ଅଞ୍ଜନଙ୍କର ଶେଷ ରାତି କିଛି ଏମିତି କଟିଥିଲା, ସବୁକିଛି ପୋଲିସ୍ ଆଗରେ ଖୋଲି କହିଲା ଅଭିଯୁକ୍ତ ପିଙ୍କୁ । ଜେରା ବେଳେ ବଖାଣିଲା ସବୁ ସତ କଥା । ଜେଲରୁ ଫେରିବା ପରେ କାହ୍ନା ଅର୍ ଅଫ୍ ପିଙ୍କୁକୁ କୁଆଡ଼େ ଏମିତି କହିଥିଲା ପ୍ରେମିକା ନିହାରିକା । ପିଙ୍କୁର ପାଖରେ ବସି କହିଥିଲା ଏମିତି କିଛି ଯାହା ପରେ ଘଟିଗଲା ଏତେ ବଡ଼ ହତ୍ୟାକାଣ୍ଡ । ‘ଶୁଣ ପିଙ୍କୁ, ମୋତେ ଯଦି ତୁମେ ଭଲ ପାଉଛ ତାହାଲେ ଏହାର ସମାଧାନ ଜଲଦି କର । ମୁଁ ତୁମକୁ ଭଲ ପାଉଛି ବୋଲି ମୋତେ ସେ ଗୌତମ ଜମାରୁ ରଖେଇ ଦେଉନି । ଅଞ୍ଜନ ବି ମୋତେ ବହୁତ ହଇରାଣ କରୁଛି । ସବୁବେମୋତେ କଲ୍ କରି ହଇରାଣ କରୁଛନ୍ତି ।’
ପ୍ରେମିକାର ଏହି ଟିକକ କଥାରେ ପୁରା ଭିଲିଆନ୍ ପାଲଟି ଯାଇଥିଲା ପିଙ୍କୁ । ଏମିତି ସବୁ କଥା ଜେଲରୁ ପିଙ୍କୁ ଆସିବା ପରେ ତାକୁ କହିଥିଲା ନିହାରିକା । ଯାହାପରେ ପିଙ୍କୁ ରଚିଥିଲା ହତ୍ୟା କରିବାର ଷଡ଼ଯନ୍ତ୍ର । ଅଞ୍ଜନର ଶେଷ ରାତି କିଛି ଏମିତି ଥିଲା । ସେଦିନ ଗୌତମ କୁଆଡ଼େ ଅଞ୍ଜନକୁ କଲ୍ କରି କହିଥିଲା କି ସାଙ୍ଗ,ମୋ ପ୍ରେମ ସମ୍ପର୍କକୁ ନେଇ ଟିକେ ସମାଧାନ କରି ଦେବୁ ଆସ୍ ।
ପିଙ୍କୁ ଖାଲି ମୋତେ ବାରମ୍ବାର ଫୋନ୍ କରି ଡକାଉଛି । ଯାହାପରେ ପିଙ୍କୁ, ନିହାରିକା ଏବଂ ଅଞ୍ଜନ, ଗୌତମ ଚିନ୍ତାମଣିଶ୍ୱର ଅଞ୍ଚଳରେ ବିଳମ୍ୱିତ ରାତିରେ ଦେଖା ହୋଇଥିଲେ । ଗୌତମ ଏବଂ ନିହାରିକାଙ୍କ ମଧ୍ୟରେ ଥିବା ପୂର୍ବ ପ୍ରେମ ସମ୍ପର୍କକୁ ନେଇ ହୋଇଥାନ୍ତା କଥା ବାର୍ତ୍ତା । ହେଲେ କାହ୍ନା ପୁରା ଉତ୍ତ୍ୟକ୍ତ ହୋଇ ରହିଥିଲା । ନିହାରିକାର ପ୍ରେମରେ ପୁରା ପାଗଳ ପାଲଟି ଯାଇଥିଲା କାହ୍ନା । ଯେତେବେଳେ ସାଧାରଣ କଥା ବାର୍ତ୍ତା ପୁରା ଉଗ୍ର ରୂପ ନେଇଥିଲା, ସେତେବେଳେ କାହ୍ନା ତା ବାଇକରେ ଥିବା ଏକ ମାରଣାସ୍ତ୍ର ବାହାର କରିଥିଲା । ଅଞ୍ଜନଙ୍କୁ ପିଠି ପଟେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଯେଉଁଥିରେ ଅଞ୍ଜନଙ୍କ ପିଠିରେ ଲାଗିଥିଲା ଗଭୀର ଆଘାତ । ପିଠି ପଟେ ବଡ଼ ଖାଲ ହୋଇ ଯାଇଥିଲା ।
ଦେଖନ୍ତୁ ଭିଡିଓ :-
ଆଉ ଏହାକୁ ଦେଖି ଘଟଣା ସ୍ଥଳରୁ ଦୌଡ଼ି ଆସି ଲୁଚି ଯାଇଥିଲା ଗୌତମ । ତେବେ ଘଟଣାସ୍ଥଳରୁ ଆକ୍ରମଣ ପରେ ଫେରାର୍ ହୋଇ ଯାଇଥିଲେ ବୋଲି କହିଛି କାହ୍ନା । ପ୍ରେମିକା ନିହାରିକା ମଧ୍ୟ କାହ୍ନାର ଏମିତି ବୟାନରେ କୁଆଡ଼େ ହଁ ଭରିଛି ବୋଲି ଗୁପ୍ତ ସୂତ୍ରରୁ ସୂଚନା ମିଳିଛି । ସେପଟେ କ୍ଷତାକ୍ତ ଅବସ୍ଥାରେ ଅଞ୍ଜନ ଘଟଣାସ୍ଥଳରୁ ଦୌଡ଼ି ଆସି ଜଣକ ଘର ପାଖରେ ପଡ଼ିଥିଲା । ପୁରା ସ୍ଥାନ ରକ୍ତର ପୋଖରୀ ପାଲଟି ଗଲା । ଅଞ୍ଜନଙ୍କ ବେକ କି ମୁଣ୍ଡରେ ଆଘାତ ଲାଗି ନଥିଲା, ଖାଲି ପିଠିରେ ଲାଗିଥିଲା । ବଞ୍ଚାଅ, ବଞ୍ଚାଅ ବୋଲି କହିଥିଲେ ସୁଦ୍ଧା ବିଳମ୍ୱିତ ରାତି ହେଇ ଥିବାରୁ ଡାକ୍ତରଖାନାକୁ ନେବାରେ ବିଳମ୍ୱିତ ହେଇ ଗଲା ।
ତେବେ ଡାକ୍ତଖାନାରେ ଚିକିତ୍ସା ଚାଲିଥିବା ବେଳେ ଅଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ନିରୀହ ଅଞ୍ଜନ ଯେ କିଛି ବି କରି ନଥିଲେ କେବଳ ସାଙ୍ଗ ପାଇଁ ପ୍ରେମର ସମାଧାନ କରିବାକୁ ଯାଇଥିଲେ । ହେଲେ ଏମିତି ସବୁ ହେଇଯିବ ସେ କେବେ ହେଲେ ଭାବି ନଥିଲେ । ଗୌତମ ବି ଅଞ୍ଜନଙ୍କର ଶେଷ ସମୟରେ ସାଥ୍ ଦେଲେ ନାହିଁ । ବିପଦରେ ପକାଇ ଦେଇ ଘଟଣାସ୍ଥଳରୁ ଖସି ଚାଲି ଆସି ଥିଲେ । ପୋଲିସକୁ ବି ଖବର ଦେଲେ ନାହିଁ । ସେପଟେ ଏବେ ଅଞ୍ଜନଙ୍କର ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଭେଣ୍ଡିଆ ପୁଅକୁ ହରାଇ ଏବେ ସମସ୍ତେ ମର୍ମାହତ ।