ନିକଟରେ ଦେଖିବାକୁ ମିଳିଛି ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପ୍ରେମରେ ଧୋକା ଖାଇବା ପରେ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ବିକାଶ ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଣୀ ପଣ୍ଡା । ବିବାହର ପ୍ରତିଶ୍ରୁତି ଦେଇ ବିକ୍ରମ ତାଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି । ବିବାହ ପ୍ରତିଶ୍ରୁତି ଓ ପରେ ପ୍ରତାରଣା ଅଭିଯୋଗରେ ଏତଲା ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଏନେଇ ସେ ପୂର୍ବରୁ ସୋସିଆଲ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ ଭିଡିଓ ଜାରି କରି ଆସୁଥିଲେ । ଭିଡିଓ ମାଧ୍ୟମରେ ପୁରୁଷ ବନ୍ଧୁ ତାଙ୍କ ସହ ପ୍ରତାରଣ କରିଥିବା ନେଇ ଅଭିଯୋଗ ଆଣୁଥିଲେ । ଏହି ସବୁ ଘଟଣାରେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା କହିଛନ୍ତି ରାଣୀ ପଣ୍ଡା ।
ତେଣୁ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ତେବେ ଆହୁରି ମଧ୍ୟ ରାଣୀ ପଣ୍ଡା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ନିଜ ପ୍ରେମିକର ବାହାଘରକୁ ନେଇ କହିଛନ୍ତି ଏପରି ପିଲାକୁ ବାହା ହୁଏନି ନହେଲେ ଜୀବନ ବର୍ବାଦ ହେଇଯିବ ।
ଯେଉଁ ବାପା ମା ଏଭଳି ପୁଅକୁ ବାହାଘର କରିବେ ରାଣୀ ପଣ୍ଡା ତାକୁ ଅଭିଶାପ ଦେବେ । ଯୋଉ ଆଖିରୁ ଲୁହ ଝରିବ ସେଇ ଲୁହ ଝିଅ ଉପରେ ନିଶ୍ଚିନ୍ତ ପଡ଼ିବ ସେ କେବେବି ଖୁସିରେ ରହିପାରିବ ନାହିଁ ବୋଲି ରାଣୀ କହିଛନ୍ତି । ତେବେ ପୁରୁଷବନ୍ଧୁଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ରାଣୀ । ଚିଣ୍ଟୁ ବରା ପିଆଜି ଦୋକାନ ଦେଇଛି ସିଏ ହେଉଛି ପ୍ରଥମ ଅଭିଯୁକ୍ତ । ଆଉ ଜଣେ ଅଭିଯୁକ୍ତ ହେଉଛନ୍ତି ମହେଶ ଏବଂ ତାଙ୍କ ସ୍ତ୍ରୀ । ଏମାନେ ହେଉଛନ୍ତି ରାଣୀ ପଣ୍ଡାଙ୍କ ପ୍ରେମିକଙ୍କ ମୁଣ୍ଡରେ ଏପଟ ସେପଟ କଥା ପୁରେଇ ତାଙ୍କ ଠାରୁ ଅଲଗା କରିଛନ୍ତି ବୋଲି ନିଜେ ରାଣୀ କହିଛନ୍ତି ।
ଦେଖନ୍ତୁ ଭିଡିଓ :-
ରାଣୀଙ୍କ ପ୍ରେମିକ ରାଣୀକୁ କହିଛନ୍ତି, “ତତେ ବାହା ହେଲେ ମୋ ଘରର ଇଯତ ଚାଲିଯିବ ।” ରାଣୀ ପଣ୍ଡା କହିଛନ୍ତି ଯେ ସେ ଝିଅର ଘର ଲୋକଙ୍କ ସହିତ ସେ କଥା ହେବେ । ୮ ବର୍ଷ ହେବ ରାଣୀ ବହୁତ ସହି କି ରହିଛନ୍ତି । ତେଣୁ ଏବେ ରାଣୀ ଚାହୁଁଛନ୍ତି ତାଙ୍କୁ ନ୍ୟାୟ ମିଳୁ ବୋଲି । ରାଣୀ କହିଛନ୍ତି ସେଇ ପିଲାର ପରିବାର ଲୋକେ ସମସ୍ତେ ଆସିବା ଦରକାର । ପିଲାଟିର ନାଁ ହେଉଛି ବିକ୍ରମ ବିକାଶ କାନ୍ହା । ପୁଅର ନାନା ନାଁ ହେଉଛି କୁନା ଦାସ । ସମସ୍ତେ ଆସି ଗୋଟେ ସମାଧାନ କରିବା ପରେ କିଏ ଠିକ୍ ଆଉ ଭୁଲ ସେ କହିବେ ବୋଲି କହିଛନ୍ତି ରାଣୀ ପଣ୍ଡା ।