଚ ବର୍ଷ ପୁରି ଯାଇଥିଲେ ମଧ୍ୟ ଆମ ଭିତରେ କୌଣସି ଶାରିରୀକ ସମ୍ପର୍କ ନାହିଁ । ବର୍ଷା କେବେ ବି ଶାରିରୀକ ସମ୍ପର୍କ ପାଇଁ ମୋତେ ଅନୁମତି ଦେଇ ନାହାନ୍ତି । ଆମେ ଦୁହେଁ ଅଗ୍ନୀକୁ ସାକ୍ଷୀ ରଖି ସ୍ଵାମୀ ସ୍ତ୍ରୀର ସଂପର୍କରେ ବାନ୍ଧି ହୋଇଥିଲେ ମଧ୍ୟ ଆମ ସଂପର୍କ ଲୋକ ଦେଖାଣିଆ ହୋଇ ରହିଯାଇଛି ।
ଆହୁରି ପଢନ୍ତୁ :- ବିବାହ ସାରି ଦେବ ଦର୍ଶନ କରିବା ହେଲା କାଳ, କୂଅ ଭିତରେ ଅଟୋ ପଡି ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ
ମୋତେ ବିଶ୍ୱାସ କର ଦିଦି ବର୍ଷାଙ୍କୁ ଛାଡି ଦେଲେ ଆଉ କୌଣସି ଅଭିନେତ୍ରୀଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ହେଲେ ବର୍ଷା ମୋତେ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ବର୍ଷାଙ୍କ ବଡ଼ ଭଉଣୀ ମଧ୍ୟ ପ୍ରତି ଉତ୍ତରରେ ଲେଖିଛନ୍ତି, ‘ମୁଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମ ମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେଉ । ପ୍ରତି ଦିନ ରାତିରେ ତୁମେ ଦୁଇ ଜଣ କାହିଁକି ଝଗଡ଼ା କରୁଛ । ନିଜ ମଧ୍ୟରେ ବୁଝାମଣା ଠିକ୍ ରଖି ଜୀବନକୁ ଉପଭୋଗ କର ଓ ହସି ଖୁସି ଜୀବନ ବିତାଅ ।’