କେଉଁଠି ଗୋଡ଼ ତଳେ ଖାଦ୍ୟ ଜିନିଷ ପଡ଼ିଛି ତ କିଏ ଖାଦ୍ୟରେ ଛେପ ପକାଉଛି ତ ପୁଣି କିଏ ଗୁପଚୁପ ପାଣିରେ ମୂତ୍ର ବିସର୍ଜନ କରୁଛି । ଏଥିପାଇଁ ଆଜିର ଏହି ଭିଡିଓକୁ ଦେଖି ସାରିବା ପରେ ଆପଣ ବାହାରର ଖାଦ୍ୟ ଖାଇବା ତ ଦୂରର କଥା ତା ବିଷୟରେ ସ୍ବପ୍ନରେ ମଧ୍ୟ ଭାବି ପାରିବେ ନାହିଁ । କାରଣ ଭିଡିଓର ଶେଷ ଘଟଣା ଆସୁଆସୁ ଆପଣଙ୍କ ହୋଶ ଉଡିଯିବ ।
ଗୁପଚୁପ ଲଭର୍ସ ବିଶେଷ କରି ଝିଅମାନେ ଗୁପଚୁପ ଦେଖିଲେ ନଖାଇ ରହି ପାରନ୍ତି ନାହିଁ । କିନ୍ତୁ ଯଦି ଆପଣ ଏହି ଭିଡିଓକୁ ଦେଖୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଯେଉଁ ପାଣି ଚକରରେ ଗୁପଚୁପ ଖାଉଛନ୍ତି ତାହା କୈାଣସି ଲୋକର ମୂତ୍ର ମଧ୍ୟ ହୋଇପାରେ । ଏବେ ଆପଣ ଭାବୁଥିବେ ଯେ ଭାଇ ଭିଡିଓ ବନେଇବା ପାଇଁ ଏସବୁ ମିଛ କହି ଯାଉଛନ୍ତି । ବାସ୍ତବରେ ଏହି ଭିଡିଓ ଆସାମର ଗୌହାଟିରୁ ରେକର୍ଡ କରା ଯାଇଥିଲା ।
ଯେଉଁଠାରେ ଜଣେ ଗୁପଚୁପ ବାଲା ନିଜ ଖଟାମିଠା ପାଣିରେ ଅନ୍ୟ କିଛି ନୁହେଁ ବରଂ ନିଜ ମୂତ୍ର ମିଶାଇବା ଆରମ୍ଭ କରି ଦେଇଥିଲେ । କୁହାଯାଉଛି ଯେ ଲୁଣ ସରି ଯାଇଥିବାରୁ ସେ ଏମିତି କାର୍ଯ୍ୟ କରିଥିଲେ । କିନ୍ତୁ ସେହିଲୋକ ଠାରୁ ସେଦିନ ଯିଏ ଗୁପଚୁପ ଖାଇଥିବେ ସେମାନଙ୍କ କଥା ଭାବିବା ବେଳକୁ ଆମ ମୁଣ୍ଡ କାମ କରିବା ବନ୍ଦ ହୋଇଯାଏ ।
ଦେଖନ୍ତୁ ଭିଡିଓ :-
https://youtu.be/ZudPZz4dKn4?si=arRSue9_77mxpxaR
ବ୍ରେଡରୁ ତିଆରି କରା ଯାଇଥିବା ଶୁଖିଲା ଟୋଷ୍ଟ ତ ଆପଣମାନେ ନିଶ୍ଚିତ ଖାଇଥିବେ ଏବଂ ଏବେବି କେହି ଚାହାରେ ବୁଡ଼େଇ ଏହାର ମଜା ନେଉଥିବେ । ଏମିତି ଲୋକ ଏହି ଭିଡିଓକୁ ଟିକେ ଆଖି ଖୋଲି ଦେଖି ନିଅନ୍ତୁ। କେଉଁଠାରେ ଟୋଷ୍ଟକୁ ପାଦ ତଳେ ରଖା ଯାଇଛି ତ କିଏ ଛେପ ଲଗାଇ ଅଇଁଠା କରି ଟୋଷ୍ଟକୁ ପ୍ୟାକେଟ କରୁଛି । ପରେ ଏହି ପ୍ୟାକେଟ ଟୋଷ୍ଟକୁ ଆମେ ମଧ୍ୟ ଖାଇଥାଉ । ଥରେ ଭାବନ୍ତୁ ଯେ ଯେଉଁ ଜିନିଷକୁ ଆମେ ସ୍ବାସ୍ଥ୍ୟ ବନେଇବା ପାଇଁ ଖାଉ କଣ ତାହା ଆମକୁ ଅନେକ ଗୁଡ଼ିଏ ରୋଗ ଆଣିଦେବ ।
ଯେତେବେଳେ ଆମେ ବାହାରକୁ ବୁଲିବା ପାଇଁ ଯାଇଥାଉ ତ ଭୋକ ଲାଗିଲେ ରାସ୍ତା କଡ଼ରେ ବିକ୍ରି ହେଉଥିବା ପକଡା ଆଦି ଖାଇ ଦେଇଥାଉ । ଯାହା ବହୁତ ସ୍ୱାଦିଷ୍ଟ ମଧ୍ୟ ଲାଗେ । କିନ୍ତୁ ଏହି ଭିଡିଓ ମୋ ମୁଣ୍ଡକୁ ବହୁତ ଶ୍ଲୋ ମଧ୍ୟ କରିଦେଲା । କାରଣ ଯଦି ଏପରି ଭାବରେ ଖାଦ୍ୟ ଜିନିଷ ବନା ଯାଉଛି ତାହେଲେ ରାସ୍ତା କଡର ଷ୍ଟ୍ରିଟ ଫୁଡ ଖାଇବା ଆମ ଜୀବନ ନେଇ ଯାଇପାରେ ।
ଭଗବାନ ଏହି ଲୋକଙ୍କୁ ଗୋଟିଏ ହାତ ନଦେଇ ପାରିଥାନ୍ତି କିନ୍ତୁ ସେତିକି ଭୟଙ୍କର ବୁଦ୍ଧି ତ ଦେଇଛନ୍ତି ଯାହାଦ୍ଵାରା ସେ ନିଜ ଝାଳ ଏବଂ ରୋଗ ଜୀବାଣୁ ମିଶ୍ରିତ ଷ୍ଟ୍ରିଟ ଫୁଡ ଖୁଆଇ କିଛି ଭଲ ଲୋକଙ୍କୁ ମଧ୍ୟ ଯମରାଜାଙ୍କ ପାଖକୁ ପଠେଇ ଦେବ ।
ଆଜିକାଲି ସହରର ପ୍ରତ୍ୟେକ ଗଳିରେ କୈାଣସି ଠେଲାବାଲା ଆପଣଙ୍କୁ ମିଳିଯିବ । ଯିଏ ପରିବାପତ୍ର ବିକ୍ରି କରୁଥିବାର ଦେଖାଯାଏ । କିନ୍ତୁ କଣ ହେବ ଯଦି ଏହି ପରିବା କୈାଣସି ଟ୍ୟାପ ନୁହେଁ ବରଂ ଡ୍ରେନ ପାଣିରେ ଧୂଆ ହୋଇ ଆପଣଙ୍କ ଘରକୁ ଆସିବ ।
ଏଠାରେ ଆପଣ ଯେଉଁ ମହାପୁରୁଷଙ୍କୁ ଦେଖୁଛନ୍ତି ସେ ପରିବାକୁ ଡ୍ରେନ ପାଣିରେ ଧୋଇ ବିକ୍ରି କରନ୍ତି । କିନ୍ତୁ ସେଦିନ ତାଙ୍କ ଭାଗ୍ୟ ଖରାପ ଥିଲା ଯେ ସେ କ୍ୟାମେରାରେ ଧରା ପଡିଗଲେ । ଏଥିରୁ ଆପଣ ଭାବି ପାରୁଥିବେ ଯେ କେତେ ରୋଗ ଜୀବାଣୁ ପରିବା ସହିତ ଆପଣଙ୍କ ପେଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।
ଏଠାରେ ଏହି ଦୋକାନୀ ମାନେ ପ୍ଲେଟ ଧୋଇବା ପାଇଁ ଯେଉଁ ଜିନିଷର ବ୍ୟବହାର କରୁଛନ୍ତି ତାହା ଆପଣଙ୍କୁ ବଡ଼ବଡ଼ ହୋଟେଲରେ ମିଳିବ ନାହିଁ ବରଂ ରାସ୍ତା କଡର ନାଳ ଏବଂ ଡ୍ରେନରେ ମିଳିଯିବ । ଏମାନେ ଦୁନିଆର ପ୍ରଥମ ବୈଜ୍ଞାନିକ ଯେଉଁମାନେ ମଇଳା ପ୍ଲେଟକୁ ଧୋଇବା ପାଇଁ ମଇଳା ଜଳ ବ୍ୟବହାର କରୁଛନ୍ତି । ଭଗବାନ କରନ୍ତୁ କେହି ଭୁଲରେ ମଧ୍ୟ ଏହି ପ୍ଲେଟ ଗୁଡ଼ିକରେ ଖାଦ୍ୟ ନଖାଆନ୍ତୁ ।