ବିଧାୟକଙ୍କ ବିବାଦୀୟ ବୟାନ, କହିଲେ- ମା ସରସ୍ବତୀ ଜଣେ ଚରିତ୍ରହୀନା ତାଙ୍କୁ ପୂଜା କରନି, ସେ ହେଉଛନ୍ତି…

ମାଆ ସରସ୍ୱତୀଙ୍କୁ ଚରିତ୍ର ହୀନାର ଆକ୍ଷା ଦେଲେ ଏହି ରାଜନେତା । କେବଳ ସରସ୍ଵତୀ ନୁହଁନ୍ତି ଏହି ନେତା ପୂର୍ବରୁ ପ୍ରଭୁ ଶ୍ରୀରାମ ଓ ମାଆ ଦୁର୍ଗାଙ୍କୁ ନେଇ ମଧ୍ୟ ଉଠାଇଥିଲେ ପ୍ରଶ୍ନ । କହିଥିଲେ ଏମାନେ ସବୁ କାଳ୍ପନିକ । କୌଣସି ସତ୍ୟତା ନାହିଁ । ଅନ୍ୟ ଜାତି ମାନଙ୍କୁ ଶୋଷଣ କରିବା ପାଇଁ ବ୍ରାହ୍ମଣମାନଙ୍କ ଦ୍ୱାରା ତିଆରି କରା ଯାଇଥିବା ଏ ସବୁ ଗୋଟିଏ ଗୋଟିଏ କାହାଣୀ ।

ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ଫତେହ ବାହାଦୁର କୁସ୍ୱାହାଙ୍କ ବୟାନ, “ସ୍କୁଲ ଓ କଲେଜ୍ ରେ ସରସ୍ୱତୀଙ୍କ ପୂଜା କରାଯିବା ଉଚିତ୍ ନୁହେଁ । ଏପରି କି ସରସ୍ୱତୀଙ୍କୁ କେହି ବି ଆରାଧନା କରିବା ଠିକ୍ ନୁହେଁ । କାରଣ ସେ ଜଣେ ଚରିତ୍ର ହୀନା । ଯେ କି ନିଜ ପିତା ବ୍ରହ୍ମାଙ୍କୁ ବିବାହ କରିଥିଲେ ।”

ଏହି ନେତା ଜଣକ ୭ ଜାନୁୟାରୀରେ ସାବିତ୍ରୀବାଇ ଫୁଲେ ଙ୍କ ଜନ୍ମ ଜୟନ୍ତୀ ପାଳିବା ଅବସରରେ ନିମନ୍ତ୍ରଣ ଦେବାକୁ ଯାଇଥିବା ସମୟରେ ସେ ଏପରି ବୟାନ ଦେଇଛନ୍ତି ମିଡ଼ିଆ ଆଗରେ । ସେ କହିଛନ୍ତି ସରସ୍ୱତୀଙ୍କ ପୂଜା କରିବା ବଦଳରେ ସାବିତ୍ରୀବାଈଙ୍କ ପୂଜା କରିବା ଉଚିତ୍ । ଏପରିକି ସେ ସାବିତ୍ରୀବାଈଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ମଧ୍ୟ କରିଛନ୍ତି ।

ଆହୁରି ପଢନ୍ତୁ :- ଦୁଷ୍କର୍ମର ଶିକାର ହୋଇ ମରିବାକୁ ଚାହୁଁଛନ୍ତି! ଏଠି ମହିଳା ଜଜଙ୍କୁ ମିଳୁନି ନ୍ୟାୟ, ସାଧାରଣ ଲୋକଙ୍କୁ କିଏ ପଚାରେ? ଜାଣନ୍ତୁ ପୁରା ଘଟଣା

ସେ କହିଛନ୍ତି ହିନ୍ଦୁ ଗ୍ରନ୍ଥ ଅନୁସାରେ ସରସ୍ଵତୀ ହେଉଛନ୍ତି ବ୍ରହ୍ମାଙ୍କ ଝିଅ ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମା ନିଜ ଝିଅଙ୍କୁ ହିଁ ବିବାହ କରିଛନ୍ତି । ଯାହାକି ଏକ ନିନ୍ଦନୀୟ ଘଟଣା । ତେଣୁ କରି ସରସ୍ୱତୀଙ୍କ ଭଳି ଏପରି ଏକ ଚରିତ୍ରହିନା ଙ୍କୁ ପୂଜା ନ କରି ସାବିତ୍ରୀବାଇଙ୍କୁ ପୂଜା କରିବା ଉଚିତ୍ ।