ଦେଖନ୍ତୁ ଭିଡିଓ: ‘ଅନୁଭବଙ୍କ ବାପାଙ୍କ ଏକାଦଶାହକୁ ଆସିଥିଲି… ସେ ଆଶୀର୍ବାଦ କରନ୍ତୁ ତାଙ୍କ ପୁଅ ସହ ମୋ ବାହାଘର ହେଇଯାଉ’

ଗତ କିଛିଦିନ ତଳେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ରହିଥିବା ବେଳେ ଏବେ ତାଙ୍କର ଦେହାନ୍ତ ଅନୁଭବ ଏବଂ ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳାଇ ଦେଇଛି । ତେବେ, ତାଙ୍କର ଏକଦଶାହରେ ଓଲିଉଡ଼ ଜଗତର ଅନେକ ଅଭିନେତା ଅଭିନେତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।

ଏହାରି ମଧ୍ୟରେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଅନୁଭବଙ୍କର ଏହି ଦୁଃଖ ମୁହୂର୍ତ୍ତରେ ସାଥ ଦେବାପାଇଁ ସେଠାରେ ଉପସ୍ଥିତ ରହିଥିଲେ । ତେବେ, ଗଣମାଧ୍ୟମ ଆଗରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ବଢିଛି । ରାନୀ ଅନୁଭବ ବାପାଙ୍କ ଫୋଟୋରେ ଫୁଲ ଚଢାଇବା ସହିତ ତାଙ୍କ ପୁଅ ସହିତ ନିଜର କିପରି ଶୀଘ୍ର ବିବାହ ହୋଇଯାଉ ସେଥିନେଇ ଆଶୀର୍ବାଦ ମାଗିଥିବା କହିଛନ୍ତି ।

ପୂର୍ବରୁ ମଧ୍ୟ ରାନୀ ଅନୁଭବଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି ଅନେକ ଥର କହି ସାରିଛନ୍ତି । ଏଥର ମଧ୍ୟ ସେ ଏହା ଖୋଲାଖୋଲି ଭାବରେ କହିବା ସହିତ ପ୍ରଥମ ଥର ଅନୁଭବଙ୍କୁ ସାମ୍ନାରେ ଦେଖି ବହୁତ ଖୁସି ବୋଲି ଜଣାଇଛନ୍ତି । ଗୋଟିଏ ପଟେ ଏହା ଅନୁଭବଙ୍କ ପରିବାର ପାଇଁ ଏକ ଦୁଃଖର ମୁହୂର୍ତ୍ତ ହୋଇଥିବା ବେଳେ ଅନୁଭବଙ୍କୁ ପାଖରେ ପାଇ ସେ ବହୁତ ଖୁସି ଥିବା କହିଛନ୍ତି ରାନୀ ।

ଦେଖନ୍ତୁ ଭିଡିଓ :-

ଅନ୍ୟପକ୍ଷରେ ସେ ଅନୁଭବଙ୍କ ବାନ୍ଧବି ଜାଗ୍ରତି ମିଶ୍ରଙ୍କୁ ଦେଖା ହେଲେ କି? ବୋଲି ପ୍ରଶ୍ନର କୌତୁହଳପୂର୍ଣ୍ଣ ଜବାବ ଦେଇଥିଲେ ରାନୀ । ସେ ଭଉଣୀ ହୁଅନ୍ତୁ ଅଥବା ଆଉ କିଛି ଜାଗ୍ରତୀଙ୍କ ସହିତ ସେ ଫୋଟୋ ଉଠାଇଛନ୍ତି ବୋଲି କହିଛନ୍ତି ରାନୀ । ଏଥିସହିତ ଭାବି ସ୍ୱାମୀଙ୍କୁ ପାଖରେ ପାଇ ବେସ୍ ଖୁସି ଥିବା ରାନୀ ପ୍ରକାଶ କରିଛନ୍ତି । ତେବେ, ରାନୀଙ୍କର ଏଭଳି ମତ ଉପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।