କିନ୍ନର ସ୍ୱିଟି ଙ୍କୁ ପ୍ରଥମ ରାତିରେ ବାର୍ ରେ ମିଳିଥିଲା ୫୦ ହଜ଼ାର ଟଙ୍କା, ଆଉ ତାପରେ ତାଙ୍କ ଜୀବନ…

ଏହି ନିଷ୍ଠୁର ଦୁନିଆରେ ବଞ୍ଚିବାକୁ ମଣିଷ ଅନେକ ପ୍ରକାରର ସଂଘର୍ଷ କରିଥାଏ। ଖାସ୍ କରି ଜଣେ କିନ୍ନରଙ୍କ ପାଇଁ ଏହି ସମାଜରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ଅଟେ। ଏପରି ହିଁ ଏକ କାହାଣୀ କିନ୍ନର ସ୍ୱିଟି ସାହୁଙ୍କର ଅଟେ। ଏହି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସ୍ୱିଟି ଏକ ସାକ୍ଷାତକାର ମାଧ୍ୟମରେ ନିଜ ଜୀବନ ଏବଂ ସଂଘର୍ଷ ବିଷୟରେ ସୂଚନା ଦେଇଛନ୍ତି।

ସ୍ୱିଟିଙ୍କ କହିବା ଅନୁଯାଇ ସେ ମାତ୍ର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ହିଁ ନିଜ ଶରୀରରେ କିଛି ପରିବର୍ତ୍ତନ ଅନୁଭବ କରି କରିପାରିଥିଲେ। ତାଙ୍କୁ ଛୋଟ ବୟସରୁ ହିଁ ଝିଅପିଲାଙ୍କ ପରି ସଜ ହେବା ପସନ୍ଦ ରହିଥିଲା। ତାଙ୍କ ବାପା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ଘରେ ଭାଇ ଭଉଣୀ ମଧ୍ୟ ରହିଥିଲେ।

ତେବେ, ତାଙ୍କର ଚାଲିଚଳନ ଏବଂ ବେଶଭୂଷା ଦେଖି ସଂଜତ ହୋଇ ରହିବାକୁ ପରିବାର ଲୋକେ ତାଙ୍କୁ କହୁଥିଲେ। ଏହାରି ଭିତରେ ନିଜ ମନ ବିଷୟରେ କାହାକୁ ମଧ୍ୟ ଖୋଲାଖୋଲି କହିପାରୁନଥିଲେ ସ୍ୱିଟି। ତେବେ ତାଙ୍କର ବାପା ସ୍ୱିଟିଙ୍କୁ ମହାରାଷ୍ଟ୍ର ପଢିବା ପାଇଁ ପଠାଇଥିଲେ। ସ୍ୱିଟିଙ୍କ କହିବା ଅନୁଯାଇ ସେଠାରେ ତାଙ୍କର ସବୁଠାରୁ ଅଧିକ ଅସୁବିଧା ହୋଇଥିଲା।

ଦେଖନ୍ତୁ ଭିଡିଓ :-

ସେଠାରେ ଅନ୍ୟ ପିଲାମାନେ ତାଙ୍କର ମଜା ନେବା ସହିତ ବିଭିନ୍ନ ପ୍ରକାର ଶୋଷଣ କରାଯାଇଥିଲା। ଯେଉଁଥିରେ ହତାଶ ହୋଇ ସ୍ୱିଟି ମହାରାଷ୍ଟ୍ର ଛାଡ଼ି ଘରକୁ ଚାଲି ଆସିଥିଲେ। ଟ୍ରେନରେ ଆସିବା ସମୟରେ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ ମେକଅପ ଆର୍ଟିଷ୍ଟ ଥିବା ଜଣେ କିନ୍ନରଙ୍କ ସହିତ ଦେଖା ହୋଇଥିଲା। ପ୍ରଥମଥର ପାଇଁ ତାଙ୍କ ସହିତ ନିଜ ମନ ଖୋଲି କଥା ହୋଇଥିବା ସ୍ୱିଟି କୁହନ୍ତି।

ତେବେ, ସ୍ୱିଟି ନିଜ ବିଷୟରେ ପରିବାରକୁ କହିବା ପରେ ତାଙ୍କୁ ଘରୁ ବାହାର କରିଦିଆ ଯାଇଥିଲା। ପରେ ସ୍ୱିଟି ଏକ ବାରରେ ଡ୍ୟାନ୍ସର ଭାବରେ ଯୋଗ ଦେଇଥିଲେ। ପ୍ରଥମ ରାତିରେ ହିଁ ସେ ୫୦-୬୦ ହଜ଼ାର ଟଙ୍କା ରୋଜଗାର କରିଥିବା କହିଛନ୍ତି। ପ୍ରଥମେ ପ୍ରଥମେ ତ ସେଠାରେ ମଧ୍ୟ ତାଙ୍କୁ ସମସ୍ତେ ଝିଅ ବୋଲି ଭାବିଥିଲେ। ସ୍ୱିଟି ଆଗକୁ ଯାଇ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟତିତ୍ୱ ଭାବରେ ଗଢ଼ି ତୋଳିବା ସହିତ କିନ୍ନର ସମାଜ ପାଇଁ ବହୁତ କିଛି ଉପଲବ୍ଧି ଆଣିଛନ୍ତି।